ଲେଖା: ରବୀନ୍ଦ୍ର କୁମାର ରଣା

ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ବୌଦ୍ଧ ସହରରେ ନିର୍ମିତ ପଶ୍ଚିମ ସୋମନାଥ ମନ୍ଦିରସମୂହ ମଧ୍ୟଯୁଗୀୟ ଓଡ଼ିଶାର କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ। ଗୋଟିଏ ପରିସରରେ ଏକ ସୁନ୍ଦର ପରିବେଶରେ ଚାରୋଟି ମନ୍ଦିର ଦେଖିବାକୁ ମିଳେ।
୧. ପଶ୍ଚିମ ସୋମନାଥ ମନ୍ଦିର
୨. ଭୁବନେଶ୍ୱର ମହାଦେବ ମନ୍ଦିର
୩. କପିଳେଶ୍ୱର ମହାଦେବ ମନ୍ଦିର ଏବଂ
୪. ରାମନାଥ ମନ୍ଦିର

ଏଥିରୁ ପ୍ରଥମ ତିନୋଟି ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ, କିନ୍ତୁ ରାମନାଥ ମନ୍ଦିର ପରବର୍ତ୍ତୀ ସମୟରେ ନିର୍ମିତ। ରାମନାଥ ମନ୍ଦିର ବ୍ୟତୀତ ଅନ୍ୟ ତିନୋଟି ମନ୍ଦିରର ଗଠନ ଶୈଳୀ ସମ୍ପୂର୍ଣ୍ଣ ଏକା । ଦୁଇଟି ମନ୍ଦିର ପଶ୍ଚିମାମୁଖୀ ଓ ଗୋଟିଏ ପୂର୍ବମୁଖୀ।

 

ଓଡ଼ିଶାରେ ନିର୍ମିତ ମନ୍ଦିର ମାନଙ୍କରେ ସାଧାରଣତଃ ଗୋଟିଏ ମୁଖ୍ୟ ମନ୍ଦିର ଓ ପାର୍ଶ୍ଵମନ୍ଦିର ଗୁଡିକ ତା’ ଠାରୁ ଛୋଟ ହୋଇଥାଏ କିନ୍ତୁ ଏଠାରେ ଥିବା ତିନୋଟି ମନ୍ଦିର ସମ୍ପୂର୍ଣ୍ଣ ଏକା ପରି। ଲାଲ୍ ଗ୍ରାନାଇଟ ପଥରରେ ଏହି ତିନିଟି ମନ୍ଦିର ତିଆରି। ମନ୍ଦିର ଗୁଡିକର ଆକାର ବି ବିଚିତ୍ର। ତାରା ଆକୃତିର ଭୂମିର ଗଠନ ଓ ମନ୍ଦିର ବି ତାରା ଆକୃତିର ଏବଂ ଶକ୍ତି ବି ତାରା ଆକୃତିର।

ରେଖା ଶୈଳୀର ତିନୋଟି ମନ୍ଦିର। ମନ୍ଦିର ମାନଙ୍କରେ ଜଗମୋହନ ନାହିଁ। ଆନୁମାନିକ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ତିନୋଟି ଯାକ ମନ୍ଦିର। ପ୍ରବେଶ ପଥ ବହୁତ୍ ଛୋଟ ଏପରିକି ନଇଁ କରି ଯିବା ବି କଷ୍ଟ । ମନ୍ଦିର ଗୁଡିକ ର ଗଣ୍ଡି ତୁଳନାରେ ମସ୍ତକ ବହୁତ୍ ଛୋଟ ଏପରିକି କଳସ ଅଛି କି ନାହିଁ ଜଣା ପଡୁନି। ମନ୍ଦିର ଗୁଡିକର ଅନେକ ଅଂଶ ଭାଙ୍ଗି ଯାଇଛିି । ପାର୍ଶ୍ଵଦେବତା ଓ ଅନ୍ୟ ଖୋଦିତ ମୂର୍ତ୍ତି ଗୁଡ଼ିକ ପରିଷ୍କାର ଦେଖା ଯାଉନି। ବିଶେଷ କରି ମନ୍ଦିର ଗୁଡିକର ବାଡ଼ ଅଂଶଟି ବହୁତ ଭାଙ୍ଗି ଯାଇଛି। ଦ୍ୱାରବନ୍ଧର ଉପରେ ନବଗ୍ରହଙ୍କ ମୂର୍ତ୍ତି ରହିଛି କିନ୍ତୁ ପାର୍ଶ୍ଵ ଭାଗର ମୂର୍ତ୍ତି ଭାଙ୍ଗି ଯାଇଛି।

ମନ୍ଦିର ପରିସରରେ ଥିବା ଚତୁର୍ଥ ମନ୍ଦିର ବା ରାମନାଥ ମନ୍ଦିର ବହୁତ ବଡ଼। ମନ୍ଦିରର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଉପରେ ଥିଲା କିନ୍ତୁ ମନ୍ଦିରର ଗଠନ ଶୈଳୀରେ କିଛି ତ୍ରୁଟି ଥିବା ରାଜା ଜାଣିବା ପରେ ଏହି ମନ୍ଦିରକୁ ଭାଙ୍ଗି ପୁଣିଥରେ ନୂଆ କରି ତିଆରି କରିବା ପାଇଁ ଶିଳ୍ପୀମାନଙ୍କୁ ଆଦେଶ ଦେଲେ। ପୁନଃ ମନ୍ଦିରଟି ଭଙ୍ଗାଯାଇ ନୂତନରୂପେ ତିଆରି ହେଲା। ମାତ୍ର ମନ୍ଦିରର ତଳ ଜଙ୍ଘ ପର୍ଯ୍ୟନ୍ତ ତିଆରି ସରିଥିବା ବେଳେ ରାଜାଙ୍କର ମୃତ୍ୟୁ ହେଲା। ତେଣୁ ଆଉ ମନ୍ଦିର ତିଆରି ହୋଇପାରିଲା ନାହିଁ। ଏବେ ବି ସେ ମନ୍ଦିର ସେଇ ଅବସ୍ଥାରେ ଅଛି।

ପୂର୍ବ ମନ୍ଦିରରେ ଲାଗିଥିବା ପଥରଗୁଡିକ କିଛି ଦୂରରେ ସେମିତି ଗଦା ହୋଇ ରହିଛି। ଏବେ ମନ୍ଦିରର ଯେତିକି ଅଂଶ ଅଛି ତାକୁ ଦେଖିଲେ ଲାଗୁଛି ଯଦି ଏହି ମନ୍ଦିରଟି ପୁରା ତିଆରି ହୋଇ ପାରିଥାନ୍ତା ତେବେ ଏହା ଲିଙ୍ଗରାଜ କିମ୍ବା ଜଗନ୍ନାଥ ମନ୍ଦିର ଭଳି ଉଚ୍ଚ ହେଇଥାନ୍ତା। ଏହି ମନ୍ଦିରରେ ଏକ ବିଶାଳ କଳାମୁଗୁନି ପଥରରେ ନବଗ୍ରହଙ୍କ ମୂର୍ତ୍ତି ରହିଥିଲା। ଏବେ ତା’ ପାଖରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇ ସେଠାରେ ପୂଜା କରାଯାଉଅଛି।

ତେବେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିବା ଏହି ପଶ୍ଚିମ ସୋମନାଥ ମନ୍ଦିର ସମୂହ ଏକ ଅତୀବ ସୁନ୍ଦର ଦର୍ଶନୀୟ ସ୍ଥାନ। ନିଶ୍ଚିତ ଦେଖିଲା ଭଳି ଜାଗାଟିଏ। ମନ୍ଦିର ପରିସର ବହୁତ ବଡ଼ ଏବଂ ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ବହୁତ ଭଲ। ସମ୍ପୂର୍ଣ୍ଣ ବୌଦ୍ଧ ସହର ଉପରେ ଜାତୀୟ ରାଜପଥ କଡ଼ରେ ଏହି ସୁନ୍ଦର ଦର୍ଶନୀୟ ସ୍ଥାନଟି ଅବସ୍ଥିତ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago