ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ ।

ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା ପାଇଁ ଆଣିଦେଇଥିଲେ ଅମାପ ଗୌରବ, ପ୍ରଥମଥର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ରାଷ୍ଟ୍ରପତି ପୁରସ୍କାର,ରୌପ୍ୟକମଳ ପୁରସ୍କାର ପାଇଥିଲେ I ସେଇ ମହାନ ପ୍ରତିଭାବାନ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ନିତାଇ ପାଲିତ ହିଁ ଆଣି ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସୁବର୍ଣ୍ଣଯୁଗ I

କଟକରେ ରେଭେନ୍ସା କଲିଜିଏଟ ସ୍କୁଲରେ ଅଧ୍ୟୟନ କାଳରେ ସେ ଆକୃଷ୍ଟ ହୋଇଥିଲେ ନାଟକ ଓ ସଙ୍ଗୀତ ପ୍ରତି । ରଙ୍ଗମଞ୍ଚରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ପରବର୍ତ୍ତୀ ସମୟରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି ନିର୍ମାଣ କଲେ କେଦାରଗୋୖରୀ କଥାଚିତ୍ର । ପରେ ପରେ ସ୍ୱତନ୍ତ୍ର ଭାବେ ନିର୍ମାଣ କଲେ ଭାଇଭାଇ ଚିତ୍ର । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ଆଉ ପଛକୁ ଫେରି ନଥିଲେ, ବରଂ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ଧ୍ୟାନ ଦେଇ, “କ୍ରୀଏଟିଵ ମୁଭିଜ୍ ପ୍ରଡକ୍ସନସ୍” ସଂସ୍ଥା ମାଧ୍ୟମରେ ସେ ପ୍ରସ୍ତୁତ କରିଥିଲେ ରଘୁଅରକ୍ଷିତ, କିଏ ଜିତେ କିଏ ହାରେ, ଅନୁରାଗ, ବନ୍ଧୁମହାନ୍ତି, କୃଷ୍ଣସୁଦାମା, ମନ ଆକାଶ, ଧରିତ୍ରୀ, ବନ୍ଧନ, କିଏକାହାର, ମଲାଜହ୍ନ, ମା ଇତ୍ୟାଦି କ୍ଲାସିକ ଛବିମାନ ।

ଓଡ଼ିଆ କଥାଚିତ୍ର ଜଗତରେ ଏଇ ଯୋଗଜନ୍ମା ପ୍ରତିଭାଙ୍କୁ ଦେଶ ସମ୍ମାନିତ କରିଛି ରାଷ୍ଟ୍ରପତି ପୁରସ୍କାର, ରୌପ୍ୟକମଳ ପୁରସ୍କାର, ଏକାଧିକ ବାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତଥା ଜୟଦେବ ସମ୍ମାନରେ ।

୧୯୨୩ ମସିହା ମାର୍ଚ୍ଚ ୮ ତାରିଖରେ କଟକ ମାଟିରେ ଜନ୍ମି ରାଜ୍ୟର ମର୍ଯ୍ୟାଦାବୃଦ୍ଧି କରାଇପାରିଥିବା ମାନନୀୟ ସ୍ୱର୍ଗୀୟ ନିତ୍ୟାନନ୍ଦ ପାଲିତ (ଲୋକମୁଖରେ ନିତାଇ ପାଲିତ)ଙ୍କ ସ୍ମୃତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ନିତାଇ ପାଲିତ ସମ୍ମାନର ପ୍ରଚଳନ କରାଯାଇଛି I

ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ସେଇ ଅବଧାରକ ନିତାଇ ପାଲିତ ୧୯୯୦ ମସିହା ଜୁଲାଇ ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

 

#ପୂଜ୍ୟପୂଜା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago