ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା।

ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦  ସମୟରେ ବିନ୍ଧ୍ୟ ଦେଶରେ ରାଜୁତି କରିବା ସମୟରେ ରାଜା ଅର୍ଜୁନ ଦେବ ବିକ୍ରମାଦିତ୍ୟଙ୍କ କନ୍ୟାଙ୍କୁ ବିବାହ କରିଥିଲେ। ସେହି ସମୟରେ ଉଜ୍ଜୟିନୀର ଦଶହରା ଏକ ଉଚ୍ଚ ସିଂହାସନରେ ପାଳନ ହେଉଥିଲା। 

ଉଜ୍ଜ୍ଵୟନୀ ଅଧିପତିଗଣ  ଦେବୀ ଉପାସକ ଥିବା ବେଳେ, ଦଶହରାର କିଛି ସ୍ୱତନ୍ତ୍ର ନିୟମାବଳୀକୁ ପରିପାଳନ କରୁଥିଲେ। ତେବେ ରାଣୀଙ୍କ ଆଦେଶ କ୍ରମେ ଶିଳାବଂଶୀ ରାଜବଂଶ ଗାଣପତ୍ୟ ହୋଇ ମଧ୍ୟ ଏହି ପରମ୍ପରା ପାଳନ କରି ଆସିଲେ। ସେତେବେଳେ ତାଙ୍କ ରାଜଧାନୀର ଥାଏ ନନ୍ଦିବର୍ଦ୍ଧନରେ।

ନିଷାଦ (ଅବିଭକ୍ତ କୋରାପୁଟ, ବସ୍ତର ଓ ବିଶାଖାପାଟଣା) ଅଞ୍ଚଳରେ ନଳବଂଶ ରାଜାଙ୍କ ବିଲୋପ, ପରେ ମତ୍ସ୍ୟବଂଶ ଦୁର୍ବଳତା ସମୟରେ ପରେ ଶିଳା ବଂଶୀୟ ରାଜାମାନେ ଏହିଠାରେ ପ୍ରବେଶ କରି ରାଜ୍ୟ ଶାସନ କଲେ, ଏବଂ ଏହାର ନାମ ପୁରୁଣା ରାଜଧାନୀ ନାମରେ ନନ୍ଦପୁର ରଖିଲେ। ଏହି ବଂଶର ଅନ୍ୟ ଏକ ରାଜା ଅର୍ଜ୍ଜୁନ ରାଜୁ ପ୍ରଥମେ ଏହି ୩୨ପାବଚ୍ଛ ବିଶିଷ୍ଟ ସୌଧ ନିର୍ମାଣ କରି ଦଶହରା ଆରମ୍ଭ କଲେ। ଏହା ପରେ ଉକ୍ତବଂଶୀୟ ରାଜା ଗଙ୍ଗା ରାଜଦେବ ଅନେକ ବର୍ଷ ନିରଙ୍କୁଶ ଶାସନ ଚଳାଇଲେ,ଏହି ବଂଶର ପୁତ୍ର ଭୈରବ ରାଜୁ ବିଶ୍ଵନାଥ ଜଣେ ପ୍ରତାପୀ ରାଜା ଥିଲେ। ଏହି ସମୟ ରେ ପଡୋଶୀ ମତ୍ସ୍ୟ କାନ୍ତର ଜୟନ୍ତ ରାଜାଙ୍କ କନ୍ୟା ସିଙ୍ଗମାଙ୍କୁ ବିବାହ କରି ମତ୍ସ୍ୟ ରାଜ୍ୟ (ମାଲକାନଗିରି ଅଞ୍ଚଳ) ନନ୍ଦପୁର ସହ ମିଶ୍ରଣ କଲେ।

ଶିଳାବଂଶର ଶେଷ ରାଜା ଥିଲେ ପ୍ରତାପ ଗଙ୍ଗଦେବ ରାଜ ଯେ କି ନିଜ ସାମ୍ରାଜ୍ୟ ବିସ୍ତୀର୍ଣ୍ଣ କରି ଉତ୍ତରରେ କଳାହାଣ୍ଡି ନବରଂଗପୁର ଠାରୁ ଦକ୍ଷିଣରେ ମୋଟୁ, ଭଦ୍ରାଚଳମ୍ ପର୍ଯ୍ୟନ୍ତ। ପଶ୍ଚିମରେ ବସ୍ତର ଠାରୁ ପୂର୍ବରେ ଗୁଣପୁର, ଗୁମାଗଡ଼ ପର୍ଯ୍ୟନ୍ତ ଜୟ କରିଥିଲେ।

ପ୍ରତାପ ରାଜଙ୍କ ଏକ ମାତ୍ର କନ୍ୟାଙ୍କ ସଙ୍ଗେ ଏହି ବଂଶର ଯବନିକା ଟଣା ହୋଇଥିଲା। ଆଉ ଏହା ଠାରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ଥିବା ସୂର୍ଯ୍ୟବଂଶ ରାଜାଙ୍କ ରାଜୁତି।

ଏହି ପ୍ରସିଦ୍ଧ ନରପତି ମାନଙ୍କ କୀର୍ତ୍ତି ଅନେକ ରହିଥିଲେ ହେଁ ଓଡ଼ିଶାର ଇତିହାସରେ ସ୍ୱଳ୍ପ ପରିଚିତ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago