ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

 

ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ ଛୁଆମାନେ ସାତ ଘର ବୁଲି ଚାଉଳ ଓ ପରିବା ଭିକ୍ଷା କରନ୍ତି। ସେହି ଭିକରେ ଅର୍ଜନ ହୋଇଥିବା ପଦାର୍ଥରେ ଭୋଗ ତିଆରି ହୁଏ।

ଏହି ବ୍ରତରେ ମା’ ବଜ୍ର ମହାକାଳୀଙ୍କୁ ପୂଜା କରାଯାଏ, ସାଧବ ଘର ସାତ ପୁଅର ଜୀବନ ରକ୍ଷା କରିଥିବା ମା’ ମହାକାଳୀଙ୍କୁ ଉପାସନା କରି, ସାତ କଖାରୁପତ୍ରରେ ବଢ଼ାଯାଏ ଆରଦ୍ରା ଏବଂ ଅନେକ ନିଶଙ୍ଖୁଡି ଶଙ୍ଖୁଡ଼ି। ସାତ ଶାଗ, କୟା ଆମ୍ବିଳ, କୋରା ଖଜା, କାକରା, ଗଜା, ମେଣ୍ଢାଶିଙ୍ଗା, ବୁଢା ପିଠା, ଭିକ ମଗା ତୁଣ ଆଦି ତିଆରି ହୁଏ। ଅପମାରଙ୍ଗ, ବଜ୍ର ମୁଳିରେ ଶୀଳ କାକୁଡିରେ ତିଆରି ମା’ ଙ୍କୁ ସଜା ଯାଏ। ପିଲାଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ କଥା ଶୁଣି ଗୁରୁଜନ ମନେ ସେହି ବଜ୍ରମୂଳ ଡାଳରେ ଛାଟ ପ୍ରହାର ଛୋଟମାନଙ୍କୁ ଦିଅନ୍ତି। ତାପରେ ହରିଦ୍ରା ବ୍ରତ ଧାରଣ କରାଯାଏ।

ବିଶେଷ କରି ଦକ୍ଷିଣ ଓଡିଶାରେ ଭିକ ମାଗି ପିଲାଏ ଭିନ୍ନ ଭିନ୍ନ ଗୀତ ଗାଆନ୍ତି:
ଲଣ୍ଡା ମୁଣ୍ଡେ ଟିଙ୍କ ଟି
ଦିଅ ଲୋ ମା ଭିକ ଟି,
ତମ ବାଡ଼ି ଆଡେ ବଗ
ଆମ ବାଡ଼ି ଆଡେ ବଗ ।

ଡୁଙ୍ଗେଇ ମୂଷା କହି ଯାଇଛି
ଚାଉଳ ମୁଠେ ଦେବ
ଗଛ ଉପରେ ମାଙ୍କଡ଼
ଦିଅ ମାଉସୀ କାଙ୍କଡ଼
ଏଣ୍ଡି ଉପରେ ଏଣ୍ଡି
ବେଗାଳି ଆଣ ଭେଣ୍ଡି

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago