ଲେଖା: ଶିଶିର ସାହୁ ମନୋଜ

ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା ।

ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ । ଯେପରିକି: “ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।”

ବୁଙ୍ଗା ଶବ୍ଦଟି ଅଧୁନା ଦେଓଗଡ଼ରେ ବୁଙ୍ଗା ବୁଙ୍ଗା = ଗୁଣ୍ଡା ଗୁଣ୍ଡା

ତଥା

ବାଲେଶ୍ବରରେ ବୁଙ୍ଗେ = ପାଟିଭର୍ତ୍ତି ଅର୍ଥରେ ଚଳୁଥିଵାର କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।

ଓଡ଼ିଶାରେ ଗରସା(ଗ୍ରାସ), ଗପା/ଗଫା (ମାରିଵା), ଗୁଣ୍ଡା, ଗେଫା, ଗେବଳା, ଗ୍ରାସ, ପିଣ୍ଡି, ଫାଲୁଆ(ଗୁଣ୍ଡା), ହାଁଉଆ/ହାଲୁଆ (ଗୁଣ୍ଡା) ଇତ୍ୟାଦି ଶବ୍ଦ ମଧ୍ୟରେ ବୁଙ୍ଗା ଶବ୍ଦ ଆଜି କୁଆଡ଼େ ହଜିଗଲାଣି !

ତେଵେ ମନରେ ପ୍ରଶ୍ନ ଆସେ ବୁଙ୍ଗା ଶବ୍ଦଟି କୌଣସି ତତ୍ସମ ଶବ୍ଦ ସହିତ ସମଦ୍ଧୃତ ନା ଦ୍ରାଵିଡ଼ କିଂଵା ମୁଣ୍ଡା ଜନଜାତୀୟ ମୂଳର ?

ଅନ୍ୟ ଭାଷାରେ ଏଭଳି ଶବ୍ଦ କିନ୍ତୁ ମିଳେନା ! ତେଣୁ ମୁଁ ନିଜେ ପରିକ୍ଷା କରି ଦେଖିଲି !

ଭାତ ଖାଇ ବସିଲାଵେଳେ ହାତରେ ଗୁଣ୍ଡା ତିଆରି କରନ୍ତେ ବୁଙ୍ଗା ବୁଙ୍ଗା ଶବ୍ଦ ସୃଷ୍ଟି ହେଉଥିଵାର ଅନୁଭଵ କଲି ।

ହାତରେ ଗୁଣ୍ଡା କରିଵା ସମୟରେ ଚାପିଲାଵେଳେ ବୁ ଓ ଛାଡି଼ଲାଵେଳେ ଙ୍ଗା ଭଳି ଶବ୍ଦ ହୋଇଥାଏ (ଆପଣ ବି ପରୀକ୍ଷା କରନ୍ତୁ)  ।

ତେଣୁ ବୁଙ୍ଗା ଶବ୍ଦ ଓଡ଼ିଆ ଭାଷାର ନିଜସ୍ୱ ଏକ ନିଆରା ଓଡ଼ିଆ ଶବ୍ଦ ଏଵଂ ଏହା ଭାଷାଜଗତର ମୌଳିକ ପ୍ରାଚୀନ ଧ୍ଵନ୍ଯାନୁକରଣ ନିୟମାନୁସାରେ ସୃଷ୍ଟି ହୋଇଥିଵା ଶବ୍ଦଟିଏ ।

ମାଣ୍ଡାରିନ୍ ହେଉ କି ସଂସ୍କୃତ ଲାଟିନ୍ ହେଉ କି ଜୁଲୁ ସବୁ ଭାଷାର ପ୍ରାରମ୍ଭିକ ଶବ୍ଦଗୁଡି଼କର ସୃଷ୍ଟି ଧ୍ଵନ୍ଯାନୁକରଣ ଦ୍ଵାରା ହୋଇଅଛି ।

ଆମ୍ଭ ଦେଶର ଵିଦ୍ଵାନମାନେ ଏକଥା ଜାଣିଥିଵାରୁ ସଂସ୍କୃତ ଭାଷାରେ ମୂଳ  ଧାତୁ ଶବ୍ଦର ପ୍ରଣୟନ କରିଯାଇଛନ୍ତି ।

● ସେମାନେ ଜାଣିଥିଲେ ପତ୍ର ପଵନରେ ହଲିଲେ ପତ୍ ପତ୍ ଶବ୍ଦ କରେ ତେଣୁ ସେମାନେ ପତ୍ ଧାତୁରୁ ପତ୍ର ଶବ୍ଦକୁ ନିଷ୍ପନ୍ନ କରିଛନ୍ତି ।

● ସେମାନେ ଜାଣିଥିଲେ ଝରଣାର ଜଳ କଳକଳ ନାଦ କରି ଗତି କରେ, ସେଥିପାଇଁ ସେମାନେ ଏହାର ମୂଳ ଧାତୁ କଲେ କଳ ଧାତୁ ଯାହାର ଅର୍ଥ ରଵ କରିଵା, ଶବ୍ଦ କରିଵା, ଗମନ କରିଵା ।

● ସେମାନେ ଜାଣିଥିଲେ ଅଗ୍ନିକୁ ଫୁଙ୍କି ଲିଭେଇଲାଵେଳେ ‘ହୁ’ ଭଳି ଧ୍ଵନ୍ଯାନୁକରଣ ହୋଇଥାଏ । ତେଣୁ ହୁ ଧାତୁର ସୃଷ୍ଟି କରାଗଲା ତାହାର ଅର୍ଥ ହେଲା ହୋମ କରିଵା ।

ଉଣ୍ଡିଲେ ଏହିପରି ଆହୁରି ଅନେକ ଉଦାହରଣ ଦିଆଯାଇପାରେ । ଧ୍ଵନ୍ଯାନୁକରଣ ଓ ତହିଁରୁ ସୃଷ୍ଟ କୌଣସି ଶବ୍ଦ ଵିଷୟରେ ଆପଣଙ୍କ ପାଖରେ ଅଧିକ ତଥ୍ୟ ଥିଲେ, ଏଠାରେ ନିଶ୍ଚୟ ପ୍ରଦାନ କରିଵାକୁ ଅନୁରୋଧ ରହିଲା !

© ଶବ୍ଦଭେଦ

admin

Recent Posts

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

2 weeks ago

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

2 weeks ago

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

2 weeks ago

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

3 weeks ago

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

3 weeks ago

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

3 weeks ago