ଲେଖା: ସତ୍ୟବ୍ରତ ହାତୀ

ଆମ ରାଜ୍ୟର ବହୁ ଅଜଣା ଇତିହାସକୁ ଲୋକଲୋଚନକୁ ଆଣିଥିବା ଜଣେ ବ୍ରିଟିଶ ଗବେଷକଙ୍କ ମତରେ ଭାରତର ପଶ୍ଚିମରେ ସୋମନାଥ, ହିମାଳୟ ପର୍ବତରେ କେଦାରନାଥ, ମଗଧଦେଶରେ ବୈଦ୍ୟନାଥ, ଦକ୍ଷିଣରେ ରାବଣର ଲଙ୍କାପୁରୀ ନିକଟରେ ରାମନାଥଙ୍କ ସମୟରେ ଓଡ଼ିଶା ମାଟିରେ ମଧ୍ୟ ପୂଜିତ ଥିଲେ ଶ୍ରୀ ଶ୍ରୀ ନାଗନାଥ ଅବା ନାଗନାଥେଶ୍ୱର ! ସେକାଳରେ ଏ ଧାମରେ ଭକ୍ତଙ୍କୁ ମିଳୁଥିଲା ନିର୍ମାଲ୍ୟ !

ପୁଣ୍ୟତୋୟା ବ୍ରାହ୍ମଣୀ ନଦୀତଟସ୍ଥ ବଡ଼ନାଗେନା ଠାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଭାବେ ପରିଚିତ ଶ୍ରୀ ଶ୍ରୀ ନାଗନାଥେଶ୍ୱରଙ୍କ ବିଜେସ୍ଥଳୀ । ଢେଙ୍କାନାଳ ସହରଠାରୁ ମାତ୍ର ୨୦କି.ମି. ଦୂର ବାଜିଛକ ଓଵରବ୍ରିଜ୍ ପାର ହୋଇ ବଣସିଂହ ରାସ୍ତାରେ ଗଲେ ପଡ଼େ ଏଇ ପ୍ରାଚୀନ ଶୈବପୀଠ ।

ଦକ୍ଷିଣବାହୀ ବ୍ରାହ୍ମଣୀ ଏଠାରେ ବହିଯାଇଛି ଉତ୍ତରକୁ ! ସେଥିପାଇଁ ସେ ଏମନ୍ତ ପବିତ୍ର, ଉତ୍ତରବାହୀ ଗଙ୍ଗା ନାମରେ ଖ୍ୟାତ ! ଏ ନଦୀରେ ବୁଡ଼ ପକାଇଲେ ପୁନର୍ଜନ୍ମ ହୁଏନା ବୋଲି ଶାସ୍ତ୍ରଜ୍ଞଙ୍କ ମତ ।

ଏଠାରେ ମହାଭାରତ ବର୍ଣ୍ଣିତ ଦାରୁକବନର ଅବସ୍ଥିତି ଥିଲା ବୋଲି ପଣ୍ତିତେ ମତ ଦିଅନ୍ତି । ସେ ଅରଣ୍ୟ ଏବେ ରୂପାବଳିଆ ନାମରେ ପରିଚିତ । ଏ ବନରେ ଏକଦା ଥିଲା ଏକ ସୁନ୍ଦର ବିଶାଳ ଦୁର୍ଗ ! ନାଗନାଠାରୁ କୋଶେ ଦି’ କୋଶ ବାଟଗଲେ ଗଡ଼ର ପାଚେରୀର ଭଗ୍ନାବଶେଷ, ଜଳିଘର ଦ୍ଵାରର ଭଗ୍ନ କାନ୍ଥ ଧିକ୍କାରେ ଆମ ପାରିବା ପଣିଆକୁ, ଆମ ଦେଶପ୍ରେମକୁ ! ଐତିହ୍ୟ ପ୍ରତି ଆମ ନିରାସକ୍ତପଣ ସ୍ପଷ୍ଟ ବାରି ହୋଇ ପଡ଼େ ସେ ପ୍ରାଚୀନ ଐତିହାସିକ ଭୂମିରେ !

ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଦ୍ଵାରା ସେ ସ୍ଥାନର ନିର୍ଲଜ ନୂତନ ନାମ ପୁଣି ନୂଆଗଡ଼ !

ଏ ମନ୍ଦିର ଯେ କେତେ ପ୍ରାଚୀନ ସେ ବିଷୟରେ ସଠିକ ତଥ୍ୟ ନ ମିଳିଲେ ମଧ୍ୟ ମହାଦେବଙ୍କ ଏ ମହାପବିତ୍ର ପୀଠ ଯେ କେତେ ଘାତପ୍ରତିଘାତ ସହିଛି, ସେକଥା କାହୁଁ ବୁଝିବ ଏ ଜାତି ! ମହାପ୍ରଭୁ ଏଠି କେତେ ହୀନିମାନ ନ ହୋଇଛନ୍ତି ସତେ !

କେଶରୀବଂଶର କେହି ଜଣେ ଧାର୍ମିକ ରାଜା ୮୮୨ ଖ୍ରୀଷ୍ଟାବ୍ଦରେ ପୁନଃନିର୍ମାଣ କରିଥିଲେ ହେଁ ଖ୍ରୀଷ୍ଟାବ୍ଦ ୧୧୧୦ ପାଖାପାଖି ସମୟରେ ପୁନରୁଦ୍ଧାର କରି ନାଗନାଥ ଦିଅଁଙ୍କୁ ପୁନଃ ନିତ୍ୟପୂଜିତ କରାଇପାରିଥିଲେ ଉକ୍ତ ବଂଶର ଅନ୍ୟ ଜଣେ ରାଜା !

ଶ୍ରୀନାଗନାଥଙ୍କ ମହିମାରେ ଆକର୍ଷିତ ହୋଇ ଦେଶର କୋଣାନୁକୋଣରୁ ଆସୁଥିଲେ ଦର୍ଶନାର୍ଥୀ ! ମାତ୍ର ମୋଗଲ ଓ ମରାଠା ଆକ୍ରମଣରେ ମନ୍ଦିର ହୋଇଛି ବାରମ୍ବାର ଧୂଳିସାତ !

ବ୍ରିଟିଶ ଶାସନ କାଳରେ ଓଡ଼ିଆ ପ୍ରେମୀ ଶାସକ ଆଣ୍ଡରସନ୍ ତିଆରି ଥିଲେ ଏ ଦେଉଳକୁ ! ନାଗନାଥ ମହାଦେବଙ୍କ ମହିମା ପୁଣି ହାତଠାରି ଡ଼ାକିଲା ଭକ୍ତଙ୍କୁ !

ମହାପ୍ରଭୁଙ୍କୁ ଯିଏ ଯାହା ମାଗେ ପୂରଣ ହୁଏ ! ଯଦି କେହି ଭକ୍ତ, ବ୍ରିଟିଶ ସରକାର ଏ ମାଟିରୁ ଯାଉ ବୋଲି ମାଗିଦିଏ, ତେବେ ?

ଆଣ୍ଡରସନ୍’ଙ୍କ ବଦଳି ପରେ ଭୟାତୁର ନୂତନ ଶାସକ ଶ୍ରୀନାଗନାଥଙ୍କ ଲିଙ୍ଗ ଉପରେ ଢାଙ୍କୁଣି ଦେଇ ମନ୍ଦିର ଦୁଆରକୁ ମୁଦିଦେଲେ ! ସେଦିନୁଁ ମହାପ୍ରଭୁ ପୁଣି ରହିଗଲେ ଅପୂଜା ! ଅଧାରହିଥିବା ଆଣ୍ଡରସନ୍’ଙ୍କ ସମୟର ରାସମଣ୍ଡପ ଏବେ ବି ଛିଗୁଲାଏ ଏ ଜାତିର ଧର୍ମବକ ପଣିଆକୁ !

ଯାହାହେଉ, ୧୯୩୧ ମସିହାରେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ନାଗନାଥ ମନ୍ଦିରର ଦିଅଁଙ୍କ ନୀତି ପୁନଃ ପ୍ରଚଳନ ହେଲା । ବର୍ତ୍ତମାନ ସମୟରେ ଶ୍ରୀନାଗନାଥଙ୍କ ପୀଠକୁ ଉପଯୁକ୍ତ ରାସ୍ତା ନ ଥିବା ସ୍ଥଳେ ଦେବୋତ୍ତର ବିଭାଗ ଦିନକୁ ଦି’ ମାଣ ଚାଉଳ, ଶହେଗ୍ରାମ ଡାଲି, ପରିବା ପାଇଁ ୫ଟଙ୍କା ଓ ମାସକୁ ୫୦୦ଗ୍ରାମ ଘିଅର ବ୍ୟବସ୍ଥା କରି ନିଜର କର୍ତ୍ତବ୍ୟ ଶେଷ କରିଛି !

ନାଗନାଥ ମହାପ୍ରଭୁଙ୍କ ପୀଠକୁ ସେଇ ମହାପ୍ରଭୁ ହିଁ ଭରସା !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago