ଲେଖା: ଶିଶିର ସାହୁ ମନୋଜ

ଜାନୁଆରୀ ୨୬ ହେଉ କି ଅଗଷ୍ଟ ୧୫ ହେଉ, ସକାଳ ନ ହେଉଣୁ ଗାଆଁ, ନଗର, ବନପ୍ରାନ୍ତର ଚାରିଆଡେ ଗୋଟିଏ ଶବ୍ଦ ବହୁଳ ଭାବରେ ଓ ବାରମ୍ବାର ପ୍ରତିଧ୍ବନିତ ହୁଏ “ଜି଼ନ୍ଦାବାଦ” !

ତେବେ ଏ ଶବ୍ଦକୁ ଦେଖି ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ, କ’ଣ ଜି଼ନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ ଜୟ ହେଉ କି ? ଏବଂ ଆମ୍ଭେମାନେ ଏହା କେମିତି ଜାଣିବା ?

ପ୍ରଥମତଃ ଯଦି ଜିନ୍ଦାବାଦ ଶବ୍ଦଟି ପ୍ରକୃତରେ ଜୟ ଶବ୍ଦ ସହିତ ସମାର୍ଥକ ସଗୋତ୍ରୀୟ ଅଟେ ତେବେ ଯାଇ କୁହାଯାଇପାରିବ ଯେ ଜିନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ ଜୟ ହେଉ !

ପ୍ରକୃତରେପାର୍ସୀର ଦୁଇଟି ଶବ୍ଦ ( زنده‎) zende = alive, ଜୀଅନ୍ତା ଓ (+باد‎) bâd ଯୋଡ଼ି ହୋଇ ଜିନ୍ଦାବାଦ ଶବ୍ଦ ହୋଇଥିବା ଭାଷାବିଦ ମତ ଦିଅନ୍ତି । ପାର୍ସୀର ଏହି ଉଭୟ ଶବ୍ଦ ଦ୍ଵୟର ମୂଳ ଭାରୋପୀୟ ଅଟେ । କେହି କେହି ମନେ କରିପାରନ୍ତି ଯେ “ଜି଼ନ୍ଦାବାଦ” ର “ବାଦ” ଶବ୍ଦଟି ସଂସ୍କୃତ ବିଶେଷ୍ୟ “ବାଦ (theory)” କିମ୍ବା ଆରବୀ ଅଵ୍ୟୟ “ବାଦ୍” ଯୁକ୍ତ ହୋଇ ଥାଇପାରେ କିନ୍ତୁ ପ୍ରକୃତରେ “ଜି଼ନ୍ଦାବାଦ” ର “ବାଦ୍” ଶବ୍ଦଟିର ମୂଳ ଭିନ୍ନ ଓ ଏହା ପ୍ରୋଟୋ ଇରାନୀ vāta (ଵାତ) ର ପରିଵର୍ତ୍ତିତ ରୂପ, ଯାହାର ସଂସ୍କୃତ ରୂପ ହେଉଛି वात (vā́ta) ଏବଂ ମୂଳ ପ୍ରୋଟୋ ଇଣ୍ଡୋ ଇରୋପୀୟ ରୂପ ହେଉଛି *h₂wéh₁n̥ts “blowing” ବହିବା ଏବଂ ତାହା P.I.E ଶବ୍ଦ *h₂weh₁- [ପ୍ରବାହିତ] ର ବର୍ତ୍ତମାନ କାଳରୂପ ଅଟେ ।

ଜି଼ନ୍ଦା = ଜୀଵନ୍ତ = ଜୀଅନ୍ତା (ସଗୋତ୍ରୀୟ), ଏ ଶବ୍ଦ ଗୁଡ଼ିକର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ହେଉଛି ଜୀବ୍ ଧାତୁ ଏବଂ ଏହାର ଅର୍ଥ ବଞ୍ଚିବା ।

ଜୟ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଜି ଧାତୁ = ଜୟ କରିବା, ବଶ କରିବା, ସମସ୍ତଙ୍କୁ ବଳିଯିବା !

ଏଥିରୁ ସ୍ପଷ୍ଟ ହୁଏ ଯେ ଜୟ ଶବ୍ଦ ସହ ଜୀବନ ଓ ଜି଼ନ୍ଦା ଶବ୍ଦର ନିକଟ ସମ୍ପର୍କ ନାହିଁ, କିନ୍ତୁ ଜି ଧାତୁ (ଜୟ କରିବା) ସହ ଜୀଵ୍ ଧାତୁ (ବଞ୍ଚିବା) ର ପ୍ରାଚୀନ ସମ୍ବନ୍ଧ ଅସମ୍ଭବ ନୁହେଁ ! ଯେପରି କି, “ଆଗକାଳରେ ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ କରିବାକୁ ହେଉଥିଲା ସମସ୍ତଙ୍କଠାରୁ ବଳିଯିବାକୁ ପଡୁଥିଲା । ବଡ଼ ବଡ଼ ଜୀବଙ୍କୁ ନିଜର ବଶୀଭୂତ କରି ତାଙ୍କ ସାହାଯ୍ୟରେ ଜୀଵନଧାରଣ କରିବାକୁ ହେଉଥିଲା ।”

ତେବେ ଅଧିକାଂଶ ଉତ୍ତର ଭାରତୀୟ ଭାଷାବିଦ ଓ ବୁଦ୍ଧିଜୀବୀଙ୍କ ମତରେ ଜି଼ନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ “ଅମର ହୋ (ହେଉ)” ଅର୍ଥାତ ତାଙ୍କର ସୁଗୁଣଗୁଡିକ ସାରା ସଂସାରରେ ଓ ବାୟୁମଣ୍ଡଳରେ ସମସ୍ତଙ୍କ ମଧ୍ୟରେ, ସବୁଆଡେ଼ ପ୍ରବାହିତ ହେଉ !

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago