ଲେଖା: ଦେଵ ତ୍ରିପାଠୀ

ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର !

ଏ ମାଟିରେ ଜନ୍ମିଥିଲେ ଜଣେ ପ୍ରଚଣ୍ଡ ମାନବବାଦୀ ଦେଶପ୍ରେମୀ, ସଂସ୍କାରକ, ବାଗ୍ମୀ ପଣ୍ଡିତ ତଥା ଆଜୀବନ ସଂଗ୍ରାମୀ । ଶୈଶବରୁ ହିଁ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ଦୃଢସଙ୍କଳ୍ପ ପରିଲକ୍ଷିତ ହୋଇଥିଲା ତାଙ୍କଠାରେ । ସେଇ ଆତ୍ମବିଶ୍ବାସ ହିଁ ଦିନେ ତାଙ୍କୁ ଫେରାଇ ଆଣିଥିଲା ବିଲାତରୁ ଓଡ଼ିଶା ମାଟିକୁ, ପ୍ରଥମ ବାରିଷ୍ଟର ଭାବେ ! ଓକିଲାତି ପେସାରେ ସେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ କଲିକତା, ମାନ୍ଦ୍ରାଜ ଓ ପାଟଣା ହାଇକୋର୍ଟରେ । କିନ୍ତୁ ପେସାରେ ସଫଳତା ବା ଅର୍ଥର ପ୍ରାଚୁର୍ଯ୍ୟ ତାଙ୍କୁ ଅନ୍ଧ କରି ପାରି ନଥିଲା ! ଓଡ଼ିଆ ଜାତିର ଦୁର୍ଦ୍ଦଶା ଓ ଉତ୍କଳ ଜନନୀଙ୍କର ଖଣ୍ଡବିଖଣ୍ଡିତ କଳେବର ବ୍ୟଥିତ କରିଥିଲା ତାଙ୍କ ଓଡ଼ିଆ ପ୍ରାଣକୁ ! ଆଜୀବନ ଓଡ଼ିଆ ଜାତି ଓ ଉତ୍କଳ ଜନନୀର ସେବା ପାଇଁ ପ୍ରତିଜ୍ଞାବଦ୍ଧ ସେ ମହାତ୍ମା ଜଣକ ଥିଲେ ବାରିଷ୍ଟର ବିଶ୍ୱନାଥ ମିଶ୍ର । 

ତେବେ ଲଣ୍ଡନରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଅଣ୍ଟା ଭିଡିଥିଲେ ବିଶ୍ୱନାଥ, ଦାୟିତ୍ବସମ୍ପନ୍ନ ରାଜନୀତିଜ୍ଞ Macgulam Scott MPଙ୍କ ନିକଟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବି ଉପସ୍ଥାପନ କରି ।

ଗଞ୍ଜାମ ଜିଲ୍ଲାର ଓଡ଼ିଆଙ୍କ ପ୍ରତନିଧି ଭାବେ ସେ ଓଡ଼ିଆଙ୍କ ଦୁର୍ଦ୍ଦଶା ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ନିକଟରେ ଉପସ୍ଥାପିତ କରି ତୁରନ୍ତ ବିହିତ ପଦକ୍ଷେପ ପାଇଁ ଦୃଢଦାବି କରିଥିଲେବାରିଷ୍ଟର ବିଶ୍ୱନାଥ ମିଶ୍ର । ଗଞ୍ଜାମ ଓଡ଼ିଆ ସମାଜର ବେସରକାରୀ କମିଶନ୍’ର ସଭାପତି ଭାବେ ମଞ୍ଜୁଷା, ସୋମପେଟା, ବାରୁଆ, ଜଳନ୍ତର, ପାରଳାଖେମୁଣ୍ଡି, ତରଡା ଆଦି ଅଞ୍ଚଳରେ ସଭାମାନ ଆୟୋଜନ କରି ଉକ୍ତ ଅଞ୍ଚଳଗୁଡିକର ମିଶ୍ରଣ ବାବଦରେ ଜନମତ ସୃଷ୍ଟି କରିବା ସହିତ ସଭାମାନଙ୍କରେ ଜଣ ଜଣ କରି ଓଡ଼ିଆଙ୍କ ସଙ୍ଗେ ମିଶି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସୀମା ଅନୁସନ୍ଧାନ କରିଥିଲେ । 

କେନ୍ଦ୍ର ବ୍ୟବସ୍ଥାପକ ସଭାର ତିନି ଥର ସଭ୍ୟ ହୋଇଥିବା ବିଶ୍ୱନାଥ ଓ ଅନ୍ୟାନ୍ୟ ସଭ୍ୟମାନଙ୍କର ଅକ୍ଳାନ୍ତ ଚେଷ୍ଟା ଓ ଦେଶପ୍ରେମ ଶେଷରେ ସଫଳତା ଆଣିଦେଇଥିଲା । 

ବିଶ୍ୱନାଥ ଓଡିଶା ମାଟି ପାଇଁ ଲଢି ଲଢି ନାଁ ପାଇଥିଲେ “ମିଷ୍ଟର୍ ଓଡିଶା” । ନୀଳମଣି ବିଦ୍ୟାରତ୍ନ ତାଙ୍କୁ ଦେଇଇଥିଲେ “ଉତ୍କଳ ରତ୍ନ” ଉପାଧି । କେତେ ନିଷ୍ଠା କେତେ ତ୍ୟାଗ ଥିଲା ବିଶ୍ୱନାଥଙ୍କର । 

ଜାତୀୟ ଆନ୍ଦୋଳନରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ବିଶ୍ୱନାଥ । ୧୯୩୧ ମସିହାରେ ଯେଉଁ ଜାତୀୟ ଦଳ ସରକାରୀ ବଜେଟ ପାଶ୍ ବେଳେ ବାଧା ଦେଇଥିଲେ ସେ କମିଟିର ସକ୍ରିୟ ସଭ୍ୟ ଥିଲେ ସେ ।

ଏକାଧାରାରେ ପଣ୍ଡିତ, ଶିକ୍ଷାପ୍ରେମୀ ଓ ବାଗ୍ମୀ ଭାବେ ପରିଚିତବାରିଷ୍ଟର ବିଶ୍ୱନାଥ ମିଶ୍ର ଉତ୍କଳ ହେରାଲଡ୍ ନାମକ ଇଂରାଜୀ ପତ୍ରିକାର ସମ୍ପାଦକ ଭାବରେ ନାରୀ ଶିକ୍ଷା ଓ ନାରୀ ଜାଗରଣ ପାଇଁ ଉଲ୍ଲେଖନୀୟ ଚେଷ୍ଟା ଚଳାଇଥିଲେ ।

ଓଡୋନେଲ୍ କମିଟି ରିପୋର୍ଟ(୧୯୩୩)ରେ ସମ୍ପୂର୍ଣ୍ଣ ଗଞ୍ଜାମ ଓଡିଶା ସହ ମିଶୁନାହିଁ ଜାଣି ସେ ମରଣାନ୍ତକ ବ୍ୟଥା ପାଇଥିଲେ। ସିମଳାଠାରେ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଏଇ କଥା ଉଠାଇବା ପରଦିନ (୧୯୪୩ ମସିହା ମହାଳୟା ତିଥି) ସେଇଠି ହୃଦଘାତରେ ସେ ପରଲୋକ ଗମନ କଲେ ।

ସେଇ ମହାନ ଦେଶପ୍ରେମୀ ତଥା ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର ମହୋଦୟଙ୍କୁ ଅନ୍ତରଙ୍ଗ କଳିଙ୍ଗର ଆନ୍ତରିକ ଶ୍ରଦ୍ଧା ନିବେଦନ ।

#ପୂଜ୍ୟପୂଜା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago