ଲେଖା: ଶ୍ରୀକାନ୍ତ ସିଂହ
~ ବାରେଡ଼ିଆସିଦ୍ଧେଶ୍ୱର ମନ୍ଦିର ~
ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର
ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର ଲୋକେ ନିଜର ଜୀବନ ଜୀବିକା ପାଇଁ ଏହି ନଦୀ ଦ୍ବୟ ଉପରେ ନିର୍ଭର କରୁଥିଲେ l ସେ କାଳରେ ଏହି ନଦୀ ପଥଦେଇ ସାଧବ ଓ ସୌଦାଗରମାନେ ବେପାର ବଣିଜ କରୁଥିଲେ l
ଲୋକକଥାନୁସାରେ, ଜଣେ ସାଧବର କେତେ ଗୋଟି ବୋଇତ ନଦୀପଥ ଦେଇ ଯାତ୍ରା ସମୟରେ ନଦୀ ଗର୍ଭରେ ଫସି ରହିଲା, ଆଗକୁ ଆଉ ଯାଇ ପାରିଲା ନାହିଁ l ଅତୀବ ଦୁଃଖରେ କାତର ହୋଇ ପରମ ଶିବଭକ୍ତ ସାଧବ ଜଣକ ମହାଦେବଙ୍କ ଉଦ୍ଦେଶ୍ୟରେ ସଭକ୍ତି ମାନସିକ କରିଲା ଯେ, ତାର ବୋଇତ ଗୁଡ଼ିକ ସକୁଶଳ ଅଗ୍ରଗାମୀ ହେଲେ ନଦୀ କୂଳରେ ମହାଦେବଙ୍କ ଉଦ୍ଦେଶ୍ୟରେ ମନ୍ଦିରଟିଏ ନିର୍ମାଣ କରିଦେବ l ବୋଇତ ଫସି ରହିଥିବା ସେଇ ସ୍ଥାନଟି ଏବେ ବୋଇତଳହୁରା ନାମରେ ପରିଚିତ l
ସତକୁ ସତ ତା ଭକ୍ତିର ଶକ୍ତିରେ ଚମତ୍କାର ଘଟଣା ସ୍ୱରୂପ ସମସ୍ତ ବୋଇତ ସକୁଶଳେ ଗନ୍ତବ୍ୟ ପଥରେ ଅଗ୍ରସର ହୋଇଥିଲା l ବଣିଜରୁ ଫେରିବା ପରେ, ତା’ର କାର୍ଯ୍ୟ ସିଦ୍ଧି ହୋଇଥିବାରୁ ବଣିକ ସାଧବ ଜଣକ ନିଜ ମାନସିକ କଥା ସ୍ମରଣ କରି ଆଶୁତୋଷ ମହାଦେବଙ୍କ ଉଦ୍ଦେଶ୍ୟରେ ବାଇଶିମୌଜାର ବାରେଡ଼ିଆ ଠାରେ ଦେଉଳଟିଏ ତୋଳାଇ ସିଦ୍ଧେଶ୍ବର ମହାଦେବଙ୍କୁ ଲିଙ୍ଗ ସ୍ୱରୂପରେ ପ୍ରାଣ ପ୍ରତିଷ୍ଠା କରିଥିଲେ l
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ହଜାରେ ବର୍ଷରୁ ବି ଅଧିକ ପ୍ରାଚୀନ ହେବ l ମାତ୍ର ପୁରୁଣା ଦେଉଳଟି କୌଣସି କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ବର୍ତ୍ତମାନର ମନ୍ଦିରଟି ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଛି l ଅନୁମାନ କରାଯାଏ କେଶରୀ ବଂଶୀୟ ଶାସକଙ୍କ ଶାସନ କାଳରେ ମନ୍ଦିରଟି ନିର୍ମାଣ ହୋଇଥିବ l ଏହି ମନ୍ଦିରଟି ବିଅଁଳର ଗତେଶ୍ୱର ମହାଦେବ ମନ୍ଦିର ନିକଟରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ l
(କୀର୍ତ୍ତିମୁଖ)
ଜନବସତି ଠାରୁ ବହୁ ଦୂରରେ ବିଲ ମଝିରେ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ରହିଛି l ଗର୍ଭଗୃହରେ ଥିବା ଶିବଲିଙ୍ଗଟି ଜଳ ମଧ୍ୟରେ ସମ୍ପୂର୍ଣ୍ଣ ବୁଡ଼ି ରହିଛନ୍ତି l ମନ୍ଦିରର ପାର୍ଶ୍ୱଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କର ବହୁ ପ୍ରାଚୀନ ପାଷାଣ ପ୍ରତିମା ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ l ହନୁମାନଙ୍କର ବହୁ ପ୍ରାଚୀନ ଏକ ପାଷାଣ ପ୍ରତିମା ସହିତ କୀର୍ତ୍ତିମୁଖ ମୂର୍ତ୍ତି ବି ମନ୍ଦିର ଗାତ୍ରରେ ରହିଛି l ନିକଟରେ ଅନ୍ୟ ଏକ ମନ୍ଦିରରେ ନାରାୟଣୀଙ୍କ ପ୍ରାଚୀନ ପ୍ରତିମା ପୂଜା ପାଉଛନ୍ତି l
ଆଠ ବର୍ଷ ପୂର୍ବେ, ଏଠାରେ ନବନିର୍ମିତ ଆଉ ଏକ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ସିଦ୍ଧଜଗନ୍ନାଥ ନାମରେ ପୂଜା ପାଉଛନ୍ତି l ଏହି ସିଦ୍ଧ ଜଗନ୍ନାଥ ମନ୍ଦିରଟି ଯେତିକି ଉଚ୍ଚ ସେତିକି ଭବ୍ୟ l ଐତିହ୍ୟ ଦର୍ଶନ ସହିତ ଏଠାକାର ସବୁଜିମାଭରା ପ୍ରାକୃତିକ ପରିବେଶ, ଯେ କୌଣସି ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିବାରେ ସକ୍ଷମ l ମନ୍ଦିର ନିକଟ କଦମ୍ବ ବୃକ୍ଷ ଶାଖାରେ ଝୁଲୁଥିବା ବାଇଚଢ଼େଇ ବସାରେ ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ସାଙ୍ଗକୁ ଅନ୍ୟ କେତେଟି ବୃକ୍ଷ ଶାଖାରେ ଶହ ଶହ ସଂଖ୍ୟାରେ ଗେଣ୍ଡାଳିଆଙ୍କ ଉପସ୍ଥିତି ପରିବେଶକୁ ଆହୁରି ମନୋରମ ଓ ଆକର୍ଷଣୀୟ କରି ଗଢ଼ିତଳେ l
Village Baredia of Baisimouja, Biridi, District Jagatsinghpur
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago