ବେଳେ ବେଳେ ଏହି ପକ୍ଷୀ ସମୂହ ଧାନ କଟା ପରେ ଖାଲି ବିଲରେ ରୁଣ୍ଡ ହେଇପଡନ୍ତି । କ’ଣ ପୁଳାଏ ଖୁଣ୍ଟି ସାଉଁଟି ପକାନ୍ତି ଘାସରୁ । ପୁଣି ଅତର୍କିତ ଉଡି ଯାଆନ୍ତି ଏକ ଆକାଶର ଲହଡ଼ି ସୃଷ୍ଟିକରି ଯୁଆଡେ ପାରେ ସିଆଡେ । ତାଳବଣ ଏମାନଙ୍କ ଯୋଗୁଁ ଖୁବ୍ କୋଳାହଳ ହେଇ ପଡ଼ିଥାଏ ।
ମୁଁ ସ୍କୁଲରୁ ଫେରିଲେ ଘଣ୍ଟା ଘଣ୍ଟା ମନ୍ତ୍ରମୁଗ୍ଧ ହୋଇ ଦେଖେ ସେମାନଙ୍କୁ । ବର୍ଷା ସମୟରେ ଆହୁରି କମନୀୟ ଦିଶେ ସେ ଦୃଶ୍ୟ । କଳାହାଣ୍ଡିଆ ମେଘକୁ ଉତ୍ତରା ପବନ । ବାଇଚଢ଼େଇ ବସା ଗୁଡ଼ିକ ଝୁଲା ପରି ଦୋହଲି ଦୋହଲି ହଲୁଥାଏ ପବନରେ । ନିଡର ଚଢେଇ ଆନନ୍ଦରେ ଦୋହଲନ୍ତି ପବନରେ । ସ୍କୁଲ୍ ଫେରନ୍ତା ରାସ୍ତାରେ ଛତାକୁ ଆଡେଇ ଖୁବ୍ ଦେଖିବାକୁ ମନହୁଏ ସେମାନଙ୍କୁ। ବର୍ଷାରେ ଓଦା ହେଇ ଯିବାର ଭ୍ରୁକ୍ଷେପ ନଥାଏ ସେତେବେଳେ ।
ଆଦ୍ୟ ବସନ୍ତରେ ମାଳ ମାଳ ହେଇ ଉଡିଯା’ନ୍ତି ଆକାଶରେ କେତେ ବେଳେ ଲାଲ୍ ସୂର୍ଯ୍ୟକୁ ଘୋଡେଇ ପକାନ୍ତି ତ କେତେବେଳେ ଅନନ୍ତ ଆକାଶରେ ଲହଡ଼ି ମାରି ଉଡିବୁଲନ୍ତି ବାଇଚଢ଼େଇ । ଦଳ ଗତ ଭାବରେ ଓହ୍ଲେଇ ପଡନ୍ତି ଫସଲ କ୍ଷେତରେ । ପୋକ ଯୋକ କାଠି କୁଟା ଆବଶ୍ୟକ ଅନୁଯାୟୀ ଉଠେଇ ନିଅନ୍ତି ଥଣ୍ଟରେ । ପୁଣି ଏକା ସାଥିରେ ଉଡି ଯାଆନ୍ତି ଆକାଶ ଆଡ଼େ । ସନ୍ଧ୍ୟାରେ ପୁଣି ତାଳ ଗଛ ଘରେ ସବୁ ଏକାଠି ହୁଅନ୍ତି। ପୁଣି ରାତ୍ରୀ ଯାପନ ପରେ ସକାଳର ଅପେକ୍ଷାରେ ଚଢ଼େଇର ସଂସାର ।
ସତରେ ପ୍ରକୃତିର ସର୍ଜନା ଅତି ଚମତ୍କାର । ସୂର୍ଯ୍ୟ ଚନ୍ଦ୍ର ତାରା ପଶୁ ପକ୍ଷୀ ଜୀବଜନ୍ତୁ ସମସ୍ତଙ୍କୁ କେଡେ ଯତ୍ନରେ ଗଢିଛି ସ୍ରଷ୍ଟା କିନ୍ତୁ ମଣିଷ ଆଜି ସ୍ବାର୍ଥପର ହେଇ ସେମାନଙ୍କୁ ନଷ୍ଟ କରିବାକୁ ବସିଛି ।
ଅଧିକ ପାଠପଢା ନେଇ ଗାଆଁ ଛାଡିଲି । ଗାଁର ଏକ ବିଶେଷ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍ ମନେ ପକେଇ ଦୁଃଖୀ ହୁଏ ସହରୀ ଜୀବନରେ । କଲେଜରେ । ସମୟ ସହିତ ଭୁଲି ଭୁଲି ଆସୁଥାଏ ଯେମିତି ସେ ପ୍ରାକୃତିକ ପରିସ୍ଥିତିକୁ ।
୧୯୯୯ ବାତ୍ୟା ପରେ ବାଇଚଢ଼େଇ କୁଆଡେ ଉଭେଇ ଗଲେ ଗାଆଁ ଗଣ୍ଡାରୁ । ସ୍ବଭାବତଃ ସେମାନେ ଆଉ ଦେଖିବାକୁ ମିଳିଲେ ନାହିଁ । ଯେମିତି ବିଲୁପ୍ତ ହେଇଗଲା ପରି ଲାଗିଲେ । ୧୯୯୯ ମହାବାତ୍ୟା ବେଳକୁ ମୁଁ ଦିଲ୍ଲୀରେ ଥିଲି । ବାତ୍ୟା ପରେ ଗାଆଁକୁ ଫେରି ଗାଁର ଶ୍ରୀହୀନ ପରିସ୍ଥିତିକୁ ଦେଖିଲି । ମନରେ ପ୍ରଶ୍ନ ଉଠୁଥିଲା ବିଚରା ବାଇଚଢ଼େଇ ସବୁ ବାତ୍ୟାରେ ମର୍ମଦୁନ୍ତ ମୃତ୍ୟୁବରଣ କରଛନ୍ତି ।
କିଛିବର୍ଷ ପରେ ଅନ୍ୟ ପକ୍ଷୀ ମାନେ ଫେରିଲେ ପ୍ରକୃତି କୋଳକୁ କିନ୍ତୁ ବାଇଚଢ଼େଇ ଦେଖିବାକୁ ମିଳିଲେ ନାହିଁ, ଅନେକ ଦିନ ପର୍ଯ୍ୟନ୍ତ ! ବେଳେ ବେଳେ ଲାଗୁଥିଲା ଏମାନେ ବିଲୁପ୍ତ ହେଇଗଲେଣି !
ଏବେ ଆଶ୍ୱାସନାର ବିଷୟ ଗାଁଗହଳିରେ, ତାଳଗଛରେ ପୁଣି ବାଇଚଢ଼େଇ ଦେଖିବାକୁ ମିଳିଲେଣି । ପୁଣି ସେଇ ଚଢ଼େଇଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ସତେ ଯେମିତି ପୁଣି ପ୍ରକୃତି କୋଳରେ ପୃଥିବୀର ବିଶେଷ ସୃଷ୍ଟି ଫେରି ଆସିଲାଣି ।
© ଅକ୍ଷୟ ଓଝା, ରାଇଁଲୋ,ନୂଆପଡ଼ା, ଆଳି,କେନ୍ଦ୍ରାପଡ଼ା
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…