ଲେଖା: ଶ୍ରୀକାନ୍ତ ସିଂହ
କଟକ ଜିଲ୍ଲାର ଐତିହ୍ୟମୟୀ ଗଡ଼ଜାତ ଆଠଗଡ଼ ସହରର ରଥଗଡ଼ା ଛକରେ ଅତ୍ୟନ୍ତ ସୁନ୍ଦର ପତିତପାବନ ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ବହୁ ପୁରାତନ ନ ହେଲେ ବି ସୁଉଚ୍ଚ ଓ ସୁନ୍ଦର ପରିପାଟିସମ୍ପନ୍ନ l ପ୍ରାୟ ୯୦ ଫୁଟ ଉଚ୍ଚତାର ଏଇ ମନ୍ଦିର ଆଜି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜି ମଳିନ ଓ ନିଷ୍ପ୍ରଭ l
ଗ୍ରାମବାସୀମାନେ ଯଦି ନିଜସ୍ବ ଉଦ୍ୟମରେ ମନ୍ଦିରରେ ରଙ୍ଗ ଦିଆଇ ପାରନ୍ତେ, ତେବେ ଏହାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେବା ସହ ଆଠଗଡ଼ ସହର ମଧ୍ୟ ଏହି ମନ୍ଦିର ପାଇଁ ନିଶ୍ଚିତ ରୂପେ ଗୌରବମଣ୍ଡିତ ହୋଇ ପାରନ୍ତା l
ମନ୍ଦିରରେ ଜଗନ୍ନାଥଙ୍କ ଏକକମୂର୍ତ୍ତି ପତିତପାବନ ରୂପରେ ପୂଜା ପାଉଛନ୍ତି l ପ୍ରାଙ୍ଗଣରେ ଏକ ଛୋଟିଆ ଶିବ ମନ୍ଦିର ଓ ପାର୍ଶ୍ବରେ ହନୁମାନଙ୍କ ମନ୍ଦିର ବି ରହିଛି l ମୂଖ୍ୟ ମନ୍ଦିରର କାନ୍ଥରେ ବରାହ, ନୃସିଂହ ଓ ବାମନଙ୍କ ମୂର୍ତ୍ତି ସ୍ଥାପିତ ହୋଇଛନ୍ତି l
କଟକ ସହରର ଅନତି ଦୂରରେ ଥିବା ଏହି ପତିତପାବନ ମନ୍ଦିର ଦର୍ଶନରେ ଥରେ ଆସିଲେ ମନରେ ନିହାତି ଆନନ୍ଦ ଆସିବ; ଏଥିରେ ଦ୍ବିମତ ନାହିଁ l
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…