ଲେଖା: ଶିବାଶିଷ ମହାପାତ୍ର

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ,  ସଂସ୍କୃତି, ପରମ୍ପରା ତଥା ଚାଲିଚଳନ ପୂର୍ବ ଓଡ଼ିଶାନୁ ଅଲଗା । ଅଲଗା ଇତାର ଭାଷା ତଥା ନାଚ ତଥା ଗୀତ । ଆଜିବି ଇ ଯାଗା ତଥା ବିଭିନ୍ନ ସମିଆରେ ପାରମ୍ପରିକ ଲୋକଗୀତ ଆଉ ଲୋକନୃତ୍ୟ କେ ନୁରା ଯାଏସି ଲୋକବାଦ୍ୟର ସାଙ୍ଗେ । ଗୋଡ଼୍ ମାନେ ଥେବେ ନାଇଁ ରହେ ଯେତେବେଲେ ଢ଼ୋଲ୍, ନିସାନ୍, ତାସା ସାଙ୍ଗେ ଢ଼ୁଲିଆ ପଦେ କହେସି-

“ଥିକତା ଥିତା ଥିକତା ଥିତା ଥିକତା ଥିତା
ଯାନି ଗିନା ଗିଜା ଗିନା ଗିଜା ଗିନା ଗିଜରି ଗିଜାଁ “

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଇ ସଂସ୍କୃତି ତଥା ପରମ୍ପରା ଖାଲି ଓଡ଼ିଶାରେ ନାଇଁ ଛତିଶଗଡ଼ ଅଞ୍ଚଳରେ ବି ଦେଖା ଯାଏସି । ଖାଲି ସମ୍ବଲପୁରୀ ବଲି ଆମେ ଯାହାକେ କହେସୁଁ ଇ ଭିତରେ ରହିଛେ ଅନେକ ପ୍ରକାରର ଭିନ୍ନ ଭିନ୍ନ ନୃତ୍ୟ ଗୀତ ଶୈଳୀ । ଏସବୁ ନୃତ୍ୟ ଗୀତର ଭିନ୍ନ ଭିନ୍ନ କୈାଶଳ ତଥା ଏଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ତଥା କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥାଏ ।

ଆସୁନ୍ ଦେଖମା ଅଲଗା ଅଲଗା ନାଚ ଗାନା ତଥା କେନ୍ ସମିଆରେ କେନଟାକେ ପରିବେଷଣ କରାଯାଏସି ।

୧- ଡାଲଖାଇ 
ଡାଲଖାଇ ରେ ଡାଲଖାଇ ରେ ଘଡ଼ି ମାରି ଉଦେ ଦଶରା ଜହ୍ନ,
କୁଆଁରି ଟୁକେଲ୍ ମାନକର୍ ମନ ଉଚ୍ଛନ୍ନ,
ଘଡ଼ି ମାରି ଉଦେ ଦଶରା ଜହ୍ନ କୁଆଁରି ଟୁକେଲ୍ ମାନକର୍ ମନ ଉଚ୍ଛନ୍ନ ଫୁଲ ଫୁଟି କେଡେ ସୁନ୍ଦର ଦିଶେ,ଫୁଲେ ଫୁଲେ ସଜା ହେଇଛେ ସତେ ଶହେ ଆଠ୍ ଦୁବ ଚାଉଲ ଧରି ,ଶହେ ଆଠ୍ ଦୁବ ଚାଉଲ ଧରି,
ଡାଲଖାଇ ଦେବୀ କେ ବନ୍ଦେଇ କରି,
ଡାଲଖାଇ ଦେବୀ କେ ବନ୍ଦେଇ କରି,
କୁଆଁରି ଟୁକେଲ୍ ମାନେ ଧନରେ,
କୁଆଁରି ଟୁକେଲ୍ ମାନେ ଧନରେ ସତେ କାଏଁ ଉପାସ କରି,
ମାଁ କେ ସୁମରି ଦଦା ଭାଇ ଲାଗି କାଏଁ ଡାଲଖାଇ ରେ l

ଇ ଡାଲଖାଇଟା ପଶ୍ଚିମ ଓଡ଼ିଶାର ସଂସ୍କୃତି ସାଙ୍ଗେ ପୁରା ମିଶିକରି ଅଛି । ସବୁ ପ୍ରକାରର ପୂଜା କିମ୍ବା ପର୍ବ ପାଳନ ବେଲେ ଆଉ ସବୁ ପ୍ରକାରର କାର୍ଯ୍ୟକ୍ରମରେ ଇ ନୃତ୍ୟ ରହିଥିସି । ଇ ଗୀତରେ ରାଧା କୃଷ୍ଣଙ୍କର ବର୍ଣ୍ଣନା ତଥା ରାମାୟଣ ଆଉ ମହାଭାରତ ଉପରେ ଆଧାରିତ । ଇଟା ଇ ଅଞ୍ଚଳର ସବୁଠାନୁ ଲୋକପ୍ରିୟ ଆଏ ।

୨- ମାଲିଶ୍ରୀ 
ଇଟା ବିଶେଷ କରି ଦେବୀ ପୂଜା ମାନକେ ଦେବୀଙ୍କର ଆବାହନ କି ତାଙ୍କର ସୁମରଣା ଲାଗି ବ୍ୟବହାର କରାଯାଏ ।

” ଜୟ ଜୟ ମାଁ ଗୋ ଦୁର୍ଗତିନାଶିନୀ
ତୋର ପାଦେ କରୁଛେ ଗୁହାରୀ
ମାଁ ଗୋ ହେମବତୀ କାତ୍ୟାୟନୀ
ମାଁ ଗୋ ତୁଇ ମହିଷାମର୍ଦିନୀ
ମାଁ ଗୋ ହେମବତୀ କାତ୍ୟାୟନୀ ” ।

୩- କରମା ସେନ / କରମା 
ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଦେବୀ ପୂଜା କରାଯାଏ, ସେହି ମଧ୍ୟରେ ମାଁ କରମ ସେନୀ ଅନ୍ୟତମ । ଏହି ଅଞ୍ଚଳର ବିଭିନ୍ନ ଆଦିବାସୀ ମାନେ ବହୁତ ଶ୍ରଦ୍ଧା ସହକାରେ ଏହି ପୂଜା କରନ୍ତି । ଏହି ପୂଜା ପାଇଁ ଶ୍ରଦ୍ଧା ସହକାରେ ସେମାନେ ବିଭିନ୍ନ ଗୀତ ନୃତ୍ୟ କରିଥାନ୍ତି ।

” ମାଁ କରମସାନୀ ନାମ ତୋର୍ ଜଗତର୍ ଠାକୁରାଣୀ
ତୋର୍ ନାମ ବରୁଣ୍ ନନ୍ଦିନୀ
ମହାମାୟୀ ଗୋ  ତୋର୍ ନାମ ବରୁଣ୍ ନନ୍ଦିନୀ
ସାତି ବହନି ଅଇ ଗଙ୍ଗାଜଲେ ଥିଲ ଜାଇ
ନାମ ତୋର୍ ବରୁଣ୍ ନନ୍ଦିନୀ “

୪- ହୁମା ବଉଲି
ଛୋଟ୍ ଛୋଟ୍ ଝିଅ ମାନେ ଖେଲ୍ ଖେଲୁଥିବାର୍ ସମିଆକେ ମନ୍ ଭିତରେ ରଖି କରି ଇ ପ୍ରକାରର୍ ନାଚ୍ ଗାନା ସବୁ ବାହାରିଛେ ।

” ଚାଲରେ ଚାଲ ଖେଲ୍ ଖେଲି ଯିମା
କାଏଁ ଖେଲ୍
ଉଦିଆ ଭେଲ୍
କାଏଁ ଉଦିଆ
ଜନ୍ ଉଦିଆ
କାଏଁ ଜନ୍
ଟୁକେଲ୍ ମନ୍
କାଏଁ ଟୁକେଲ୍
ଧାଙ୍ଗରୀ ଟୁକେଲ୍
କାଏଁ ଧାଙ୍ଗରୀ
ଫୁଲ୍ ଚାଙ୍ଗରୀ
କାଏଁ ଫୁଲ୍
କୁରେ ଫୁଲ୍
କାଏଁ କୁରେ
ବନର୍ ବୁରେ
ଆରେ କାଏଁ ବନ୍
ଧାଇଁ କରି ନାଚମା ଚାଲ ଆଏ ଝୁମେ ତାନାରେ …..”

୫-ଜାଇଫୁଲ 
“ଜାଇଫୁଲରେ ମୋର୍ ଗରିଆ ମୁହରୀ ଗିନା
କାନର୍ ସୁନା ଗରିଆ ମୁହୁରୀ ଗିନା
ଆହା ଜାଇଫୁଲ ଗରିଆ ମୁହରୀ ଗିନା
ଆମର୍ ବାରି ଆଡେ ଧଲା ଦହନା
ଆମର୍ ବାରି ଆଡେ ଧଲା ଦହନା
ଜାଇଫୁଲରେ ଚହଟି ଯାଏ ବାସନା
ମୋର୍ ସୁନାରେ ଚହଟି ଯାଏ ବାସନା । “

୬- ରସରକେଲି
ରସରକେଲି ବୋ ଝାରେ ଫୁଟି ମହକିଲା କୁରେଫୁଲର ଖୁମ୍ପା
ଲୋ କୁରେଫୁଲର ଖୁମ୍ପା
ଝାରେ ଫୁଟି ମହକିଲା କୁରେଫୁଲର ଖୁମ୍ପା
ସୁରୁନନୀ ମାରିଅଛେ ମୁଡେ ବହଲ ଖୁମ୍ପା
ଖୁମ୍ପାର ଦୁଇ ତରାଥି ଯୁଡେ ଖିରିପିନୀ
ଆରେ ଚାଲିକେ ଯିତୁଛେ ରସ ଧନ ଗୋ
ଚାଲିକେ ଯିତୁଛେ ରସ ଧନ ଗୋ
ମୁହେଁ କାଏଁ ମହନୀ ରସ ମାଡ଼ି ବସରେ
କିଏ କହେସି ବନାରସୀ କାମ ଗୋ
ତାହାକେ ବେଟି ନେତି ରସ ମାଡି ବସରେ
ଆସ ଯିମା ବୁଲି ରସ ମାଡି ବସରେ”

୭- ମାଏଲା ଜଡ଼
“ଲହର ଲଗେଇ ମିର୍ଚା ଜଗେଇ କେତେ ଖାଏସୁ ଚାଖି
ଲହର ମନୀ କସି ଜହ୍ନ ସମିଆ ଯୁଖି ଯୁଖି
ଲେଡ଼ି ଜଲଖା ମୁହୁଁ ମଲକା
ଲେଡ଼ି ଜଲଖା ମୁହୁଁ ମଲକା
ଚାହାନି ଚଉଦା ଭରରେ ମାଏଲା ଜଡ଼
ଜଡ଼କେ ଡେବରି ଭୁଜନି ଧରରେ ମାଏଲା ଜଡ଼
ଜଡ଼ର କଥା ଲଡ଼ ବଡ଼ରେ ମାଏଲା ଜଡ଼ ।”

୮- ଚୁଟକୁଚୁଟା
ଇଷ୍ଟଦେବୀ ସମଲେଇ
ଅହମାଣିକେଶ୍ବରୀ ସେ ସୁରେଶ୍ବରୀ ମା ପାଟମେଶିରୀ ମହାମାୟୀ
ଆଉ ତାର୍ ସରନ୍ ତଲେ ସବୁ ସୁଖ୍ ରହିଛେ
ଆରେ ଗୀତ୍ ଦଉଛେଁ ତ ଗାଇ
ମାଁ ସମଲେଇ ଦେଇଛେ ସରନ୍
ଇ ମାଟିକେ କରି ସରଗ ସମାନ୍
ଯହିଁ ଦେଖୁଥିଲେ ଲୁସକୁ ଲୁସା
ଆମର୍ ପଶ୍ଚିମ ଓଡ଼ିଶା
ଆମର୍ ମିଠା କୋଲି କଲା ଆର୍ ସଂସ୍କୃତି ସଜନୀ
ରାଇଜେ ପଡୁଅଛେ ଡକାରେ ସଜନୀ ।”

ଇ ସବୁକେ ଛାଡିକରି ବି ଆହୁରି ଅନେକ ପ୍ରକାରର ନାଚ୍ ଗିତ୍ ରହିଛେ ଯେନତା କି ଘୁମୁରା, ସୁଆ ନାଚ୍ , ଡଣ୍ଡ୍, କଇଁସାବାଡ଼ି, ବାଏର୍ ମନ୍ ଆହୁରି କେତନି କେତେ ରହିଛେ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

13 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago