ଲେଖା: ଦୁଷ୍ମନ୍ତ କୁମାର ବେହେରା

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିଜ ପସନ୍ଦର ପ୍ରିୟ କବି ଓ ଲେଖକଙ୍କ ପ୍ରକାଶିତ ପୁସ୍ତକଗୁଡିକୁ ବୃହତ୍ତର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବାର ଓଡିଶାରେ ଯେଉଁ ଧାରା ଆରମ୍ଭ ହୋଇଛି । କହିବାପାଇଁ ଗଲେ ତାହା ଏବେ ଧୀରେ ଧୀରେ ଏକ ବିପ୍ଳବର ରୂପ ନେଲାଣି, ଯାହା ଓଡ଼ିଆ ଭାଷାସାହିତ୍ୟ ପାଇଁ ଏହା ଏକ ଶୁଭ ସୂଚନା । ଏଥିରେ କୌଣସି ଦ୍ବିମତ ନାହିଁ ।
       
ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା ସୁରକ୍ଷା ନେଇ ଯେଉଁ ଆନ୍ଦୋଳନ ଚାଲିଛି । ତାର ସୁରକ୍ଷା ଦିଗରେ ଏହି ବିପ୍ଳବ ନିହାତି ଭାବରେ ବଳ ଯୋଗାଇବରେ ସହାୟକ ହେବ ବୋଲି ମୋର ବିଶ୍ୱାସ । ଅନ୍ୟପଟେ ଯଦି ଦେଖିବା ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଓଡ଼ିଆ ସାହିତ୍ୟ ଜଗତର ତରୁଣ ତଥା ପ୍ରବୀଣ କବି ଏବଂ କବୀଙ୍କୁ ମଧ୍ୟ ଏକ ସୂତ୍ରରେ ବାନ୍ଧିବା ଆରମ୍ଭ କରିଛି । ବିପ୍ଳବର ଏହି ଧାରା ଜାରି ରହୁ ।
        
ପ୍ରଥମ ଦିନରେ ମୋ ପସନ୍ଦର କବି କିଏ ଏବଂ ତାଙ୍କର କେଉଁ ବହିଟି ମୋର ଅତି ଆପଣାର । ଚଟାପଟ ମୁଣ୍ଡକୁ ଗୋଟିଏ ନାଁ ହିଁ ଆସିଲା । ସେଇଟା ହେଉଛି ମଧୁସୁଧନ ରାଓଙ୍କ ଲିଖିତ ଛବିଳ ମଧୁ ବର୍ଣ୍ଣବୋଧ । ହେତୁ ପାଇଲା ଦିନଠୁ ଯଦି କବି ଭାବେ ଯାହାଙ୍କ ନାଁ ପ୍ରଥମଥର ପାଇଁ ଶୁଣିଥିଲି ସେ ହେଉଛନ୍ତି ମଧୁସୁଧନ ରାଓ । ସିଲଟ ଖଡ଼ି ପରେ ବହି ଭାବେ ବର୍ଣ୍ଣବୋଧ ସହିତ ହିଁ ହୋଇଥିଲା ମୋର ପ୍ରଥମ ପରିଚୟ ।

ଭଗବାନଙ୍କ ଆଶୀର୍ବାଦ ପରେ ବାପା ମା’ ଜନ୍ମ ଦେଲେ । ଦାଦା ନାନା ପାଳିଲେ ପୋଷିଲେ । ସମୟ ଗଡ଼ିବା ଶହ ଧୀରେ ଧୀରେ ବଡ଼ହେଲି । ମୋର ବି ଖଡିଛୁଆଁ ହେଲା । ଦାଦା ହାତ ଧରି ସିଲଟ ଉପରେ ଖଡ଼ିରେ ଗୋଟି ଗୋଟି କରି ତିନିଟା ଗୋଲ ବୁଲାଇ କହିଲେ ଏଇଟା ବ୍ରହ୍ମା ତାପରେ ବିଷ୍ଣୁ ଆଉ ଶେଷରେ ମହେଶ୍ୱର । ଗୋଲ ବୁଲେଇ ବୁଲେଇ ପୁରାପୁରି କଣ୍ଠସ୍ତ ହେଇଗଲା । ତା ପରେ ଅ, ଆ, ଇ ରାତି ଦିନ ଏକ କରି ଶିଖିଲି ।

ଦିନେ ହଠାତ, ବୋଧେ ସେଦିନ ମଙ୍ଗଳବାର ଥିଲା । ଯଶିପୁର ହାଟରୁ ଦାଦା ଖଣ୍ଡିଏ ବହି ଆଣି ସନ୍ଧ୍ୟାବେଳେ ମୋତେ ଦେଲେ । କହିଲେ ଏଇଟା ବର୍ଣ୍ଣବୋଧ । ୟାକୁ ମୁଖସ୍ତ କରିଦେ । ସାରାଜୀବନ କାମ ଦେବ ।
       
ଫାଳେ ହଳଦିଆ ଉପରେ କିଛି ଅଂଶ କଳା । ସବୁଠୁ ବେଶି ଆକର୍ଷଣୀୟ ସେ ବିଲେଇ । ଆଉ ବହିର ପଛପଟେ ତ୍ରିରଙ୍ଗା ପତାକା ସହ ଜାତୀୟ ସଙ୍ଗୀତ । ବାସ୍ ଇଏ ଥିଲା ବର୍ଣ୍ଣବୋଧକୁ ନେଇ ମୋ ଜୀବନର ପ୍ରଥମ ଅନୁଭୂତି ।
       
ଆଜି ଯଦି ପଦେ ଅଧେ କିଛି ଲେଖି ପାରୁଛି, ସବୁ ସେଇ ବର୍ଣ୍ଣବୋଧରୁ ହିଁ ଶିଖିଛି । ଯାହାର ମୁକସାକ୍ଷୀ କେବଳ ସେ ବିଲେଇ । ବେଲାଳସେନ ପରି ସେ ବିଲେଇ ହିଁ ମୋତେ ପିଲାଟିବେଳୁ ଦେଖିଛି । ଆଉ ଆଜି ଯାଏଁ ବି ଦେଖୁଛି । ଯାହା ଖାଲି ସମୟ ବଦଳିଛି । ଆଉ ବଦଳିଛି ଯଦି ବର୍ଣବୋଧକୁ ରଖିବାର ସ୍ଥାନ ।

ପିଲାବେଳଟା ମୋର ମୟୁରଭଞ୍ଜର ବଣପାହାଡ଼ ଘେରା ନୈଷ୍ୟସୁନ୍ଦରୀ ଶିମିଳିପାଳର ପାଦ ଦେଶରେ ଥିବା ଛୋଟିଆ ଗାଁ ଯଶୀପୁର (ଗଢ଼ତଳ ସାହି) ରେ କଟିଛି । ଗାଁ କୁ ଘେରି ରହିଛି ଖଇରୀଭଣ୍ଡନ ନଦୀ । ପିଲାବେଳେ ସେହିଭଳି ଏକ ସବୁଜ ସୁନ୍ଦର ପ୍ରାକୃତିକ ପରିବେଶରେ ହିଁ ବର୍ଣ୍ଣବୋଧକୁ ପଢିବା ଆରମ୍ଭ କରିଥିଲି । ସେତେବେଳେ ସିମେଣ୍ଟ ଅଖାବ୍ୟାଗରେ ସେ ବହି ରହୁଥଲା । ଏବେ କର୍ମମୟ ଜୀବନ ରାଜଧାନୀରେ । ସେଦିନର ସେହି ଅଖାବ୍ୟାଗରେ ରହୁଥିବା ସେ ବିଲେଇ ଆଜି ରହୁଛି ଦାମୀ ଷ୍ଟିଲ ରେକ ଉପରେ । କେବଳ ତାର ଗୋଟିଏ ସ୍ଥାନ, ବଦଳିନି । ସେଦିନ ବି ସେ ବିଲେଇର ସ୍ଥାନ ମୋ ହୃଦୟରେ ଥିଲା । ଆଉ ଆଜି ବି ତାର ସ୍ଥାନ ସେଇ ହୃଦୟରେ ହିଁ ଅଛି । ସବୁଠାରୁ ବଡ଼ କଥା ବର୍ଣ୍ଣବୋଧକୁ ସେତେବେଳେ ପଢ଼ିଥିଲି ବୋଲି ଆଜି ତାକୁ ନେଇ ହିଁ ଗୁଜୁରାଣ ମେଣ୍ଟୁଛି ।
       
ବର୍ଣ୍ଣବୋଧକୁ ନେଇ ଏଭଳି ଭବାନା ଯେ କେବଳ ମୋର ହିଁ ଅଛି । ତାହା କହିବା ଠିକ ନୁହେଁ । ବର୍ଣ୍ଣବୋଧକୁ ନେଇ ସମସ୍ତଙ୍କର ମାନେ ସବୁ ଓଡ଼ିଆଙ୍କର ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ କିଛି ନା କିଛି ଅଭୁଲା କାହାଣୀ ରହିଛି ।

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago