ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

 

ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ ଛୁଆମାନେ ସାତ ଘର ବୁଲି ଚାଉଳ ଓ ପରିବା ଭିକ୍ଷା କରନ୍ତି। ସେହି ଭିକରେ ଅର୍ଜନ ହୋଇଥିବା ପଦାର୍ଥରେ ଭୋଗ ତିଆରି ହୁଏ।

ଏହି ବ୍ରତରେ ମା’ ବଜ୍ର ମହାକାଳୀଙ୍କୁ ପୂଜା କରାଯାଏ, ସାଧବ ଘର ସାତ ପୁଅର ଜୀବନ ରକ୍ଷା କରିଥିବା ମା’ ମହାକାଳୀଙ୍କୁ ଉପାସନା କରି, ସାତ କଖାରୁପତ୍ରରେ ବଢ଼ାଯାଏ ଆରଦ୍ରା ଏବଂ ଅନେକ ନିଶଙ୍ଖୁଡି ଶଙ୍ଖୁଡ଼ି। ସାତ ଶାଗ, କୟା ଆମ୍ବିଳ, କୋରା ଖଜା, କାକରା, ଗଜା, ମେଣ୍ଢାଶିଙ୍ଗା, ବୁଢା ପିଠା, ଭିକ ମଗା ତୁଣ ଆଦି ତିଆରି ହୁଏ। ଅପମାରଙ୍ଗ, ବଜ୍ର ମୁଳିରେ ଶୀଳ କାକୁଡିରେ ତିଆରି ମା’ ଙ୍କୁ ସଜା ଯାଏ। ପିଲାଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ କଥା ଶୁଣି ଗୁରୁଜନ ମନେ ସେହି ବଜ୍ରମୂଳ ଡାଳରେ ଛାଟ ପ୍ରହାର ଛୋଟମାନଙ୍କୁ ଦିଅନ୍ତି। ତାପରେ ହରିଦ୍ରା ବ୍ରତ ଧାରଣ କରାଯାଏ।

ବିଶେଷ କରି ଦକ୍ଷିଣ ଓଡିଶାରେ ଭିକ ମାଗି ପିଲାଏ ଭିନ୍ନ ଭିନ୍ନ ଗୀତ ଗାଆନ୍ତି:
ଲଣ୍ଡା ମୁଣ୍ଡେ ଟିଙ୍କ ଟି
ଦିଅ ଲୋ ମା ଭିକ ଟି,
ତମ ବାଡ଼ି ଆଡେ ବଗ
ଆମ ବାଡ଼ି ଆଡେ ବଗ ।

ଡୁଙ୍ଗେଇ ମୂଷା କହି ଯାଇଛି
ଚାଉଳ ମୁଠେ ଦେବ
ଗଛ ଉପରେ ମାଙ୍କଡ଼
ଦିଅ ମାଉସୀ କାଙ୍କଡ଼
ଏଣ୍ଡି ଉପରେ ଏଣ୍ଡି
ବେଗାଳି ଆଣ ଭେଣ୍ଡି

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 day ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago