ଲେଖା: ଅମ୍ବିକା ପଟ୍ଟନାୟକ

“ବିଚିତ୍ର ଏଇ ଦେଶ ଭାରତ, ବିଚିତ୍ର ଏହାର ଅଧିବାସୀ” ଏମିତି କିଛି କହିଥିଲେ ଦିଗବିଜୟୀ ଅଲେକଜାଣ୍ଡର l ଏଇଠି ଆମେ ଦେଖୁ ମନ୍ଦିରରେ ଶହ ଶହ ମୂଷା କ୍ଷୀର ପିଅନ୍ତି l ବୁଲେଟ ମଟର ସାଇକେଲ ପୂଜାପାଏ l “ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” ସବୁର ମୂଳେ  ବିଶ୍ୱାସ l
 
କଥାରେ ଅଛି “ମାନିଲେ ଦିଅଁ ନ ମାନିଲେ ପଥର”  କିନ୍ତୁ “ମାନିଲେ ଦିଅଁ ଉଭା, ନ ମାନିଲେ ଲୁହା” ଯଦି ଦେଖିବାକୁ ଇଚ୍ଛା, ଯିବାକୁ ହେବ କୋରାପୁଟ ଜିଲ୍ଲାର ଜୟପୁର ସହର l
  
ଜୟପୁର ସହର ମଧ୍ୟରେ ରାଜପ୍ରାସାଦ “ସୂର୍ଯ୍ୟ ମହଲ” l କର୍ପୁର ଉଡ଼ି ଯାଇ କନା ପଡିଛି l ପ୍ରବେଶ ପଥରେ ବଣ୍ଡା ବାଘଙ୍କ ଆସ୍ଥାନ l ପ୍ରବେଶ ଦ୍ଵାରର ପରେ ପରେ ରାଜପ୍ରାସାଦକୁ ଘେରିଥିବା ପାଚିରୀ ସଂଲଗ୍ନ ଏକ ସଫା ସ୍ଥାନ l କାନ୍ଥରେ ମା’ଙ୍କ ଛବି l ମାଟି ଉପରେ ବସ୍ତ୍ରାବୃତ “ବଣ୍ଡାବାଘ”.. ମା’ ବଣ୍ଡାବାଘ, ଭୈରବ ବଣ୍ଡାବାଘ ବା ଦେବୀଙ୍କ ବାହନ ବଣ୍ଡାବାଘ l କିନ୍ତୁ ଭକ୍ତିଭରେ ପୂଜାର୍ଚନା ଚାଲେ l ନିରୀକ୍ଷଣ କଲେ ଜଣା ଯାଏ “ବଣ୍ଡାବାଘ” ବିଗ୍ରହ ଏକ ଲୁହାର ପ୍ରାଚୀନ ତୋପ l ବିଶ୍ୱାସ ବଳରେ ଲୁହା ତୋପ ଆଜି ପୂଜିତ l
   
ପୁରୁଣା ଲୋକଙ୍କ ଠାରୁ ଇତିହାସ ସଂଗ୍ରହ କରିବାରୁ ଜଣାଯାଏ ଯେ, ପ୍ରାୟ ପ୍ରତି ରାଜା ଓ ଜମିଦାର ଅନ୍ୟୁନପକ୍ଷେ ଗୋଟିଏ ତୋପ ରଖିବା ବ୍ରିଟିଶ ଅମଳରେ ପ୍ରାୟ ବାଧ୍ୟତାମୂଳକ ଥିଲା l କାରଣ ଇଂଲଣ୍ଡ ରାଜା କିମ୍ବା ଭାରତର ବଡ଼ଲାଟଙ୍କ ଜନ୍ମଦିନ/ଆଗମନ ଇତ୍ୟାଦି ଅବସରରେ ୫,୭,୧୧,୨୧ ଇତ୍ୟାଦି ତୋପ ସଲାମୀ ଦେବା ନିୟମ ଥିଲା l
 
ସେମାନଙ୍କ କହିବାକଥା, ପ୍ରାୟ ୨୫୦ ବର୍ଷ ତଳେ ଥରେ ଜୟପୁର ରାଜା ବସ୍ତରର ରାଜାଙ୍କୁ ଭ୍ରାତୃବିବାଦ ସମୟରେ ସାମରିକ ସାହାଯ୍ୟ ଦେଇ ଜିତାଇଥିଲେ l ଏଣୁ କୃତଜ୍ଞ ବସ୍ତର ରାଜା କିଛି ଲୁହା ତୋପ ଉପହାର ଦେଇ ଥିଲେ l ଉପହାରରେ ପ୍ରାପ୍ତ ଲୁହା ତୋପ ଆଜି ଅର୍ଚ୍ଚିତ l 

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago