ଲେଖା: ବିଷ୍ଣୁ ମୋହନ ଅଧିକାରୀ

ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ମୁକ୍ତାହାରମୟୀ। ଲୋକମୁଖରେ ସେ ମୁତ୍ୟାଲୁ ମା’ ନାମରେ ପରିଚିତ।

ଅଭିଭକ୍ତ କୋରାପୁଟ, ଛତିଶଗଡ଼ ଓ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ମା’ ମୁତ୍ୟାଲୁଙ୍କ ମନ୍ଦିର ଦେଖାଯାଏ । ତେବେ ମାଲ୍ୟବନ୍ତଗିରି ହେଉଛି ମା’ ମୁତ୍ୟାଲୁଙ୍କ ଆଦିସ୍ଥାନ।


ମା’ ମୁତ୍ୟାଲୁ ଶକ୍ତିସ୍ୱରୂପିଣୀ ହେଲେ ମଧ୍ୟ ଆଦିମ ଶୈବ ଓ ବୈଷ୍ଣବ ଉପାସନା ସହ ଅଙ୍ଗାଙ୍ଗୀଭାବେ ଜଡିତ। ମା’ ଙ୍କ ସମ୍ବତ୍ସରିକ ପର୍ବ ମଧ୍ୟରେ ଷୋଡ଼ଶପୂଜା ଓ ବଡ଼ଯାତ୍ରା ଅନ୍ୟତମ। ଷୋଡଶପୂଜା ସମସ୍ତ ଭାରତୀୟ ମୁତ୍ୟାଲୁପୀଠରେ ଆଶ୍ୱିନ ମାସରେ ଅନୁଷ୍ଠିତ ହେଉଥିବାବେଳେ ବଡ଼ଯାତ୍ରା କେବଳ ମାଲକାନଗିରିରେ ହିଁ ହୋଇଥାଏ। ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୂର୍ବଗୋଦାବରୀ ଓ ଛତିଶଗଡ଼ର ବସ୍ତର, ଧମତରୀ, କୋଣ୍ଡାଗାଓଁ ଅଞ୍ଚଳରେ ମା’ଙ୍କ ଶାରଦୀୟ ଉତ୍ସବ ଏକ ରକମରେ ପାଳନ ହୁଏ।


ମା’ ମୁତ୍ୟାଲୁ ଦ୍ଵାପର ଯୁଗରେ ଜରାସନ୍ଧ ବଧ ବେଳେ ଶ୍ରୀକୃଷ୍ଣଙ୍କ ଦ୍ଵାରା ମତ୍ସ୍ୟଦେଶରେ ପୂଜା ପାଇଥିଲେ। ଆଜି ମଧ୍ୟ ମତ୍ସ୍ୟଦେଶର ମତ୍ସ୍ୟକୁଣ୍ଡରେ ମା’ ପୂଜା ପାଉଛନ୍ତି। ସିଲେରୁ ନଦୀତୀରରେ ତ୍ରେତୟା ଯୁଗରେ ମାତା ମୁକ୍ତାହାରମୟୀଙ୍କୁ ସୁମରଣା କରି ଦଣ୍ଡକବନ ମାଲ୍ୟବନ୍ତରେ ପ୍ରଭୁ ରାମଚନ୍ଦ୍ର ତାଡ଼କାସୁର ବଧ କରିଥିଲେ।

ବଡ଼ଯାତ୍ରା ପାଳନ ଅବସରରେ ତାଡ଼କାକୁଣ୍ଡରେ ଶ୍ରୀରାମଚନ୍ଦ୍ର ସ୍ମୃତିଚାରଣ ହୁଏ। ଏଣୁ ପୂର୍ବଗୋଦାବରୀ ସୀମାରେ ଥିବା ପୋଲେରୁ କୁଣ୍ଡରୁ ମା’ ମୁତ୍ୟାଲୁଙ୍କୁ ବଡ଼ଯାତ୍ରା ସମୟରେ ଜଳବନ୍ଦାପନା ହୁଏ। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଭଳି ମା’ ମୁତ୍ୟାଲୁ ଛତିଶଗଡ଼ରେ ମଧ୍ୟ ଭାରି ପ୍ରସିଦ୍ଧ ।


ଓଡିଶାର ବିଛିନ୍ନାଞ୍ଚଳ ସୁକୁମା, ବସ୍ତର, କୋଣ୍ଡାଗାଁରେ ମା’ଙ୍କ ଆରାଧନା ମାଉଲୀଙ୍କ ରୂପେ କରାଯାଏ। ଦଶହରା ସମୟରେ ବିଜାପୁର ଭୋପାଳପାଟଣାରେ ମା’ଙ୍କ କଣ୍ଟାପିଢ଼ା ଯାତ୍ରା ଅନୁଷ୍ଠିତ ହୁଏ। ମା’ ମୁତ୍ୟାଲୁଙ୍କ ଅନେକ ଉତ୍ସବ ମଧ୍ୟରେ ଦଶହରା ଭଳି ବଡ଼ଯାତ୍ରା ଅନ୍ୟତମ ।

ଏହି ଯାତ୍ରାରେ ମା’ ମୁତ୍ୟାଲୁଙ୍କ କିମ୍ବଦନ୍ତୀ ପର୍ବ ଆରମ୍ଭ ହୁଏ। ମଗଧରାଜ ଜରାସନ୍ଧ ପ୍ରବଳପ୍ରତାପୀ, ତେଣୁ ତାକୁ ମାରିବା ଏକପ୍ରକାର କଠିନ କାର୍ଯ୍ୟ ହୋଇପଡିଥିଲା। ଏଣୁ ମତ୍ସ୍ୟଦେଶର ମାଲ୍ୟବନ୍ତରେ ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମଙ୍କ ସମେତ ମା’ଙ୍କ ଶରଣ ପଡ଼ିଲେ, ଏବଂ ସେହିଠାରେ ମାତା ମୁକ୍ତାହାରମୟୀ ଦର୍ଶନ ଦେଲେ। ପାଣ୍ଡବଙ୍କୁ ଅଭୟ ବର ଓ ଶ୍ରୀକୃଷ୍ଣଙ୍କୁ ଜନ୍ମବୃତ୍ତାନ୍ତ ସ୍ମୃତିଚାରଣ କରାଇଲେ।

ଏହି ଗାଥାକୁ ମନେ ରଖି ଅନାଦି କାଳରୁ ମା’ଙ୍କ ବଡ଼ଯାତ୍ରା ପାଳିତ ହୋଇ ଆସୁଛି। ଏଥିରେ ଭୀମ, ଅର୍ଜୁନ ଶ୍ରୀକୃଷ୍ଣ ଓ ମାତା ମୁକ୍ତାହାରମୟୀଙ୍କ ଯାତ୍ରା ହୋଇଥାଏ। ତେବେ ଦକ୍ଷିଣ ଓଡ଼ିଶାରର ପାର୍ବତ୍ୟାଞ୍ଚଳରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ ଯଥାକ୍ରମେ କାନମରାଜୁ, ପୋତରାଜୁ ଓ ବାଳରାଜୁ ରୂପେ ଖ୍ୟାତ।

ଏଭଳି ଶାକ୍ତ ବୈଷ୍ଣବ ଯାତ୍ରା କେବଳ ଓଡ଼ିଶାରେ ହିଁ ଦେଖାଯାଏ। ଏହା ପବିତ୍ର ମାଘ ପୂର୍ଣ୍ଣିମାରେ ଆରମ୍ଭ ହୋଇ ଦୋଳପୂର୍ଣ୍ଣିମାରେ ଶେଷ ହୁଏ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ତଥା ଆନ୍ଧ୍ରପ୍ରଦେଶର ପୂର୍ବଗୋଦାବରୀ ଜିଲ୍ଲା ପୋଲେରୁକୁଣ୍ଡରୁ ଏହି ବଡ଼ଯାତ୍ରା ଆରମ୍ଭ ହୁଏ। ଅଗଣିତ ଭକ୍ତଙ୍କ ସମାଗମରେ ପୁରିଉଠେ ତାଡ଼କାକୁଣ୍ଡ। ଏହିଠାରୁ ମାତାଙ୍କ ସମତେ ତିନି ଦିଅଁ ଯାତ୍ରା ଆରମ୍ଭ କରନ୍ତି ପବିତ୍ର ମାନ୍ୟମକୋଣ୍ଡାକୁ।


ପ୍ରଭୁଙ୍କୁ ପାଛୋଟି ଆଣିବା ପରେ ମାନ୍ୟମକୋଣ୍ଡାରେ ମୟୁର ଚନ୍ଦ୍ରିକା ଓ ବାଉଁଶରେ ପ୍ରାଣପ୍ରତିଷ୍ଠା ହୁଏ। ଏହା ପରେ ଲକ୍ଷ ଲକ୍ଷ ଲୋକ ତାଡ଼କାକୁଣ୍ଡରେ ବୁଡ଼ ପକାନ୍ତି। କାଠଡ଼ଙ୍ଗାରେ ନୌକା ବିହାର ସାରି ତିନି ଦିଅଁ ଓ ମା’ ଫେରି ଆସନ୍ତି ମାଲକାନଗିରି। ଏହି ପର୍ବ ଏକମାସ ଧରି ଚାଲିଥାଏ। ଏଣୁ ଦକ୍ଷିଣ ଓଡ଼ିଶାର ଏହି ଯାତ୍ରା ନିଶ୍ଚିତ ଭାବେ ‘ବଡ଼ଯାତ୍ରା’ ! 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago