ଲେଖା: ଦେଵ ତ୍ରିପାଠୀ
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ପବିତ୍ର ଚଇତିଘୋଡ଼ା ମେଳଣ ଉତ୍ସବ ପାଳିତ ହୋଇଆସୁଛି । ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ କୈବର୍ତ୍ତ ସମ୍ପ୍ରଦାୟ ମାନି ପାଳନ କରିଆସୁଥିବା ଏହି ପୂଜା ଅନୁଷ୍ଠିତ ହୁଏ ଏକ ନିଆରା ଢଙ୍ଗରେ ।
କିମ୍ବଦନ୍ତୀ ଅନୁସାରେ, କୈବର୍ତ୍ତ ସମ୍ପ୍ରଦାୟର ଲୋକେ ସମୁଦ୍ରକୁ ମାଛ ଧରିବାକୁ ଯିବା ପୂର୍ବରୁ ଚେତ୍ରମାସ ପୂର୍ଣ୍ଣିମା ତିଥିରେ ମା’ ବାସୁଳୀଙ୍କ ଆଗରେ ଘୋଡାନାଚ ଆରମ୍ଭ କରିଥା’ନ୍ତି । ଏହି ପର୍ବ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠରୁ ଆରମ୍ଭ ହୋଇଥିବାର ବିଶ୍ୱାସ କରାଯାଏ । ବର୍ଷର ଏହି ତିନି ଦିନ କୈବର୍ତ୍ତମାନେ ମାଛମାରିବା ବନ୍ଦକରି ସପ୍ତାହବ୍ୟାପୀ ଘରେ ଘରେ ମା’ ବାସୁଳୀଙ୍କୁ ପୂଜା କରିଥା’ନ୍ତି ।
ପୂର୍ଣ୍ଣିମା ଦିନ ଏକ ଶୁଭମୁହୂର୍ତ୍ତରେ ସାଳନ୍ଦୀନଦୀରୁ ମାଟି ଅଣାଯାଇ ସେଥିରେ ଡଙ୍ଗା ତିଆରି କରି ପୂଜା କରାଯାଏ, ମା’ ବାସୁଳୀଙ୍କୁ ଜୀବନ୍ୟାସ ଦିଆଯାଇ ତାଙ୍କ ନବବସ୍ତ୍ର ଓ ଝାଲେରୀରେ ଘୋଡାକୁ ସଜାଯାଇଥାଏ । ପରେ ପରେ ପ୍ରତି ପରିବାରର ସ୍ତ୍ରୀଲୋକେ ଝୁଣା, ପଣା ଦେଇ ମା’ ବାସୁଳୀଙ୍କୁ ପୂଜାର୍ଚ୍ଚନା କରି ଘୋଡ଼ାନାଚ ଆରମ୍ଭ କରିଥା’ନ୍ତି ।
ଭଦ୍ରକର ଶୁଶୁଆ, ବେଲଦା, ତାଳପଦା, ଆହରପଦା, ଗୋପପୁର, ଗୁଆମାଳ ଭଳି ଅଞ୍ଚଳର ବିଭିନ୍ନ ଘୋଡାନାଚ ଦଳ ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ ପୂଜା କରୁଥିବାରୁ ତାଙ୍କ ଆଜ୍ଞାମାଳ ପାଇବା ପାଇଁ ଏହି ପୀଠର ଚଇତିଘୋଡ଼ା ମେଳଣ ପଦାରେ ଭିଡ଼ ଜମାନ୍ତି ।
ପୂର୍ଣ୍ଣିମା ତିଥିର ରାତି ୮ଟା ସମୟରେ ଏହି ୭/୮ ଜଣିଆ ଘୋଡାନାଚ ଦଳ ନିଜ ନିଜ ସାହିରୁ ଶୋଭାଯାତ୍ରାରେ ବାହାରିଥାନ୍ତି । ଭିନ୍ନ ସ୍ବାଦର ବାଦ୍ୟ ସହିତ ଓଡିଆ ସଂସ୍କୃତିର ବହୁ ପ୍ରାଚୀନ ଚଇତିଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଦୃଶ୍ୟ ସହିତ ଆତସବାଜିର ବର୍ଣ୍ଣାଳୀ ଦର୍ଶକଙ୍କୁ ବିମୋହିତ କରିଥାଏ । ଏଭଳି ଘୋଡାନାଚ ସହିତ ଆତସବାଜି ପ୍ରଦର୍ଶନ ଏହି ପୀଠର ଏକ ନିଆରା ପରମ୍ପରା । ରାତି ୧୧ଟା ବେଳକୁ ପୀଠର ଘୋଡ଼ା ଆସ୍ଥାନ ମଣ୍ଡପରେ ପହଞ୍ଚିବା ପରେ ସାରାରାତି ଉତ୍ସବ ଚାଲୁଥାଏ । ପରଦିନ ୨ଟା ବେଳକୁ ପ୍ରସାଦସେବନ ପରେ ଅପରାହ୍ନ ୪ଟା ବେଳକୁ ଘୋଡ଼ା ଦାଣ୍ଡିଆ ହୁଏ ଏବଂ ପ୍ରତ୍ୟେକ ଦଳ ଆଜ୍ଞାମାଳ ନେଇ ଘରକୁ ଫେରିଥା’ନ୍ତି ।
ଏହି ଅନନ୍ୟ ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସହିତ ସ୍ଥାନୀୟ ପ୍ରଶାସନର ଆନ୍ତରିକ ସହଯୋଗ ଓ ଦାୟିତ୍ବ ବହନ ଏହି ଉତ୍ସବକୁ କରିଦିଏ ଅଧିକ ପ୍ରାଣବନ୍ତ ।
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…