ଲେଖା: ଦେଵ ତ୍ରିପାଠୀ

ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର !

ଏ ମାଟିରେ ଜନ୍ମିଥିଲେ ଜଣେ ପ୍ରଚଣ୍ଡ ମାନବବାଦୀ ଦେଶପ୍ରେମୀ, ସଂସ୍କାରକ, ବାଗ୍ମୀ ପଣ୍ଡିତ ତଥା ଆଜୀବନ ସଂଗ୍ରାମୀ । ଶୈଶବରୁ ହିଁ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ଦୃଢସଙ୍କଳ୍ପ ପରିଲକ୍ଷିତ ହୋଇଥିଲା ତାଙ୍କଠାରେ । ସେଇ ଆତ୍ମବିଶ୍ବାସ ହିଁ ଦିନେ ତାଙ୍କୁ ଫେରାଇ ଆଣିଥିଲା ବିଲାତରୁ ଓଡ଼ିଶା ମାଟିକୁ, ପ୍ରଥମ ବାରିଷ୍ଟର ଭାବେ ! ଓକିଲାତି ପେସାରେ ସେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ କଲିକତା, ମାନ୍ଦ୍ରାଜ ଓ ପାଟଣା ହାଇକୋର୍ଟରେ । କିନ୍ତୁ ପେସାରେ ସଫଳତା ବା ଅର୍ଥର ପ୍ରାଚୁର୍ଯ୍ୟ ତାଙ୍କୁ ଅନ୍ଧ କରି ପାରି ନଥିଲା ! ଓଡ଼ିଆ ଜାତିର ଦୁର୍ଦ୍ଦଶା ଓ ଉତ୍କଳ ଜନନୀଙ୍କର ଖଣ୍ଡବିଖଣ୍ଡିତ କଳେବର ବ୍ୟଥିତ କରିଥିଲା ତାଙ୍କ ଓଡ଼ିଆ ପ୍ରାଣକୁ ! ଆଜୀବନ ଓଡ଼ିଆ ଜାତି ଓ ଉତ୍କଳ ଜନନୀର ସେବା ପାଇଁ ପ୍ରତିଜ୍ଞାବଦ୍ଧ ସେ ମହାତ୍ମା ଜଣକ ଥିଲେ ବାରିଷ୍ଟର ବିଶ୍ୱନାଥ ମିଶ୍ର । 

ତେବେ ଲଣ୍ଡନରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଅଣ୍ଟା ଭିଡିଥିଲେ ବିଶ୍ୱନାଥ, ଦାୟିତ୍ବସମ୍ପନ୍ନ ରାଜନୀତିଜ୍ଞ Macgulam Scott MPଙ୍କ ନିକଟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବି ଉପସ୍ଥାପନ କରି ।

ଗଞ୍ଜାମ ଜିଲ୍ଲାର ଓଡ଼ିଆଙ୍କ ପ୍ରତନିଧି ଭାବେ ସେ ଓଡ଼ିଆଙ୍କ ଦୁର୍ଦ୍ଦଶା ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ନିକଟରେ ଉପସ୍ଥାପିତ କରି ତୁରନ୍ତ ବିହିତ ପଦକ୍ଷେପ ପାଇଁ ଦୃଢଦାବି କରିଥିଲେବାରିଷ୍ଟର ବିଶ୍ୱନାଥ ମିଶ୍ର । ଗଞ୍ଜାମ ଓଡ଼ିଆ ସମାଜର ବେସରକାରୀ କମିଶନ୍’ର ସଭାପତି ଭାବେ ମଞ୍ଜୁଷା, ସୋମପେଟା, ବାରୁଆ, ଜଳନ୍ତର, ପାରଳାଖେମୁଣ୍ଡି, ତରଡା ଆଦି ଅଞ୍ଚଳରେ ସଭାମାନ ଆୟୋଜନ କରି ଉକ୍ତ ଅଞ୍ଚଳଗୁଡିକର ମିଶ୍ରଣ ବାବଦରେ ଜନମତ ସୃଷ୍ଟି କରିବା ସହିତ ସଭାମାନଙ୍କରେ ଜଣ ଜଣ କରି ଓଡ଼ିଆଙ୍କ ସଙ୍ଗେ ମିଶି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସୀମା ଅନୁସନ୍ଧାନ କରିଥିଲେ । 

କେନ୍ଦ୍ର ବ୍ୟବସ୍ଥାପକ ସଭାର ତିନି ଥର ସଭ୍ୟ ହୋଇଥିବା ବିଶ୍ୱନାଥ ଓ ଅନ୍ୟାନ୍ୟ ସଭ୍ୟମାନଙ୍କର ଅକ୍ଳାନ୍ତ ଚେଷ୍ଟା ଓ ଦେଶପ୍ରେମ ଶେଷରେ ସଫଳତା ଆଣିଦେଇଥିଲା । 

ବିଶ୍ୱନାଥ ଓଡିଶା ମାଟି ପାଇଁ ଲଢି ଲଢି ନାଁ ପାଇଥିଲେ “ମିଷ୍ଟର୍ ଓଡିଶା”ନୀଳମଣି ବିଦ୍ୟାରତ୍ନ ତାଙ୍କୁ ଦେଇଇଥିଲେ “ଉତ୍କଳ ରତ୍ନ” ଉପାଧି । କେତେ ନିଷ୍ଠା କେତେ ତ୍ୟାଗ ଥିଲା ବିଶ୍ୱନାଥଙ୍କର । 

ଜାତୀୟ ଆନ୍ଦୋଳନରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ବିଶ୍ୱନାଥ । ୧୯୩୧ ମସିହାରେ ଯେଉଁ ଜାତୀୟ ଦଳ ସରକାରୀ ବଜେଟ ପାଶ୍ ବେଳେ ବାଧା ଦେଇଥିଲେ ସେ କମିଟିର ସକ୍ରିୟ ସଭ୍ୟ ଥିଲେ ସେ ।

ଏକାଧାରାରେ ପଣ୍ଡିତ, ଶିକ୍ଷାପ୍ରେମୀବାଗ୍ମୀ ଭାବେ ପରିଚିତବାରିଷ୍ଟର ବିଶ୍ୱନାଥ ମିଶ୍ର ଉତ୍କଳ ହେରାଲଡ୍ ନାମକ ଇଂରାଜୀ ପତ୍ରିକାର ସମ୍ପାଦକ ଭାବରେ ନାରୀ ଶିକ୍ଷା ଓ ନାରୀ ଜାଗରଣ ପାଇଁ ଉଲ୍ଲେଖନୀୟ ଚେଷ୍ଟା ଚଳାଇଥିଲେ ।

ଓଡୋନେଲ୍ କମିଟି ରିପୋର୍ଟ(୧୯୩୩)ରେ ସମ୍ପୂର୍ଣ୍ଣ ଗଞ୍ଜାମ ଓଡିଶା ସହ ମିଶୁନାହିଁ ଜାଣି ସେ ମରଣାନ୍ତକ ବ୍ୟଥା ପାଇଥିଲେ। ସିମଳାଠାରେ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଏଇ କଥା ଉଠାଇବା ପରଦିନ (୧୯୪୩ ମସିହା ମହାଳୟା ତିଥି) ସେଇଠି ହୃଦଘାତରେ ସେ ପରଲୋକ ଗମନ କଲେ ।

ସେଇ ମହାନ ଦେଶପ୍ରେମୀ ତଥା ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର ମହୋଦୟଙ୍କୁ ଅନ୍ତରଙ୍ଗ କଳିଙ୍ଗର ଆନ୍ତରିକ ଶ୍ରଦ୍ଧା ନିବେଦନ ।

#ପୂଜ୍ୟପୂଜା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago