ଲେଖା: ଶିଶିର ସାହୁ ମନୋଜ
ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି କୁହନ୍ତି !
ପ୍ରୋକ୍ତ ସମସ୍ତ ଶବ୍ଦ ଓ ଖାଞ୍ଚା ଶବ୍ଦ ସଂସ୍କୃତ ଓ ଓଡ଼ିଆର କଞ୍ଚି ଶବ୍ଦ ସହିତ ସମଧୃତ ଅଟେ ! ପ୍ରାକୃତ ଓଡ଼ିଆରୁ ଏ ଶବ୍ଦ ଲୋକପ୍ରିୟ ହୋଇ ହିନ୍ଦି ଓ ବଙ୍ଗଳାରେ ଜଳୁଛି ! କଞ୍ଚିର ଅର୍ଥ ବାଉଁଶ କଣି !
ଓଡ଼ିଆଭାଷାରେ ପକ୍ଷୀ ରଖା ଖାଞ୍ଚାକୁ ପଞ୍ଜୁରୀ ବା ଘାରା ଏବଂ ମୂଷା, ଠେକୁଆ, ବାଘ ଆଦି ପଶୁ ରଖାଯିବା ଖାଞ୍ଚାକୁ ଜନ୍ତା କୁହାଯାଏ । ପଶୁ ଧରିବା ଯନ୍ତ୍ରକୁ ବି ଯନ୍ତା କୁହନ୍ତି । କେହି କେହି ଏ ଉଭୟ ଶବ୍ଦକୁ ଗୋଟିଏ ଭାବୁଥିଲା ବେଳେ ଆଉ କିଛି ଲୋକ ଭିନେ ଭାବନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଭୟ ଶବ୍ଦକୁ ଯନ୍ତ୍ର ଶବ୍ଦ ସହ ସମ୍ବନ୍ଧିତ ଥିବା ଦର୍ଶାଯାଇଛି । ଅନ୍ଯ ଏକ ମତବାଦ ଅନୁସାରେ ସମ୍ଭବତଃ ଯନ୍ତ୍ର ଶବ୍ଦ ସହ ଯନ୍ତା (trappen) ସମଧୃତ ହୋଇଥିବା ବେଳେ ଜନ୍ତୁ ରଖାଯିବା ପିଞ୍ଜରାକୁ ଜନ୍ତା କୁହାଗଲା । ଇଂରାଜୀ, ଫ୍ରେଞ୍ଚ ଓ ଆଇରିସ୍ ଆଦି ଭାଷାରେ ପଞ୍ଜୁରୀ ଓ ଜନ୍ତାକୁ ସାଧାରଣତଃ cage କୁହାଯାଏ। ପର୍ତ୍ତୁଗାଲୀ ଭାଷାରେ ପଞ୍ଜୁରୀ ପାଇଁ cela ଶବ୍ଦ ଚଳେ ଯାହା ସମ୍ଭବତଃ ଇଂରାଜୀ cell(କୋଠରୀ) ସହ ସମ୍ବନ୍ଧିତ ହୋଇଥାଇ ପାରେ । ସ୍ପାନିଶ୍’ରେ ପିଞ୍ଜରାକୁ jaula କୁହାଯାଏ ଏବଂ ବୋଧହୁଏ ଏହା ଇଂରାଜୀ jail (କାରାଗାର, ଅଠରଖାଡ଼ିଆ) ସହ ସମଧୃତ ହୋଇପାରେ । ପଞ୍ଜୁରୀ ବା cage ପାଇଁ ଡଚ୍ ରେ kooi, ଜର୍ମାନରେ kafig, ଲିଥୁଆନିରେ narvas, ରୁଷୀ ଭାଷାରେ kletka ଓ ଚୀନୀଭାଷାରେ l`ong ଆଦି ଶବ୍ଦ ଚଳୁଅଛି ।
© ଶବ୍ଦଭେଦ
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…