ଲେଖା: ଦେଵ ତ୍ରିପାଠୀ

ପ୍ରତି ଦୁଇବର୍ଷରେ ଥରେ ବ୍ରହ୍ମପୁର ମହାନଗରୀରେ ପାଳିତ ହୁଏ ବୈଚିତ୍ର୍ୟମୟ, ପ୍ରାଣସ୍ଫୂର୍ତ୍ତିମୟ ବୁଢ଼ୀଠାକୁରାଣୀ ଯାତ୍ରା । ଶାବରୀ ଓ ଆର୍ଯ୍ୟସଂସ୍କୃତିର ସାର୍ଥକ ସଙ୍ଗମ ଏଇ ମହାନ ଯାତ୍ରା । ସଦାସର୍ବଦା ବିପୁଳ ଜନଚେତନାକୁ ଶୁଦ୍ଧପୂତ ଭାବେ ସଞ୍ଜୀବିତ କରେ ଏଇ ଯାତ୍ରା ।

ଚୈତ୍ର ଅବା ବୈଶାଖର ଉତ୍ତାପରେ ସମଗ୍ର ଦକ୍ଷିଣ ଓଡ଼ିଶା ସନ୍ତାପିତ ହେଉଥିବା ବେଳେ ରେଶମନଗରୀ ବ୍ରହ୍ମପୁର ପାଲଟେ ଆନନ୍ଦ ଓ ଉଲ୍ଲାସର ଏକ ଅନନ୍ୟ ନଗରୀ । ଏହାର ପଟ୍ଟଭୂମିରେ ଥାଏ ମହାର୍ଘ ଆକର୍ଷଣୀୟ ବୁଢ଼ୀଠାକୁରାଣୀ ଯାତ୍ରା ।


ଯାତ୍ରା ଆରମ୍ଭ ହେବାର କିଛିଦିନ ମଧ୍ୟରେ କଳ୍ପନା ବିଳାସୀର ସ୍ବପ୍ନମୟତାରେ ବିଭୋର ଓ ରସପ୍ଳୁତ ହୋଇଉଠେ ବ୍ରହ୍ମପୁର ନଗରୀ । ସଦା ଚଳଚଞ୍ଚଳ ନଗରୀ ହୋଇଉଠେ ଆହୁରି କ୍ଷିପ୍ର । ରାସ୍ତାରେ ଦୃଶ୍ୟମାନ ହୁଅନ୍ତି କେତେ କେତେ ପୌରାଣିକ ଚରିତ୍ର – ଶ୍ରୀରାମ, ଶ୍ରୀବଳରାମ, ଶ୍ରୀକୃଷ୍ଣ, ଶ୍ରୀହନୁମାନ । ପୁଣି ଭଳିକି ଭଳି ସାମାଜିକ ଚରିତ୍ର ର ବେଶଭୂଷା ପକାଇ ସାହି ସାହି ବୁଲନ୍ତି ଦହିବିକାଳି, ବାରବନିତା, ଅତରବିକାଳି । କାହାର ସର୍ବାଙ୍ଗ କୃଷ୍ଣବର୍ଣ୍ଣ ତ କାହାର ଲହ ଲହ ଜିହ୍ୱା । କା’ ହାତରେ ପ୍ଲାଷ୍ଟିକ କଣ୍ଢେଇ ତ କିଏ ନାଚୁଛି ପିତାଶୁଣୀ ଡାହାଣୀ ବେଶରେ, ଚାଙ୍ଗୁବାଦ୍ୟର ତାଳେ ତାଳେ । ସାଙ୍ଗୀତିକତାକୁ ଅକ୍ଷୁର୍ଣ୍ଣ ରଖି ଭଙ୍ଗୀ ଗତି ଓ ପଦପାତରେ ଅବଦମିତ ପ୍ରାଣଶକ୍ତିକୁ ଅଭିବ୍ୟକ୍ତ କରି ବାଘବେଶଧାରୀମାନେ ନଗରୀର ସାହିବାସିନ୍ଦାଙ୍କୁ ଚମତ୍କୃତ କରିଦିଅନ୍ତି, ବାଘନୃତ୍ୟରେ । ବ୍ରହ୍ମପୁର ସତେ ଅବା ପାଲଟିଯାଏ ରୂପକଥାର ଏକ ଅବର୍ଣ୍ଣନୀୟ ଅପରୂପ ମୂଲକରେ ।



ବ୍ରହ୍ମପୁର ବୁଢ଼ୀଠାକୁରାଣୀ ଯାତ୍ରାର ଏକ ବିଶେଷତ୍ଵ ହେଲା ବିପୁଳସଂଖ୍ୟକ ସାଧାରଣ ଜନତାଙ୍କ ମହୋତ୍ସବରେ ଅନ୍ତରଙ୍ଗ ସମ୍ପୃକ୍ତି, ନଗରୀର କେନ୍ଦ୍ରସ୍ଥଳୀ ବଡ଼ବଜାରରେ ସୁଦୃଶ୍ୟ ରଥଗୁଡିକର ସମାଗମ, ବହୁବିଧ ବେଶଧାରୀଙ୍କର ସାହିବସ୍ତି, ଗଳି, ଉପଗଳି ପରିକ୍ରମା, ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିରରେ ଦର୍ଶନାଭିଳାଷୀଙ୍କ କୋଳାହଳ ସୂଚାଇ ଦିଏ ସାମୂହିକ ଆଗ୍ରହ ଓ ଉତ୍ସାହର । କଦବାକ୍ୱଚିତ ବେଶଭୂଷା ରୁଚି ବହିର୍ଭୁତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଚରିତ୍ରର ସମ୍ପୃକ୍ତି ହିଁ ଆଣିଦିଏ ପାର୍ବଣର ମହାର୍ଘ ଅନୁଭୂତି; ମହାନଗରୀର ସର୍ବଜନପ୍ରିୟ ଇଷ୍ଟଦେବୀ ଠାକୁରାଣୀଙ୍କ ପାଖରେ ଭୋଗରାଗ ଅର୍ପଣ ତ ଏକ ଅକାଟ୍ୟ ନିୟମ ।


ବୁଢ଼ୀଠାକୁରାଣୀ ଯାତ୍ରା ଅବସରରେ ନଗରୀର ଉତ୍ତର-ପଶ୍ଚିମ ଦିଗରେ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦେଶିବେହେରା ସାହିରେ ମା’ଙ୍କର ଶୁଭଖୁଣ୍ଟି ସ୍ଥାପନା ହୁଏ । ଗୋଟିଏ ଘଟ ବା ହାଣ୍ଡିରେ ଆବୃତ ହୋଇ ରହେ ସେଇ ରହସ୍ୟମୟ ମୂଳଉତ୍ସ, ଯାହାକୁ କେନ୍ଦ୍ରକରି ଆତ୍ମପ୍ରକାଶ କରେ ସାଜସଜ୍ଜିତ କେତେ ରଥ, କେତେ ବେଶ, କେତେ ଭଙ୍ଗୀ, କେତେ ଠାଣି, କେତେ ବାଇଦବାଜଣା, କେତେ ପଟୁଆର, କେତେ ଲୋକନାଟ । ସମଗ୍ର ଗଞ୍ଜାମର ଲୋକସଂସ୍କୃତି ସମ୍ମିଳିତ ହୋଇଯାଏ ଏଇ ନଗରୀରେ । ଏ ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ, ଭାବମୟୀ କରୁଣାମୟୀ ମା’ର ଆଶିଷଟିକକ ଲଭିବାକୁ । ଘଟ ମଧ୍ୟକୁ ଯେଉଁ ରହସ୍ୟମୟ ଶକ୍ତି ଆସେ, ତା’ ଏକ ରହସ୍ୟମୟୀ ରୀତିଦ୍ଵାରା ସମ୍ପନ୍ନ ହୁଏ । ଅନ୍ତତଃ ଏହା ହିଁ ବିଶ୍ୱାସ ।

Images: Berhampur Beats, Bhubaneswar Buzz and other Social Media

Spread the love
admin

View Comments

  • ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା ?

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago