ଲେଖା: ଶ୍ରୀକାନ୍ତ ସିଂହ
~ ବାରେଡ଼ିଆସିଦ୍ଧେଶ୍ୱର ମନ୍ଦିର ~
ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର
ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର ଲୋକେ ନିଜର ଜୀବନ ଜୀବିକା ପାଇଁ ଏହି ନଦୀ ଦ୍ବୟ ଉପରେ ନିର୍ଭର କରୁଥିଲେ l ସେ କାଳରେ ଏହି ନଦୀ ପଥଦେଇ ସାଧବ ଓ ସୌଦାଗରମାନେ ବେପାର ବଣିଜ କରୁଥିଲେ l
ଲୋକକଥାନୁସାରେ, ଜଣେ ସାଧବର କେତେ ଗୋଟି ବୋଇତ ନଦୀପଥ ଦେଇ ଯାତ୍ରା ସମୟରେ ନଦୀ ଗର୍ଭରେ ଫସି ରହିଲା, ଆଗକୁ ଆଉ ଯାଇ ପାରିଲା ନାହିଁ l ଅତୀବ ଦୁଃଖରେ କାତର ହୋଇ ପରମ ଶିବଭକ୍ତ ସାଧବ ଜଣକ ମହାଦେବଙ୍କ ଉଦ୍ଦେଶ୍ୟରେ ସଭକ୍ତି ମାନସିକ କରିଲା ଯେ, ତାର ବୋଇତ ଗୁଡ଼ିକ ସକୁଶଳ ଅଗ୍ରଗାମୀ ହେଲେ ନଦୀ କୂଳରେ ମହାଦେବଙ୍କ ଉଦ୍ଦେଶ୍ୟରେ ମନ୍ଦିରଟିଏ ନିର୍ମାଣ କରିଦେବ l ବୋଇତ ଫସି ରହିଥିବା ସେଇ ସ୍ଥାନଟି ଏବେ ବୋଇତଳହୁରା ନାମରେ ପରିଚିତ l
ସତକୁ ସତ ତା ଭକ୍ତିର ଶକ୍ତିରେ ଚମତ୍କାର ଘଟଣା ସ୍ୱରୂପ ସମସ୍ତ ବୋଇତ ସକୁଶଳେ ଗନ୍ତବ୍ୟ ପଥରେ ଅଗ୍ରସର ହୋଇଥିଲା l ବଣିଜରୁ ଫେରିବା ପରେ, ତା’ର କାର୍ଯ୍ୟ ସିଦ୍ଧି ହୋଇଥିବାରୁ ବଣିକ ସାଧବ ଜଣକ ନିଜ ମାନସିକ କଥା ସ୍ମରଣ କରି ଆଶୁତୋଷ ମହାଦେବଙ୍କ ଉଦ୍ଦେଶ୍ୟରେ ବାଇଶିମୌଜାର ବାରେଡ଼ିଆ ଠାରେ ଦେଉଳଟିଏ ତୋଳାଇ ସିଦ୍ଧେଶ୍ବର ମହାଦେବଙ୍କୁ ଲିଙ୍ଗ ସ୍ୱରୂପରେ ପ୍ରାଣ ପ୍ରତିଷ୍ଠା କରିଥିଲେ l
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ହଜାରେ ବର୍ଷରୁ ବି ଅଧିକ ପ୍ରାଚୀନ ହେବ l ମାତ୍ର ପୁରୁଣା ଦେଉଳଟି କୌଣସି କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ବର୍ତ୍ତମାନର ମନ୍ଦିରଟି ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଛି l ଅନୁମାନ କରାଯାଏ କେଶରୀ ବଂଶୀୟ ଶାସକଙ୍କ ଶାସନ କାଳରେ ମନ୍ଦିରଟି ନିର୍ମାଣ ହୋଇଥିବ l ଏହି ମନ୍ଦିରଟି ବିଅଁଳର ଗତେଶ୍ୱର ମହାଦେବ ମନ୍ଦିର ନିକଟରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ l
(କୀର୍ତ୍ତିମୁଖ)
ଜନବସତି ଠାରୁ ବହୁ ଦୂରରେ ବିଲ ମଝିରେ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ରହିଛି l ଗର୍ଭଗୃହରେ ଥିବା ଶିବଲିଙ୍ଗଟି ଜଳ ମଧ୍ୟରେ ସମ୍ପୂର୍ଣ୍ଣ ବୁଡ଼ି ରହିଛନ୍ତି l ମନ୍ଦିରର ପାର୍ଶ୍ୱଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କର ବହୁ ପ୍ରାଚୀନ ପାଷାଣ ପ୍ରତିମା ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ l ହନୁମାନଙ୍କର ବହୁ ପ୍ରାଚୀନ ଏକ ପାଷାଣ ପ୍ରତିମା ସହିତ କୀର୍ତ୍ତିମୁଖ ମୂର୍ତ୍ତି ବି ମନ୍ଦିର ଗାତ୍ରରେ ରହିଛି l ନିକଟରେ ଅନ୍ୟ ଏକ ମନ୍ଦିରରେ ନାରାୟଣୀଙ୍କ ପ୍ରାଚୀନ ପ୍ରତିମା ପୂଜା ପାଉଛନ୍ତି l
ଆଠ ବର୍ଷ ପୂର୍ବେ, ଏଠାରେ ନବନିର୍ମିତ ଆଉ ଏକ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ସିଦ୍ଧଜଗନ୍ନାଥ ନାମରେ ପୂଜା ପାଉଛନ୍ତି l ଏହି ସିଦ୍ଧ ଜଗନ୍ନାଥ ମନ୍ଦିରଟି ଯେତିକି ଉଚ୍ଚ ସେତିକି ଭବ୍ୟ l ଐତିହ୍ୟ ଦର୍ଶନ ସହିତ ଏଠାକାର ସବୁଜିମାଭରା ପ୍ରାକୃତିକ ପରିବେଶ, ଯେ କୌଣସି ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିବାରେ ସକ୍ଷମ l ମନ୍ଦିର ନିକଟ କଦମ୍ବ ବୃକ୍ଷ ଶାଖାରେ ଝୁଲୁଥିବା ବାଇଚଢ଼େଇ ବସାରେ ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ସାଙ୍ଗକୁ ଅନ୍ୟ କେତେଟି ବୃକ୍ଷ ଶାଖାରେ ଶହ ଶହ ସଂଖ୍ୟାରେ ଗେଣ୍ଡାଳିଆଙ୍କ ଉପସ୍ଥିତି ପରିବେଶକୁ ଆହୁରି ମନୋରମ ଓ ଆକର୍ଷଣୀୟ କରି ଗଢ଼ିତଳେ l
Village Baredia of Baisimouja, Biridi, District Jagatsinghpur
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago