ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ ।

ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା ପାଇଁ ଆଣିଦେଇଥିଲେ ଅମାପ ଗୌରବ, ପ୍ରଥମଥର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ରାଷ୍ଟ୍ରପତି ପୁରସ୍କାର,ରୌପ୍ୟକମଳ ପୁରସ୍କାର ପାଇଥିଲେ I ସେଇ ମହାନ ପ୍ରତିଭାବାନ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ନିତାଇ ପାଲିତ ହିଁ ଆଣି ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସୁବର୍ଣ୍ଣଯୁଗ I

କଟକରେ ରେଭେନ୍ସା କଲିଜିଏଟ ସ୍କୁଲରେ ଅଧ୍ୟୟନ କାଳରେ ସେ ଆକୃଷ୍ଟ ହୋଇଥିଲେ ନାଟକ ଓ ସଙ୍ଗୀତ ପ୍ରତି । ରଙ୍ଗମଞ୍ଚରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ପରବର୍ତ୍ତୀ ସମୟରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି ନିର୍ମାଣ କଲେ କେଦାରଗୋୖରୀ କଥାଚିତ୍ର । ପରେ ପରେ ସ୍ୱତନ୍ତ୍ର ଭାବେ ନିର୍ମାଣ କଲେ ଭାଇଭାଇ ଚିତ୍ର । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ଆଉ ପଛକୁ ଫେରି ନଥିଲେ, ବରଂ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ଧ୍ୟାନ ଦେଇ, “କ୍ରୀଏଟିଵ ମୁଭିଜ୍ ପ୍ରଡକ୍ସନସ୍” ସଂସ୍ଥା ମାଧ୍ୟମରେ ସେ ପ୍ରସ୍ତୁତ କରିଥିଲେ ରଘୁଅରକ୍ଷିତ, କିଏ ଜିତେ କିଏ ହାରେ, ଅନୁରାଗ, ବନ୍ଧୁମହାନ୍ତି, କୃଷ୍ଣସୁଦାମା, ମନ ଆକାଶ, ଧରିତ୍ରୀ, ବନ୍ଧନ, କିଏକାହାର, ମଲାଜହ୍ନ, ମା ଇତ୍ୟାଦି କ୍ଲାସିକ ଛବିମାନ ।

ଓଡ଼ିଆ କଥାଚିତ୍ର ଜଗତରେ ଏଇ ଯୋଗଜନ୍ମା ପ୍ରତିଭାଙ୍କୁ ଦେଶ ସମ୍ମାନିତ କରିଛି ରାଷ୍ଟ୍ରପତି ପୁରସ୍କାର, ରୌପ୍ୟକମଳ ପୁରସ୍କାର, ଏକାଧିକ ବାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତଥା ଜୟଦେବ ସମ୍ମାନରେ ।

୧୯୨୩ ମସିହା ମାର୍ଚ୍ଚ ୮ ତାରିଖରେ କଟକ ମାଟିରେ ଜନ୍ମି ରାଜ୍ୟର ମର୍ଯ୍ୟାଦାବୃଦ୍ଧି କରାଇପାରିଥିବା ମାନନୀୟ ସ୍ୱର୍ଗୀୟ ନିତ୍ୟାନନ୍ଦ ପାଲିତ (ଲୋକମୁଖରେ ନିତାଇ ପାଲିତ)ଙ୍କ ସ୍ମୃତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ନିତାଇ ପାଲିତ ସମ୍ମାନର ପ୍ରଚଳନ କରାଯାଇଛି I

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ସେଇ ଅବଧାରକ ନିତାଇ ପାଲିତ ୧୯୯୦ ମସିହା ଜୁଲାଇ ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

 

#ପୂଜ୍ୟପୂଜା

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago