ଲେଖା: ରବୀନ୍ଦ୍ର କୁମାର ରଣା

ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଇଛି।

ଏହି କପିଳେଶ୍ଵରପୁର ଶାସନ ଯେ କେବଳ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ତାହା ନୁହେଁ, ଐତିହାସିକ ଦୃଷ୍ଟିକୋଣରୁ ଏହି ଗ୍ରାମର ବହୁତ ମହତ୍ତ୍ୱ ରହିଛି। ଓଡ଼ିଶାରେ ଗଜପତି ଶାସନ ତଥା ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଶାସନ କାଳରେ (୧୪୩୫-୧୪୬୫) ୧୬ଟି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ, ସେଥିମଧ୍ୟରୁ ପ୍ରଥମ ଶାସନ ହେଉଛି କପିଳେଶ୍ଵରପୁର ଶାସନ, ଏବଂ ଏହା ତାଙ୍କ ନାମ ଅନୁସାରେ ନାମିତ।


ପୁରୀ ଠାରୁ ୧୫ କି.ମି. ଦୂରରେ ଭାର୍ଗବୀ ନଦୀ କୂଳରେ ଅବସ୍ଥିତ ଏହି କପିଳେଶ୍ଵରପୁର ଶାସନରେ ରହିଛି ଏନେକ ପ୍ରାଚୀନ ପୀଠ ଯାହାକି ଇତିହାସ ଦୃଷ୍ଟିକୋଣରୁ ମଧ୍ଯ ମହତ୍ତ୍ୱପୂର୍ଣ୍ଣ । ସେଗୁଡିକ ମଧ୍ୟରେ ଗୋଟିଏ ହେଲା ପଞ୍ଚମୁଖୀ ଦୁର୍ଗା ମନ୍ଦିର । ଏହି ପଞ୍ଚମୁଖୀ ଦୁର୍ଗା ହେଉଛନ୍ତି ପୁରୀ ଗଜପତି ରାଜାମାନଙ୍କ କୁଳଦେବୀ । ୧୬୦୧ ମସିହାରେ ମିର୍ଜା ଖୁରମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ସମୟରେ ଶ୍ରୀଜଗନ୍ନାଥଙ୍କୁ ନେଇ ଏହି ମନ୍ଦିରରେ ରଖା ଯାଇଥିଲା ।

ରାଜପ୍ରତିଷ୍ଠିତ ଏହି ପ୍ରାଚୀନ ବନଦୁର୍ଗା ମନ୍ଦିରର ନୀତିକାନ୍ତି ଏବେ ବି ପୁରୀ ଗଜପତିଙ୍କ ଦ୍ଵାରା ପରିଚାଳିତ ହେଇ ଆସୁଛି । ଭାର୍ଗବୀ ନଦୀବନ୍ଧ କଡ଼ରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ। ଏହି ଗ୍ରାମର ଶେଷମୁଣ୍ଡରେ ରହିଛି ପ୍ରାଚୀନ କାଳିଆ ଗୋପୀନାଥ ମନ୍ଦିର । ଏହି ମନ୍ଦିରର ଇତିହାସ ମଧ୍ଯ ଶ୍ରୀମନ୍ଦିର ସହିତ ଜଡିତ। ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ହେଉଛନ୍ତି ମଦନମୋହନ । ଠାକୁରଙ୍କର ଚାପ ଖେଳ ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ମାନଙ୍କରେ ଶ୍ରୀମଦନମୋହନ ବିଜେ କରିଥାନ୍ତି କିନ୍ତୁ ଯେଉଁ ସମୟରେ ଶ୍ରୀମନ୍ଦିରର ଉପରେ ଆକ୍ରମଣ ହେଇଛି ବା କୌଣସି କାରଣରୁ ଶ୍ରୀମଦନମୋହନ ଯାଆନ୍ତି ନାହିଁ ସେ କ୍ଷେତ୍ରରେ କପିଳେଶ୍ଵରପୁର ଶାସନର ଏହି କାଳିଆ ଗୋପିନାଥ ମଦନମୋହନଙ୍କ ସ୍ଥାନରେ ଯାଇଥା’ନ୍ତି ।

ଗ୍ରାମର ଶେଷ ଭାଗରେ ଏକ ସୁନ୍ଦର ପରିବେଶରେ ଏହି ମନ୍ଦିର ଅବସ୍ଥିତ । ଏହି କପିଳେଶ୍ଵରପୁର ଗ୍ରାମର ନାମ କରଣରେ ମଧ୍ଯ କେତେକ ବିଚିତ୍ରତା ଦେଖାଯାଏ । ଗ୍ରାମଟି ବହୁତ ବଡ଼, ତେଣୁ ଏହାକୁ ୪ ଟି ‘ଶହ’ରେ ବିଭକ୍ତ କରାଯାଇଛି । ଯେମିତି କି କାଳିଆ ଗୋପିନାଥ ମନ୍ଦିରଟି କପିଳେଶ୍ଵରପୁରର ପ୍ରଥମ ଶହରେ ଅବସ୍ଥିତ । ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଦିତୀୟ ଶହରେ ଅବସ୍ଥିତ। ଏଭଳି ବିଚିତ୍ର ନାମକରଣର କାରଣ ଜାଣି ହୁଏ ନାହିଁ।

ଏହି ପ୍ରାଚୀନ ପୀଠକୁ ଯିବାକୁ ହେଲେ ପୁରୀରୁ ବ୍ରହ୍ମଗିରି ଯାଇଥିବା ରାସ୍ତା ରେ ୧୦ କି.ମି. ଯିବା ପରେ ଡ଼ାହାଣ ପଟେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଲେଖା ଯାଇଥିବା ଏକ ବିଶାଳ ତୋରଣ ନିର୍ମାଣ କରାଯାଇଛି। ସେହିଠାରୁ ୫ କି.ମି. ଦୂରରେ ଏହି ଐତିହାସିକ ଗ୍ରାମଟି ଅବସ୍ଥିତ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago