ବିଵଶ କାହାଣୀ

ବିଵଶ କାହାଣୀ

ଲେଖା: ସନ୍ତୋଷ ପଟ୍ଟନାୟକ

କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବିଵଶ କାହାଣୀ କବିତାରେ . .

ବାଜି, ଚାଖି, ଦୋରା ଆଉ ଚକରା, ଧରଣୀ
ଜୟୀ ରାଜଗୁରୁ, ପାଟ୍ଟମହାଦେଈ ରାଣୀ,
ସ୍ବାଭିମାନୀ ପଣେ ଗର୍ବ ଉତ୍କଳ ଜନନୀ
ଆସି ଦେଖ ତୁମ୍ଭେ ଏକ ବିଵଶ କାହାଣୀ ॥

ସଚିବ ତିଆରି ଏକ ଛତ୍ରୀ ଶାସନରେ
ନିଦ୍ରା ଛନ୍ତି ରାଜା ଏବେ ସୁଖ ଛାଉଣିରେ
ସ୍ବାଭିମାନ ବନ୍ଧା ଆଜି ସାଲିସ୍‌ର ବଣେ
ଗୁରୁଙ୍କର ମଥା ଏଠି ବାରମ୍ବାର ଭ୍ରମେ ॥

ଚୁକ୍ତି କରି ଦେଲେ ଗୁରୁ ସ୍ବାଭିମାନ ବିକି
ଛାତ୍ରଛାତ୍ରୀଙ୍କର ନାହିଁ ପାଠରେ ସଉକି
କୃଷକର ପାଖେ ଏବେ ବିହନ ସମାଧି
ଶ୍ରମିକକୁ ମିଳେ ଏଠି ଦାଦନ ଉପାଧି ॥

ଦରମାଖିଆଏ ହେଲେ ନୂଆ ପୁଞ୍ଜିପତି
ଶୋଷଣେ ଛନ୍ତି ପ୍ରଜାଏ ଦହନୀୟ ସ୍ଥିତି
ନ୍ୟାୟାଳୟ ଖେଳେ ପୁଣି ସଂସ୍କାରର ବାଜି
ବିବଶତା ତାଳେ ଏଠି ସର୍ବ ବୁଦ୍ଧିଜୀବୀ ॥

ଓଡ଼ିଆ ଭୁଲିଛି ନିଜ ଜାତି ପରିଚୟ
ଆନ ବାପେ ଲଭିବାକୁ ସ୍ବାର୍ଥର ବିଜୟ
ସୁଖ ଶିରୀ ନାହିଁ ଆଉ ସବୁ ସାତପର
ଉତ୍କଳ ଜନନୀ ଦୁଃଖ ଅସହ୍ୟ ଅପାର ॥

ଷଡ଼ୈକଳା, ଖରସୁଆଁ ଆଉ ସିଂହଭୂମି
ବସ୍ତର, ମେଦିନୀପୁର ଆଦି ଖଣ୍ଡ ଜମି
କଟା ଅଙ୍ଗ ଥିଲା ଯାହା ଫେରି ନାହିଁ ଆଉ
ଏବେ ପୁଣି ଷଡ଼ଯନ୍ତ୍ର ଦିଶେ ଦାଉ ଦାଉ ॥

ଜାଣେ ମୁହିଁ ତୁମ୍ଭେ ସର୍ବେ ଅମୃତ ସନ୍ତାନ
ଦେଇ ଯାଅ ପ୍ରତି ପ୍ରାଣେ ବିଦ୍ରୋହର ସ୍ବନ
ତୁମ୍ଭ ଆଶୀର୍ବାଦେ ଜାଗୁ ଓଡ଼ିଆଙ୍କ ପ୍ରାଣ
ସ୍ଥିତପ୍ରଜ୍ଞ ହୋନ୍ତୁ ସର୍ବେ ଲଭି ସ୍ବାଭିମାନ ॥

 

Bibasha Kahani, Santosh Kumar Pattanayak

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

6 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago