ଲେଖା: ନିରଞ୍ଜନ ସାହୁ
“ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା ।
ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,
ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ କୁମର ।”
ଏହା ଥିଲା ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଉକ୍ତି ଅଗ୍ରସାରଥୀ ଧରଣୀଧରଙ୍କ ସମ୍ପର୍କରେ ।
୧୮୭୦ ମସିହା ବେଳକୁ ସେ ଥିଲେ ଆମ ରାଜ୍ୟର ପଶ୍ଚିମାଞ୍ଚଳର ପ୍ରଥମ ମାଟ୍ରିକୁଲେଟ । ସେ ସମୟରେ ସରକାରୀ ଚାକିରୀ କରି ପରିବାର ପୋଷଣ ପାଇଁ ଜୀବନ ଅତିବାହିତ କରିପାରିଥାଆନ୍ତେ । କିନ୍ତୁ ସମ୍ବଲପୁର ତଥା ପଶ୍ଚିମାଞ୍ଚଳର କେତେକ ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ପ୍ରଚଳନକୁ ବିରୋଧ କରି, ସେ ଆରମ୍ଭ କଲେ ସଙ୍ଗଠନ । ତାଙ୍କ ଅନବରତ ଉଦ୍ୟମ ଫଳରେ, ପୁ୍ନଶ୍ଚ ଓଡ଼ିଆ ଭାଷା ସରକାରୀ ଭାଷା ରୂପେ ଗୃହୀତ ହେଲା
୧୮୫୦ ମସିହା ସେପ୍ଟେମ୍ବର ମାସ ସତେଇଶି ତାରିଖରେ ଜନ୍ମିତ ଧରଣୀଧର ମିଶ୍ର ହେଲେ ‘ସମ୍ବଲପୁର ଭାଷା ଆନ୍ଦୋଳନର ଅଗ୍ରସାରଥୀ’ । ବାମଣ୍ଡାରୁ ପ୍ରକାଶିତ ଉତ୍କଳ ହିତୈଷିଣୀ ପତ୍ରିକାରେ ବିଭିନ୍ନ ଲେଖା ପ୍ରକାଶ କରି ବ୍ରିଟିଶ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଶେଷ କର୍ମ ତତ୍ପରତା ଦେଖାଦେଲା ବୁଦ୍ଧିଜୀବୀ ମହଲରେ ।
ଜାତୀୟଗୌରବ ମଧୁସୂଦନ ଦାସ ଉତ୍କଳ ସଭା ଡକାଇ ପଣ୍ଡିତ ଧରଣୀଧର ମିଶ୍ରଙ୍କ ସ୍ମାରକପତ୍ର ଅନୁମୋଦନ କରି ଇଂରେଜ ସରକାରଙ୍କ ନିକଟରେ ଦାବି ଜଣାଇଲେ । ୧୯୦୨ ମସିହାରେ ଛୋଟଲାଟ୍ ଫ୍ରେଜର ସାହେବ ସମ୍ବଲପୁର ଗସ୍ତ କରି ଜନସାଧାରଣଙ୍କ ଠାରୁ ଏହି ଦାବି ଉପରେ ଆଲୋଚନା ଆରମ୍ଭ କଲେ । ଧରଣୀଧର ମିଶ୍ର ସମସ୍ତ ତଥ୍ୟ ଉପସ୍ଥାପନ କଲେ । ହିନ୍ଦି ପରିବର୍ତ୍ତେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ହେଲା ।
Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

4 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago