ଲେଖା: ଶିଶିର ସାହୁ ମନୋଜ

ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ ।

ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ ।

ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ । ଗଡ଼ଜାତରେ କେଉଁଠି କେଉଁଠି ଡଙ୍କି ଅର୍ଥରେ ଚଟୁ ଶବ୍ଦ ଚଳୁଥିଲେ ହେଁ ଢେଙ୍କାନାଳରେ ହାଣ୍ଡିରୁ ଭାତକଢା ଯାଉଥିଵା ଛିଦ୍ରଯୁକ୍ତ ବଡ଼ ଚାମୁଚାକୁ ଚଟୁ କୁହାଯାଏ । 

ଓଡ଼ିଶାର ପଶ୍ଚିମାଞ୍ଚଳରେ ଡଙ୍କି ପାଇଁ ଵିଭିନ୍ନ ପ୍ରତିଶବ୍ଦ ଚଳୁଥିଲାବେଳେ ଭାଷାକୋଷରେ ଏ ଅଞ୍ଚଳରେ ଡୁହା ଶବ୍ଦ ଚଳୁଥିଵା ଉଲ୍ଲେଖ ମିଳେ । ଏ ଶବ୍ଦ ମାନକ ଦ୍ରୋଣକ ଶବ୍ଦ ସହ ସମଧୃତ । କେଉଁଠି କେଉଁଠି ଏ ଶବ୍ଦ ଭାତକଢା଼ ଚଟୁ ଅର୍ଥରେ ଚଳୁଥିଵା ଭାଷାକୋଷରେ କୁହାଯାଇଛି । 

ତେଵେ ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ଵ୍ୟଵହୃତ ବେଣ୍ଟ ଲଗା ଷଢ଼େଇ ଡଙ୍କିକୁ ଓଡ଼ିଶାରେ ଅଣକ କୁହାଯାଏ । ଏ ଶବ୍ଦର ସଂସ୍କୃତ ରୂପ ‘ଅଢ଼କ’ ଏଵଂ ଏହାର ଅନେକ ଦେଶଜ ରୂପ ବି ଵିଭିନ୍ନ ଅଞ୍ଚଳରେ ଚଳୁଅଛି, ଯଥା:
ଅଢ଼ା—ପ୍ରାଚୀନ ଓଡ଼ିଆ ସାହିତ୍ୟ
ଅଣକା—ନଡ଼ିଆ ଷଢେ଼ଇରେ ତିଆରି ବେଲା, ଡଙ୍କି (ଗଞ୍ଜାମ, କଟକ)
ଅଣଖ―ଡାଲି ଵା ତିଅଣ ବାଢି଼ଵା ପାଇଁ ଵ୍ୟଵହୃତ ବାଉଁଶ ଦଣ୍ଡ ଓ ନଡ଼ିଆ ଷଢ଼େଇର ଚାମଚ (କ)
ଅନ୍’କା – ଢିଙ୍କି, ଲାଉତୁମ୍ବା (ବୌଦ୍ଧ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି )
ଅନଖା-ଡଙ୍କି, ଅଣାକ (କଳାହାଣ୍ଡି)
ଅଲକ/ଅଲଖା—ଅଣକ (ଗଡ଼ଜାତ)

ଅଣକ ଓ କଣକା ଶବ୍ଦଟି ପୁରୀ ଅଞ୍ଚଳରେ ଆଜି ବି ଷଢେ଼ଇ ଡଙ୍କି ଅର୍ଥରେ ଚଳୁଅଛି । ଆଗେ ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନ ମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ଯଥା, ଭଟ୍ଟ ମିଶ୍ରେ ଇତ୍ୟାଦି) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ହେଉଥିଲେ, ସେମାନଙ୍କୁ ‘ଅଣକଧରା’ ବା ‘ହାଣ୍ଡିଧରା’ ବୋଲି ଡକାଯାଉଥିଲା ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago