ଲେଖା: ରବୀନ୍ଦ୍ର କୁମାର ରଣା

ଢେଙ୍କାନାଳ ଜିଲ୍ଲାର ରାକଳ ଗ୍ରାମରେ ପ୍ରାଚୀନ ଶୈବପୀଠ ପୁଳିନ୍ଦେଶ୍ୱର ମନ୍ଦିର ଅବସ୍ଥିତ। ଇତିହାସର ତଥ୍ୟ ଅନୁସାରେ ଏହି ପ୍ରାଚୀନ ଶୈବପୀଠଟି ଭୌମକରମାନଙ୍କ ଶାସନ ସମୟରେ ନିର୍ମିତ ।

ବର୍ତ୍ତମାନର ମନ୍ଦିରଟି ଯଦିଓ  କଳାକାରୁକାର୍ଯ୍ୟ ଦୃଷ୍ଟିରୁ ଏତେ ପ୍ରାଚୀନ ନୁହେଁ, ତେବେ ଏହି ପୀଠର ଐତିହାସିକ ଗୁରୁତ୍ଵ ଅତି ପ୍ରାଚୀନ। ବିଭିନ୍ନ ଶୈବପୀଠର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଭୌମ ରାଜାମାନେ ଗ୍ରାମ ଦାନ କରିଥିବା ଜଣାଯାଏ । ଢେଙ୍କାନାଳର ରାକଳ ରେ ଅବସ୍ଥିତ ପୁଳିନ୍ଦେଶ୍ୱର ମନ୍ଦିରଟି ପୁଳିନ୍ଦରାଜା ନିର୍ମାଣ କରିଥିବା ଜଣାଯାଏ। ଇତିହାସର ତଥ୍ୟରୁ ଜଣାପଡେ ଯେ ପୁଲିନ୍ଦରାଜାଙ୍କ ଅନୁରୋଧ କ୍ରମେ ଭୌମକର ରାଜା ତୃତୀୟ ଶୁଭକର ଦେବ ପୁଳିନ୍ଦେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ତାଙ୍କୁ ଗ୍ରାମଦାନ କରିଥିଲେ। ସମ୍ଭବତଃ ପୁଲିନ୍ଦରାଜ ଭୌମକର ମାନଙ୍କ ଅଧସ୍ଥ ବା ସାମନ୍ତ ରାଜା ହୋଇଥାଇ ପାରନ୍ତି।

ତେବେ ଏହି ପ୍ରାଚୀନ ପୁଳିନ୍ଦେଶ୍ୱର ମନ୍ଦିରଟି ଏବେ କୁଣ୍ଡେଶ୍ୱର ମନ୍ଦିର ଭାବେ ପରିଚିତ । ହୁଏତ ପରବର୍ତ୍ତୀ ସମୟରେ ମନ୍ଦିରର ନାମ ପରିବର୍ତ୍ତନ ହୋଇଥାଇ ପାରେ।

ପ୍ରାଚୀନ ମନ୍ଦିରର କେତେକ ମୂର୍ତ୍ତି ଏବେ ବି ମୁଖ୍ୟ ମନ୍ଦିର ସାମ୍ନାରେ ଏକ ଛୋଟ ଅସ୍ଥାନରେ ରଖି ପୂଜା କରାଯାଉଛି। ମୂର୍ତ୍ତିଗୁଡିକ ଅତି ପ୍ରାଚୀନ ଏବଂ ପ୍ରାୟ ନଷ୍ଟ ହେଇଯାଇ ଥିବାରୁ ଚିହ୍ନିବା ସହଜ ହେଉନାହିଁ। ମନ୍ଦିର ପରିବେଶ ଓ ପରିସର ଅତୀବ ସୁନ୍ଦର । 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago