ଇତିହାସ

ବାଘଶଳା ମଠ ଓ କଳିଙ୍ଗ ଇତିହାସ (Baghashala Matha)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ
ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ବାଘଶଳା ମଠର ମଠାଧୀଶଙ୍କ ଦ୍ଵାରା ଏକ ତ୍ରିଫଳୀ ତାମ୍ରଶାସନ ହସ୍ତଗତ ହୋଇଥିଲା, ଯେଉଁଥିରେ ଆମେ କଳିଙ୍ଗରେ ତୈଳପ ରାଜବଂଶ କଥା ଜାଣିବାକୁ ପାଉ।

ତୈଳପମାନେ ଏକ ଶକ୍ତିଶାଳୀ ଶାସକ ଥିବା ଇତିହାସରୁ ଜଣାଯାଏ। ଏହି ମଠରୁ ମିଳିଥିବା ପଟା ଅନୁସାରେ ଏଠାରେ ୧୧ଶ ଶତାବ୍ଦୀରେ ଚାରଣ ରାମଦେବ ଶାସନ କରିବା ଜଣାଯାଏ ଯେ ଗଙ୍ଗବଂଶୀ ରାଜା ରାଜରାଜ ଦେବଙ୍କ ସେନାଦକ୍ଷ ବନପତିଙ୍କ ବଂଶଜ, ଅର୍ଥାତ ରାଜରାଜ ଖିମୁଣ୍ଡି ମଣ୍ଡଳକୁ ତୈଳପମାନଙ୍କ ହାତକୁ ଟେକିଦେଇଥିଲେ ବୋଲି ଐତିହାସିକ ମତ ଦିଅନ୍ତି।

ଏହି ବୈଷ୍ଣବ ମଠରେ ମିଳିଥିବା ଫଳକରେ ଉଲ୍ଲେଖ ଅଛି ଯେ ମହେନ୍ଦ୍ରତନୟା ତଟରେ ଥିବା ଦୁଇଗ୍ରାମ ବକଶୁଳକଉପଳବଡା ବ୍ରାହ୍ମଣମାନଙ୍କୁ ଦତ୍ତ ହେଲା। ଆଜି ଏହି ଦୁଇ ଗ୍ରାମର ନାମ ବାଘଶଳା ଏବଂ ଉପଲଡାଏହି ମଠ ଆଜି ଯାଏଁ ଉତ୍କଳୀୟ ବୈଷ୍ଣବ ପରମ୍ପରାର ଏକ ପ୍ରମୁଖ ପୀଠ ହୋଇ ରହି ଆସିଛି ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago