ଲେଖା: ଶିବାଶିଷ ମହାପାତ୍ର
ବଉଦ ରାଜ୍ୟର ପୁରାତନ ଇତିହାସ ପୃଷ୍ଠାକୁ ଦେଖିଲେ ଜଣାଯାଏ ଢ଼େଙ୍କାନାଳ ରାଜ୍ୟରୁ ଆସି ଏଠାରେ ଖିଂଜଳି ରାଜବଂଶ ସ୍ଥାପନ କରିଥିଲେ । ଓଡ୍ର ଦେଶର ରାଜା ଯଯାତି ନିଜ ରାଜ୍ୟର ରାଜଧାନୀ ଯଯାତି ନଗର ବର୍ତମାନ ବୋୖଦ୍ଧ ଜିଲ୍ଲାର ଯଗତି ଗ୍ରାମରେ ଥିବାର ପ୍ରମାଣ ରହିଛି । 
୧୪ଶ ଶତାବ୍ଦୀରେ କେଉଁଝର ରାଜ୍ୟରୁ ଅନଙ୍ଗଦେବ ଆସି  ଏଠାରେ ଭଂଜ ରାଜବଂଶର ପ୍ରତିଷ୍ଠା କରିଥିଲେ । ୧୮୭୪ ମସିହାରେ କନ୍ଧମାଳ ଅଞ୍ଚଳକୁ ଛାଡି ଆଠମଲ୍ଲିକ ଅଞ୍ଚଳକୁ ନେଇ ବର୍ତ୍ତମାନର ବଉଦ ରାଜ୍ୟ ପ୍ରତିଷ୍ଠା କରାଯାଇଥିଲା । ରାଜା ଶ୍ରୀ ପିତାମ୍ବର ଦେବ ଏହାର ପ୍ରଥମ ରାଜା ଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ରାଜା ଶ୍ରୀ ଯୋଗିନ୍ଦ୍ର ଦେବ ୧୮୭୯ ମସିହାରେ ଦ୍ବିତୀୟ ରାଜା ଭାବରେ ଶାସନ ଭାର ଗ୍ରହଣ କରିଥିଲେ । ତାଙ୍କ ସମୟରେ ମହାନଦୀ କୂଳରେ ନିର୍ମାଣ କରାଯାଇଥିଲା ଏହି ଭବ୍ୟ ରାଜପ୍ରାସାଦ । ରାଜା ଯୋଗିନ୍ଦ୍ରଙ୍କ ନାମାନୁସାରେ ଏହି ରାଜପ୍ରାସାଦର ନାମ ଯୋଗିନ୍ଦ୍ର ରାଜମହଲ ବୋଲି ନାମିତ ହୋଇଥିଲା ।
ପରେ ଏହା ଏକ ସିନେମା ପ୍ରେକ୍ଷାଳୟ ଭାବରେ କିଛି ଦିନ ଚାଲିଥିଲା । ବର୍ତ୍ତମାନ ଏହା ଅବହେଳିତ ହୋଇ ପଡ଼ି ରହିଛି । ଆଗରୁ ଏହି ପ୍ରାସାଦରୁ ମହାନଦୀର ସୁନ୍ଦରତା ଉପଭୋଗ ହେଉଥିବା ବେଳେ ଏବେ ଏଠାରୁ ମହାନଦୀ ଦେଖିବା କଷ୍ଟକର ସୋଇପଡିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago