ଲେଖା: ସୁଶାନ୍ତ ସାହୁ
ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି।
ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ, କାଳଚକ୍ରଯାନ ଏବଂ ସହଜଯାନର ଉତ୍ପତ୍ତି ଓଡି଼ଶାରେ ହିଁ ହୋଇଥିଲା। ଏହା ସାରା ଭାରତବର୍ଷକୁ ପ୍ରଭାବିତ କରିଥିଲା।
ବଜ୍ରଯାନର ସୃଷ୍ଟିକର୍ତ୍ତା ଥିଲେ ସମ୍ବଲକର ରାଜା ଇନ୍ଦ୍ରଭୂତି। ସମ୍ବଲକକୁ ବର୍ତ୍ତମାନର ସମ୍ବଲପୁର ବୋଲି ଚିହ୍ନଟ କରାଯାଇଛି। ସେ ୮୪ ସିଦ୍ଧଙ୍କ ମଧ୍ୟରେ ପୂଜିତ ହେଉଥିଲେ। ଇନ୍ଦ୍ରଭୂତି ସିଦ୍ଧିଲାଭ କରିଥିଲେ ଯାଜପୁର ଜିଲ୍ଲାର ଉଦୟଗିରିଠାରେ । ତାଙ୍କ ଗୁରୁଥିଲେ ଅନଙ୍ଗବଜ୍ର।
କେହିକେହି ଐତିହାସିକ ଇନ୍ଦ୍ରଭୂତିଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନ କହିବା ସହିତ ୮୪ ସିଦ୍ଧଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ଶବରପାଙ୍କୁ ଶବର ରାଜ ବିଶ୍ଵାବସୁ ବୋଲି କହିଛନ୍ତି। ଇନ୍ଦ୍ରଭୂତି ବୁଦ୍ଧ ଏବଂ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟ କଳ୍ପନା କରିଛନ୍ତି। ସିଦ୍ଧିପ୍ରାପ୍ତି ପରେ ସେ ଜ୍ଞାନସିଦ୍ଧି ଗ୍ରନ୍ଥରେ ଭାବବିହ୍ବଳ ହୋଇ ଗାଇ ଉଠିଛନ୍ତି–
‘ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍
ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମଂ ।।’
ତଥ୍ୟ:: ବିଭିନ୍ନ ଇତିହାସ ପୁସ୍ତକ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…