ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।

ଏହି ଅଞ୍ଚଳରେ କଥିତ ପ୍ରମୁଖ ଭାଷାଗୁଡ଼ିକ ହେଉଛି ଓଡ଼ିଆ (ଦେଶିଆ) ଏବଂ କିଛି ସ୍ୱଦେଶୀ ଭାଷା (ଆଦିବାସୀ) । କହିବାକୁ ଗଲେ ଏଠାରେ (ଆଦିବାସୀ) ଲୋକ ଏବଂ ଓଡ଼ିଆ ଜାତିର ମୁଖ୍ୟ ସ୍ରୋତ ଲୋକମାନଙ୍କର ଏକ ବିବିଧ ସାଂସ୍କୃତିକ ମିଶ୍ରଣ ଦେଖିବାକୁ ମିଳେ | ଜୟପୁର, ଓଡ଼ିଶାର ଦକ୍ଷିଣ-ପଶ୍ଚିମ ମାଳର ମଧ୍ୟଭାଗରେ ଅବସ୍ଥିତ| ବିଭିନ୍ନ ଭାଷା ଏବଂ ସଂସ୍କୃତିର ଏହି ମିଶ୍ରଣ ସହ ଏଠାକାର ଜୀବନ ଶୈଳୀର ପରିବର୍ତ୍ତନ ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଛି| ଜୟପୁର ହେଉଛି ଦଣ୍ଡକାରଣ୍ୟ ଏବଂ ଅବିଭାଜିତ କୋରାପୁଟ ଜିଲ୍ଲା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଯାହା ଏହାର ବିଭାଜନ ପର୍ଯ୍ୟନ୍ତ ଭାରତର ଦ୍ୱିତୀୟ ବୃହତ୍ତମ ଜିଲ୍ଲା ହୋଇ ପରିଚିତ ଥିଲା |

ଜୟପୁର ଇତିହାସ ଦେଓ ରାଜବଂଶ, ଯାହା ଶଙ୍କର ବଂଶୀୟ ସୂର୍ଯ୍ୟ ବଂଶୀଙ୍କ ସହ ଆଜି ଯାଏଁ ଜଡିତ ଅଛି । ଜୟପୁର ଦୀର୍ଘ ସମୟ ଧରି କୋରାପୁଟ ରାଜ୍ୟର ରାଜଧାନୀ ଥିଲା, ଯାହା ଆଟଭିକଙ୍କ ଦ୍ୱରା ଶାସିତ ହୋଇଥିଲା, ଆଟଭିକ ଶକ୍ତିଶାଳୀ କଳିଙ୍ଗ ସାମ୍ରାଜ୍ୟର (ପ୍ରାଚୀନ ଓଡିଶା) ଏକ ସାମନ୍ତ ଶାସକ ଯିଏ ଖ୍ରୀ.ପୁ. ତୃତୀୟ ଶତାବ୍ଦୀରେ କଳିଙ୍ଗ ଯୁଦ୍ଧରେ ବୀରତ୍ୱର ସହ ସଂଗ୍ରାମ କରିଥିଲେ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘବାହାନଙ୍କ ସମୟରେ ଏହା ପ୍ରାଚୀନ ଜୈନ କ୍ଷେତ୍ର ରୂପେ ପରିଚିତ ଥିଲା। ଖାରବେଳଙ୍କ ସମୟରେ ଆଟଭିକ ଭୂମି ଅତ୍ୟନ୍ତ ଶକ୍ତିଶାଳୀ ଥିଲା, ସୁବେଇ ଏହାର ମୂକସାକ୍ଷୀ।

କ୍ରମାଗତ ରାଜବଂଶ ସମୟରେ ଯେପରି ସାତବାହନ (ଦ୍ୱିତୀୟ ଶତାବ୍ଦୀ), ଇକ୍ଷାକୁ(ତୃତୀୟ ଶତାବ୍ଦୀ) ଆଧୁନିକ ଉମରକୋଟ ନିକଟବର୍ତ୍ତି ପୁଷ୍କରିକୁ ଘୁଞ୍ଚିଥିଲା | କେଶାରିବେଡା ଖନନ ଦ୍ୱାରା ରାଜା ଭବଦତ୍ତ ବର୍ମା ଏବଂ ରାଜା ଅର୍ଥପତିଙ୍କ ଶାସନର ପ୍ରମାଣ ମିଳିଥାଏ। ପୋଡାଗଡ଼ର ଲେଖାଗୁଡ଼ିକ ରାଜା ସ୍କନ୍ଦ ବର୍ମାଙ୍କୁ ସୂଚିତ କରିବା ସହ ନଳ ବଂଶର ରାଜୁତି କଥା ସୂଚନା ଦିଏ ।

ମଧ୍ୟପ୍ରଦେଶର ଗ୍ୱାଲିଅରରୁ ନଳ ଶାସକମାନେ ଏହି ରାଜ୍ୟ ଶାସନ କରୁଥିବା ବିସ୍ତୃତ ବିବରଣୀ ଏଠାରୁ ମିଳିଥାଏ। ସେମାନଙ୍କର ଦ୍ରୁତ ଅଭିବୃଦ୍ଧି ଓ ସ୍ଥାନୀୟ ରାଜାଙ୍କ ଦୁର୍ବଳତା ସେମାନଙ୍କୁ ବସ୍ତର ଏବଂ କୋରାପୁଟର ଓଡିଆ ଅଞ୍ଚଳରେ ପ୍ରବେଶ କରିବାରେ ସହାୟ ହେଲା ।

ପ୍ରାୟ ଦଶମ ଶତାବ୍ଦୀରେ ନଳ ରାଜା ଭୀମସେନ ବର୍ତ୍ତମାନ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏକ ଅଞ୍ଚଳ(ଖିଡିସିଙ୍ଗି) ଉପରେ ଶାସନ କରୁଥିଲେ। କୋରାପୁଟ ଅଞ୍ଚଳ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଗଙ୍ଗ ଯୁଗରେ ତ୍ରିକଳିଙ୍ଗର ଏକ ଛୋଟ ସାମନ୍ତ ରାଜ୍ୟ ଥିଲା । ଏକାଦଶ ଶତାବ୍ଦୀରେ ସୋମନାକ୍ଷୀଙ୍କ ଉତ୍ଥାନ ସହିତ ଏହି ରାଜବଂଶ ପ୍ରତିଷ୍ଠିତ ହେଲା । ସେମାନଙ୍କର ଆଧିପତ୍ୟ ଆଧୁନିକ ସମ୍ବଲପୁର, ସୋନପୁରରୁ ବସ୍ତର ଏବଂ କୋରାପୁଟ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାର କରିଥିଲା ଏବଂ ସେମାନେ ଚତୁର୍ଦ୍ଦଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ନିରଙ୍କୁଶ ଶାସନକୁ ଉପଭୋଗ କରିଥିଲେ । ଆଧୁନିକ ଜୟପୁର ଅଞ୍ଚଳ ଉପରେ ଶାସନ କରୁଥିବା ମତ୍ସ୍ୟ ରାଜ ପରିବାର ପରବର୍ତ୍ତୀ ସମୟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ସିଂହାଚଳ ଓଡିଆ ଅଭିଲେଖାରୁ ଏହା ଜଣାଶୁଣା । ଭାନୁଦେବ ଏବଂ ନରସିଂହ ଦେବ ଭଳି ରାଜାମାନେ ମଧ୍ୟ ଜୟପୁର ସମ୍ରାଜ୍ୟର ସମ୍ପୃକ୍ତି ଭିନ୍ନ ଭିନ୍ନ ପ୍ରଶସ୍ତିରେ ଉଲ୍ଲେଖ କରିଥିଲେ।

ପରବର୍ତ୍ତୀ ରାଜବଂଶ ଶୈଳବଂଶୀ ଥିଲେ, ଯିଏ ଚତୁର୍ଦ୍ଦଶ ଶତାବ୍ଦୀରେ ବିନ୍ଧ୍ୟରେ ଶାସନ କରିଥିଲେ। ସର୍ବପ୍ରଥମେ ରାଜା ଗଙ୍ଗାରାଜୁ ଜୟପୁରର ମହାରାଜାଙ୍କ ପୂର୍ବ ରାଜଧାନୀ ନନ୍ଦପୁରକୁ ଶାସନ କରିଥିଲେ। ନନ୍ଦପୁରର ବିତ୍ରୀଶ ସିଂହାସନ, ଉଜ୍ଜ୍ୱୟନୀ ରାଜା ବିକ୍ରମଦିତ୍ୟଙ୍କ ଦ୍ୱାରା ନିର୍ମିତ (ସିଂହାସନ ବତ୍ତିଶି) ପାଇଁ ପ୍ରସିଦ୍ଧ |ସେତେବେଳେ ନନ୍ଦପୁର ରାଜ୍ୟରେ ଜୈନ ଧର୍ମ ଏବଂ ଶାକ୍ତ ଧର୍ମର ପ୍ରଚାର ସେତେବେଳେ ଚାଲିଥିଲା।

ଶୈଳ ବଂଶର ଶେଷ ରାଜା ପ୍ରତାପ ଗଙ୍ଗଦେବ ସୂର୍ଯ୍ୟ ବଂଶର ବିନାୟକ ଦେବଙ୍କ ଉତ୍ତରାଧିକାରୀ ହୋଇଥିଲେ ଯାହା ବ୍ରିଟିଶ ସାମ୍ରାଜ୍ୟର ସମୟ ପର୍ଯ୍ୟନ୍ତ ଚାଲିଥିଲା। ବିନାୟକ ଦେବ ଶୈଳବଂଶୀ ପ୍ରତାପ ଗଙ୍ଗଦେବଙ୍କ ଝିଅକୁ ବିବାହ କରିଥିବା ଜଣାଯାଏ। ସେ ଏବଂ ତାଙ୍କର ପୂର୍ବ ଛଟି ସଫଳ ପିଢ଼ିର ରାଜାମାନଙ୍କର କେବଳ ଗୋଟିଏ ପୁଅ ହେଉ ଥିଲା ଏବଂ ଶେଷରେ ଏକ ବିଜ୍ଞ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ରାଜ୍ୟର ମୁଖ୍ୟାଳୟ ନନ୍ଦପୁରରୁ ଜୟପୁରକୁ ସ୍ଥାନାନ୍ତରିତ କରିବାକୁ ସେ ବାଧ୍ୟ ହୋଇଥିଲେ।|

ଆଙ୍ଗ୍ଲୋ-ଫରାସୀ ବିବାଦ ସମୟରେ ବିକ୍ରମ ଦେବ I (1758- 1781 CE) ମାଲକାନଗିରି ଅଞ୍ଚଳରୁ ଫରାସୀମାନଙ୍କୁ ଏବଂ ଉମରକୋଟ୍’ରୁ ମରହଟାମାନଙ୍କୁ ବାହାର କରିବାରେ ସଫଳ ହୋଇଥିଲେ। ସେ ସାହସୀ ଓଡିଆ ରାଜା ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କ (1781-1825)  ଉତ୍ତରାଧିକାରୀ ହୋଇଥିବାବେଳେ ତାଙ୍କର ଅନ୍ୟ ଦୁଇ ପୁତ୍ର ଜଗନ୍ନାଥ ଏବଂ ନରସିଂହ ଦେବଙ୍କୁ ନବରଙ୍ଗପୁର ଏବଂ ଗୁଡାରୀ ଅଞ୍ଚଳର ଦାୟିତ୍ୱରେ ଦେଲେ। ଜଗନ୍ନାଥ ଦେବଙ୍କ ପୁଅ ଅର୍ଜୁନ ଦେବ ଏବଂ ନରସିଂହ ଦେବଙ୍କ ପୁଅ ଚୈତନ୍ୟ ଦେବ ଭାରି ପରିଚିତ ରାଜା ଥିଲେ, ସେ ଦୁହେଁ ଅପୁତ୍ରିକ ଥିବାରୁ ପୁଣି ଜୟପୁର ଏକତ୍ର ହୋଇଯାଇଥିଲା ।

ବିଂଶ ଶତାବ୍ଦୀରେ ରାମଚନ୍ଦ୍ର ଦେବ ଚତୁର୍ଥ (1920-31) ପ୍ରଥମ ବିଶ୍ୱଯୁଦ୍ଧରେ ଜଣେ ସମ୍ମାନିତ ଲେଫ୍ଟନାଣ୍ଟ ଥିଲେ। ସେ ଅପୁତ୍ରିକ ଥିଲେ ଏହାପରେ ପଣ୍ଡିତ ରାଜା ବିକ୍ରମ ଦେବ ଚତୁର୍ଥ ଉତ୍ତରାଧିକାରୀ ହୋଇଥିଲେ। ଏହି ଅବଧି ମଧ୍ୟରେ ସାର୍ ଓ’ଡନେଲଙ୍କ ନେତୃତ୍ୱରେ ହୋଇଥିବା ସୀମା ଆୟୋଗରେ ବିଭିନ୍ନ ଓଡିଆ ଭାଷା ଅଞ୍ଚଳ ମିଶ୍ରଣ କରିବା ପାଇଁ ସେ ଏକ ଗୁରୁ ଦାୟିତ୍ୱ ନେଇଥିଲେ।। ଆୟୋଗ ଏହାର ନିଷ୍ପତ୍ତି ଚୂଡ଼ାନ୍ତ କରିବା ପୂର୍ବରୁ ଜୟପୁର, ପାରଳାଖେମୁଣ୍ଡି, ଗଞ୍ଜାମ ଏବଂ ବିଶାଖାପାଟଣା ବୁଲାଇବା ପାଇଁ କହିଥଲେ ଏବଂ ମହାରାଜା ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପରିଦର୍ଶନ କରାଇଥିଲେ।

୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା, ଯେଉଁଥିରେ କୋରାପୁଟ ଛ’ଟି ଜିଲ୍ଲା ମଧ୍ୟରୁ ଗୋଟିଏ ଥିଲା। ବିକ୍ରମ ଦେବ ଶିକ୍ଷା ଏବଂ କଳାକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ମହାନୀୟତା ଦେଖାଇ ଥିଲେ। ଉଭୟ ଜୟପୁର (ଓଡିଶା) ଏବଂ ବିଶାଖାପାଟଣାରେ ଅନେକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଏବଂ ତାହାର ଅଭିବୃଦ୍ଧି ସକାଶେ ଶତତ ଚେଷ୍ଟିତ ଥିଲେ । ସେ ତାଙ୍କ ରାଜ୍ୟ ଅପେକ୍ଷା କଳାର ପ୍ରଚାର ପାଇଁ ଅଧିକ ଆଗ୍ରହୀ ଥିଲେ । ସିଂହାସନ ଆରୋହଣ କରିବାର କିଛି ବର୍ଷ ମଧ୍ୟରେ ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ପରିଚିତ କରାଇ ପାରିଥିଲେ ଯାହାକୁ ତାଙ୍କ ଲୋକମାନେ ଭଲ ପାଉଥିଲେ। ସେ ଜୟପୁରରେ ସ୍କୁଲ ଅଫ୍ ଫାଇନ୍ ଆର୍ଟ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ। ବିକ୍ରମ ଦେବ ତେଲୁଗୁ, ଓଡିଆ, ବଙ୍ଗାଳୀ, ସଂସ୍କୃତ ଏବଂ ଇଂରାଜୀ ଶିକ୍ଷା କରିଥିଲେ। ବିଶାଖା ବିଚ୍ ରୋଡରେ ଥିବା ହାୱା ମହଲରେ ତାଙ୍କ ଅଧୀନରେ ଏକ ଶତ ଧର୍ମ ସଭା ଆୟୋଜନ କରାଯାଇଥିଲା। ସମୁଦାୟ ୧୦୦ ବିଦ୍ୱାନଙ୍କୁ ନିମନ୍ତ୍ରଣ କରାଯାଉଥିଲା ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ପୁଣି ସେ ତାଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ ଆରାକୁ ଠାରେ ଆଦିବାସୀ ସଂଗ୍ରହାଳୟର ନବୀକରଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ସେ।

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago