ଲେଖା: ନିରଞ୍ଜନ ସାହୁ
ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ ଭାରତୀୟ ଜାତୀୟ କଂଗ୍ରେସର ଏକ ଅଂଶ ଭାବରେ ମିଶାଇ ଦେବାକୁ ଆହ୍ବାନ ଦେଇଥିଲେ ଓ ଉଦ୍ୟମ ଜାରି ରଖିଥିଲେ।
         
୧୯୦୦ ମସିହା ବେଳକୁ ସମ୍ବଲପୁର ଜିଲ୍ଲାରେ ଭାଷା ଆନ୍ଦୋଳନ ତେଜି ଉଠିଥିଲା। ମଧ୍ୟ ପ୍ରଦେଶ ଚିଫ୍ କମିଶନର ଫ୍ରେଜର ସାହେବଙ୍କ ଆଗମନ ହେଲା, ଭାଷା ଆନ୍ଦୋଳନ ବାବଦରେ ଆଲୋଚନା କରିବା ପାଇଁ। ତାହା ଥିଲା ୧୯୦୧ ମସିହା ସେପ୍ଟେମ୍ବର ମାସ ଛବିଶ ତାରିଖ। ସାକ୍ଷ୍ୟ ଦେବାର ପୁରୋଧା ଥିଲେ ସଙ୍ଗ୍ରାମୀ ଚନ୍ଦ୍ରଶେଖର ବେହେରା। ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ଫ୍ରେଜର ସାହେବ ସମ୍ବଲପୁରର କୋର୍ଟରେ ହିନ୍ଦୀ ପରିବର୍ତ୍ତନ କରି ଓଡ଼ିଆ ଭାଷା ଚଳାଇବାକୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଏବଂ ସମ୍ବଲପୁରକୁ ଓଡ଼ିଶାରେ ମିଶାଇ ଦେବାକୁ ସୁପାରିଶ କଲେ। ଚନ୍ଦ୍ରଶେଖର ବେହେରା ମହୋଦୟଙ୍କ ଶ୍ରମ ସାର୍ଥକ ହେଲା। ଏହି ଆନ୍ଦୋଳନ ଫଳରେ ୧୯୦୫ ସାଲରେ ସମ୍ବଲପୁର ଆଉ ମଧ୍ୟପ୍ରଦେଶରେ ନ ରହି ଓଡ଼ିଶାରେ ମିଶିଗଲା।
୧୯୧୯ ମସିହାରେ ଡିସେମ୍ବର ମାସ ଛବିଶ ତାରିଖ ଦିନ ଅନୁଷ୍ଠିତ ହେଉଥିବା ଉତ୍କଳ ସମ୍ମିଳନୀର ସଭାପତି ଆସନରେ ତାଙ୍କୁ ସଭାପତି ଆସନରେ ଅଳଙ୍କୃତ କରିବାରେ ସବୁ ଓଡ଼ିଆମାନେ ବରଣ କରିଥିଲେ।
   
ଆଜି ଦିନରେ ସେହି ମହାନ ପ୍ରତିଭାଙ୍କର ଜନ୍ମ ହୋଇଥିଲା, (୧୮୭୩ ମସିହା ମଇ ମାସ ୨୦ ତାରିଖ)। ଆଜି ସମ୍ବଲପୁର ଜିଲ୍ଲା ସ୍କୁଲ ସେହି ମହାନ ପ୍ରତିଭାଙ୍କ ନାମରେ ନାମିତ।
‘ଅନ୍ତରଙ୍ଗ କଳିଙ୍ଗ’ ଓଡ଼ିଶାର ସମସ୍ତ ଭାଇଭଉଣୀ ମାନଙ୍କ ସମେତ ସେହି ଉତ୍ତୁଙ୍ଗ ମହାପୁରୁଷଙ୍କୁ ପ୍ରଣାମ ଜଣାଉଛି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago