ଲେଖା: ଶିଶିର ସାହୁ ମନୋଜ

ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି କୁହନ୍ତି !

ପ୍ରୋକ୍ତ ସମସ୍ତ ଶବ୍ଦ ଓ ଖାଞ୍ଚା ଶବ୍ଦ ସଂସ୍କୃତ ଓ ଓଡ଼ିଆର କଞ୍ଚି ଶବ୍ଦ ସହିତ ସମଧୃତ ଅଟେ ! ପ୍ରାକୃତ ଓଡ଼ିଆରୁ ଏ ଶବ୍ଦ ଲୋକପ୍ରିୟ ହୋଇ ହିନ୍ଦି ଓ ବଙ୍ଗଳାରେ ଜଳୁଛି ! କଞ୍ଚିର ଅର୍ଥ ବାଉଁଶ କଣି !

ଓଡ଼ିଆଭାଷାରେ ପକ୍ଷୀ ରଖା ଖାଞ୍ଚାକୁ ପଞ୍ଜୁରୀ ବା ଘାରା ଏବଂ ମୂଷା, ଠେକୁଆ, ବାଘ ଆଦି ପଶୁ ରଖାଯିବା ଖାଞ୍ଚାକୁ ଜନ୍ତା କୁହାଯାଏ । ପଶୁ ଧରିବା ଯନ୍ତ୍ରକୁ ବି ଯନ୍ତା କୁହନ୍ତି । କେହି କେହି ଏ ଉଭୟ ଶବ୍ଦକୁ ଗୋଟିଏ ଭାବୁଥିଲା ବେଳେ ଆଉ କିଛି ଲୋକ ଭିନେ ଭାବନ୍ତି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଭୟ ଶବ୍ଦକୁ ଯନ୍ତ୍ର ଶବ୍ଦ ସହ ସମ୍ବନ୍ଧିତ ଥିବା ଦର୍ଶାଯାଇଛି । ଅନ୍ଯ ଏକ ମତବାଦ ଅନୁସାରେ ସମ୍ଭବତଃ ଯନ୍ତ୍ର ଶବ୍ଦ ସହ ଯନ୍ତା (trappen) ସମଧୃତ ହୋଇଥିବା ବେଳେ ଜନ୍ତୁ ରଖାଯିବା ପିଞ୍ଜରାକୁ ଜନ୍ତା କୁହାଗଲା । ଇଂରାଜୀ, ଫ୍ରେଞ୍ଚ ଓ ଆଇରିସ୍ ଆଦି ଭାଷାରେ ପଞ୍ଜୁରୀ ଓ ଜନ୍ତାକୁ ସାଧାରଣତଃ cage କୁହାଯାଏ। ପର୍ତ୍ତୁଗାଲୀ ଭାଷାରେ ପଞ୍ଜୁରୀ ପାଇଁ cela ଶବ୍ଦ ଚଳେ ଯାହା ସମ୍ଭବତଃ ଇଂରାଜୀ cell(କୋଠରୀ) ସହ ସମ୍ବନ୍ଧିତ ହୋଇଥାଇ ପାରେ । ସ୍ପାନିଶ୍’ରେ ପିଞ୍ଜରାକୁ jaula କୁହାଯାଏ ଏବଂ ବୋଧହୁଏ ଏହା ଇଂରାଜୀ jail (କାରାଗାର, ଅଠରଖାଡ଼ିଆ) ସହ ସମଧୃତ ହୋଇପାରେ । ପଞ୍ଜୁରୀ ବା cage ପାଇଁ ଡଚ୍ ରେ kooi, ଜର୍ମାନରେ kafig, ଲିଥୁଆନିରେ narvas, ରୁଷୀ ଭାଷାରେ kletka ଓ ଚୀନୀଭାଷାରେ l`ong ଆଦି ଶବ୍ଦ ଚଳୁଅଛି ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago