ଲେଖା: ଶିଶିର ସାହୁ ମନୋଜ

ପୁରାଣରେ ଗୋଟାଏ ଲାଙ୍ଗଳୀ ନଦୀ ଵିଷୟରେ ଉଲ୍ଲେଖ ରହିଛି । କୁହାଯାଏ ଥରେ ଭଗବାନ ଵଳରାମ ସୈନ୍ୟସାମନ୍ତ ଘେନି କଳିଙ୍ଗଦେଶ ମଧ୍ୟ ଦେଇ ଯାଉଥିଲା ବେଳେ ଏଠାକାର ପାର୍ଵତ୍ୟାଞ୍ଚଳରେ ତୁଷାର୍ତ୍ତ ହେଲାରୁ ତାଙ୍କ ଲଙ୍ଗଳ ମୁନରେ ଏକ ଜଳଧାର ସୃଷ୍ଟି କରେଇଥିଲେ । ସେ ଜଳଧାର ପରଵର୍ତ୍ତୀ କାଳରେ ନଦୀରେ ପରିଣତ ହେଲା ଓ ଲାଙ୍ଗଳୀ ନଦୀ ନାମରେ ଖ୍ୟାତ ହେଲା । ପୁରାଣ ଵର୍ଣ୍ଣିତ ସେ ନଦୀକୁ ଆଧୁନିକ ନାଗାଵଳୀ ନଦୀ ସହିତ ଚିହ୍ନଟ କରାଯାଇଛି ।

ନାଗାଵଳୀ ନଦୀର ଅନ୍ୟତମ ନାମ ଲାଙ୍ଗୁଲ୍ୟ ଅଟେ । 

କଳାହାଣ୍ଡିର “ଲାଖବାହାଲ” ସନ୍ନିକଟଏକ ପର୍ଵତରୁ ଉତ୍ପତ୍ତି ଲାଭକରି ନାଗାଵଳୀ ନଦୀ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏଇ ନାଗାଵଳୀ ନଦୀ ରାୟଗଡ଼ାରେ ଦୁଇଟି ଜଳପ୍ରପାତ ସୃଷ୍ଟି କରିଛି । 
୧. କୁମ୍ଭୀକୋଟାଗେଡା଼ ଜଳପ୍ରପାତ ― ୩୦ ମିଟର ଉଚ୍ଚ
୨. ହାତୀପଥର ଜଳପ୍ରପାତ ― ୨୦ ମିଟର ଉଚ୍ଚ

ହାତୀପଥର ଜଳପ୍ରପାତରେ ଦୁଇଟି ଵିଶାଳ ଶିଳାଖଣ୍ଡ ମଧ୍ୟରେ ନାଗାଵଳୀ ନଦୀର ଜଳ ଲମ୍ଫ ପ୍ରଦାନ କରେ ଓ ତାହା ହାତୀର ଭ୍ରମ ସୃଷ୍ଟି କରେ ବୋଲି ଏହାର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ । ଵର୍ତ୍ତମାନ ହାତୀପଥରକୁ ପର୍ଯ୍ୟଟନସ୍ଥଳ  କରିବା ପାଇଁ କଟକଣା ଲାଗୁ ହୋଇଛି । ୨୦୦୬ରେ ଅତି ଭୀଷଣ ଵର୍ଷା ଯୋଗୁଁ ନାଗାବଳୀ ନଦୀ ହାତୀପଥର ନିକଟରେ ତାହାର ଗତିପଥ ପରିବର୍ତ୍ତନ କରିଥିଲା । ଏଥିଯୋଗୁଁ ହାତୀପଥର ନିକଟରେ ନିର୍ମାଣାଧୀନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ନଷ୍ଟ ହୋଇଯିବା ସହ ବର୍ତ୍ତମାନ ଏହି ଜଳପ୍ରପାତଟିର ଆକର୍ଷଣ ବହୁପରିମାଣରେ ହ୍ରାସ ପାଇଅଛି । 

ନାଗାଵଳୀ, ଲାଙ୍ଗଳୀ ଵା ଲାଙ୍ଗୁଲ୍ୟ ନଦୀ ପ୍ରାୟ ୧୩୦୦ କି.ମି. ଉଚ୍ଚତାରୁ ବାହାରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୨୫୬ କି.ମି. ପଥ ପର୍ଯ୍ୟନ୍ତ ପ୍ରଵାହିତ ହୋଇ ମହୋଦଧୀରେ ମିଶିଛି । ଓଡ଼ିଶାର ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ ବାକି ୯୫ କି.ମି ଆନ୍ଧ୍ରପ୍ରଦେଶରେ ରହିଛି ।

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

14 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago