ଲେଖା: ଶ୍ରୀକାନ୍ତ ସିଂହ
~ ବୁଦ୍ଧଖୋଲ ~
ପ୍ରକୃତିର ଅପରୂପ ନୈସର୍ଗିକ ରୂପ ଦେଖିବାକୁ ମିଳେ, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ଠାରେ l ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲା ପରି, ଯେ କୌଣସି ପ୍ରକୃତି ପ୍ରେମୀ ପାଇଁ ଏହି ସ୍ଥାନଟି ସ୍ୱର୍ଗ ଠାରୁ କିଛି କମ୍ ନୁହେଁ l ଏଠାକାର ପାହାଡ଼, ଝରଣା, ପ୍ରାଚୀନ ମନ୍ଦିର ଓ ଜଙ୍ଗଲର ସବୁଜିମା ମଣିଷ ମନରେ ଏକ ସ୍ୱତନ୍ତ୍ର ଭାବାବେଗ ସୃଷ୍ଟି କରେ l ଜୀବନ ଜଞ୍ଜାଳରୁ ଦୁରେଇ ଯାଇ ମଣିଷ କିଛି ସମୟ ପାଇଁ ପ୍ରକୃତି କୋଳରେ ନିଜକୁ ହଜାଇ ଦିଅ l ଆଉ ମନ୍ତ୍ରମୁଗ୍ଧ ହୁଅ ସୃଷ୍ଟିକର୍ତ୍ତାର ସବୁଜ ସୃଜନରେ l
ଏହି ସ୍ଥାନର ବିଶେଷତ୍ୱ ହେଲା ଏଠାରେ ପାଞ୍ଚୋଟି ଶିବ ମନ୍ଦିର ରହିଛି, ଆଉ ତାହା ହେଲେ ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦୀଶ୍ଵର, ସିଦ୍ଧେଶ୍ବର ବୁଦ୍ଧେଶ୍ୱର ମହାଦେବ ମନ୍ଦିର l ଏ ସମସ୍ତ ମନ୍ଦିର ବହୁ ପ୍ରାଚୀନ ଓ ପଥର ନିର୍ମିତ, ମାତ୍ର କାରୁକାର୍ଯ୍ୟ ରହିତ l ମନ୍ଦିର ଗାତ୍ରରେ କୌଣସି ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l ଏଠାରେ ରେଖଶୈଳୀର ବିମାନ ବା ମୂଳମନ୍ଦିର ସହିତ ପଥର ସ୍ତମ୍ଭ ଉପରେ କାଠରେ ତିଆରି ଜଗମୋହନ ଦେଖିବାକୁ ମିଳେ l
କୁହାଯାଏ ତଥାଗତ ଗୌତମ ବୁଦ୍ଧ କୌଣସି ସମୟରେ ଏହି ସ୍ଥାନକୁ ପରିଭ୍ରମଣରେ ଆସିଥିଲେ ଏବଂ ଏଠାରେ ଶିଷ୍ୟମାନଙ୍କୁ ବୌଦ୍ଧ ଜ୍ଞାନ ପ୍ରଦାନ କରିଥିଲେ l ଏପରିକି ପରବର୍ତ୍ତୀ ସମୟରେ ଚୀନ ପରିବ୍ରାଜକ ହୁଏ°ସାଙ୍ଗ ମଧ୍ୟ ଏଠାକୁ ପରିବ୍ରାଜରେ ଆସି ଅବସ୍ଥାନ କରିଥିଲେ l ଗୌତମ ବୁଦ୍ଧଙ୍କ ନାମାନୁସାରେ ଏହି ସ୍ଥାନର ନାମ ବୁଦ୍ଧଖୋଲ ହୋଇଥିବା ଅନୁମାନ କରାଯାଏ l
ପାହାଡ଼ ବକ୍ଷରେ ଥିବା ଅନେକ ଗୁଡ଼ିଏ ଖୋଲ ବା ପ୍ରାକୃତିକ ଗୁମ୍ଫାରେ ବୌଦ୍ଧ ଶ୍ରମଣମାନେ ରହି ଶିକ୍ଷା ଲାଭ କରୁଥିଲେ l ମାତ୍ର ପରବର୍ତ୍ତୀ ସମୟରେ ବ୍ରାହ୍ମଣବାଦର ପୁନଃରୁଥାନ ଫଳରେ ଏହି ପଞ୍ଚ ଶୈବପୀଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ଏଣୁ ଏଠାରେ ଉଭୟ ବୌଦ୍ଧ ଓ ହିନ୍ଦୁ ସଂସ୍କୃତିର ଅପୂର୍ଵ ମିଳନ ଦେଖିବାକୁ ମିଳେ l
ବୁଦ୍ଧଖୋଲ ସ୍ଥାନର ଆଉ ଏକ ମୁଖ୍ୟ ଆକର୍ଷଣ ହେଲା ସ୍ୱଳ୍ପ ଉଚ୍ଚର ପ୍ରାକୃତିକ ଜଳପ୍ରପାତ l ପ୍ରଚଣ୍ଡ ଓ କ୍ଷିପ୍ର ଜଳଧାରା ନ ହେଲେ ବି ପର୍ଯ୍ୟଟକର ମନକୁ ମୋହିନେଲା ପରି ସୌନ୍ଦର୍ଯ୍ୟ ଓ ଆକର୍ଷଣ ରହିଛି ଏହି ଜଳପ୍ରପାତର l ଏହି ଜଳଧାରାର ଶୀତଳ ଜଳରେ ଗାଧୋଇବାର ମଜା ସ୍ୱତନ୍ତ୍ର ଓ ନିଆରା l ଏହାର ଜଳରେ ଅନେକ ଔଷଧୀୟ ଗୁଣ ଥିବା କୁହାଯାଏ l
ବୁଦ୍ଧଖୋଲ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ପ୍ରାୟ ସବୁ ସମୟରେ ଲୋକଙ୍କ ଭିଡ଼ ରହିଥାଏ l ସବୁ ବୟସର, ସବୁ ବର୍ଗର ଲୋକଙ୍କ ପାଇଁ ଏହି ସ୍ଥାନଟିର ଏକ ସ୍ୱତନ୍ତ୍ର ପରିଚୟ ରହିଛି l
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

23 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago