ଲେଖା: ଶିବାଶିଷ ମହାପାତ୍ର

 

ବିଶେଷତଃ କଳିଯୁଗେ,
ଦୋଳଯାତ୍ରା ବିଧିୟତେଃ ।
ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍
ଅଷ୍ଟମେ ନାମସଂଯକଃ ।। (ପଦ୍ମ ପୁରାଣ )

ଦୋଳରେ ଝୁଲିବେ ଭଗବାନ । ଝୁଲନ୍ତି କେତେବେଳେ ?

ଯେତେବେଳେ ଶାନ୍ତ ସୁକୁମଳ ପରିବେଶ ଥିବ, ଅବଶ ଶରୀରକୁ ଲୋଟଣି ପାରା ଭଳିଆ ଲେଟେଇ ଦେଇ ଚିନ୍ତା କରୁଥିବେ ଆନନ୍ଦରେ, ତା’ ନା ହେଉଛି ଦୋଳ । ଭଗବାନ ଦୋଳି ଖେଳିବା ପାଇଁ ଦୋଳକୁ ଯାଆନ୍ତି । ଦୋଳକୁ ଯାଉଥିବା ଯାତ୍ରା ତଥା ଚାଚେରୀ ଲୀଳାର ଅନ୍ତିମ ଦିବସକୁ ଦୋଳପୂର୍ଣ୍ଣିମା କୁହନ୍ତି । ଏହାର ପୂର୍ବଦିନ ଚତୁର୍ଦ୍ଦଶୀରେ ହୋଲିକା ଦହନ କରାଯାଏ ‌। ଏହି ଚତୁର୍ଦ୍ଦଶୀ ତିଥି ପରିପାଳନ ହେଲା ପରେ ଭଗବାନ ଦୋଳ ବେଦିରେ ବସିବେ । ଶ୍ରୀମନ୍ଦିରରେ ଦକ୍ଷିଣ ପୂର୍ବ କୋଣରେ ଦୋଳ ବେଦି ହୋଇଥାଏ କାରଣ ସେଇ ଯାଗାରେ ହୋଲି ଉତ୍ସବ ପାଳନ କରାଯାଇଥାଏ ।

ଦୋଳେଚ୍ବ ଦୋଳଗୋବିନ୍ଦମ୍,
ମଞ୍ଚେତ୍ବମ୍ ମଧୁସୂଦନମ୍
ରଥେତ୍ବମ୍ ବାମନମ୍ ଦୃଷ୍ଟ୍ୟା
ପୂନର୍ଜନ୍ମ ନ ବିଦ୍ୟତେ ।।

ଆଜିର ଦିନରେ ବଳି ରାଜା ପାତାଳକୁ ଗମନ କରିଥିବା ହେତୁ ଘରେଘରେ ପୁରେ ପୁରେ ଅବିର ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଲୋକଙ୍କ ଭାବନା ଏହି ଦିନ ଆସୁରିକ ଶକ୍ତି ପାତଳକୁ ଗଲା ଏବଂ ଭଗବତ ଶକ୍ତିର ବିକାଶ ଧରାପୃଷ୍ଠରେ ହେଲା ବୋଲି ଅନେକଙ୍କ ବିଶ୍ବାସ । ହୋଲିକା ରାକ୍ଷସୀର ପୁଅ ମେଷ ଦେହର ଭଗବାନ ଅବିର ବୋଳି ଶ୍ବାସ ରୁଧ୍ୟ କରି ମାରିଦେଇଥିଲେ ।

ଶରୀରରେ ଫଗୁ ବୋଳିବାର ବୈଜ୍ଞାନିକ କାରଣ ହେଲା ଏହା ଦ୍ବାରା ବସନ୍ତ, ମିଳିମିଳା ତଥା ହାଡଫୁଟିର ପ୍ରାଦୁର୍ଭାବ କମିଥାଏ । ଏହି ଦୋଳପୂର୍ଣ୍ଣିମା ତିଥିରେ ଜଗନ୍ନାଥଙ୍କ ପ୍ରସିଦ୍ଧ ଚାଚେରୀ ଯାତ୍ରା ଆରମ୍ଭ ହୋଇଥାଏ । ପାଞ୍ଚଦିନ ପାଇଁ ହୋଇଥାଏ ଏହି ଯାତ୍ରା । ପଞ୍ଚପାଣ୍ଡବଙ୍କ ସହ ଦୋଳ ଉତ୍ସବରେ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ନିଜର ପଂକ୍ତି ଭୋଜନ କରିଥାନ୍ତି । ଦୋଳପୂର୍ଣ୍ଣିମା ଦିନ ଦୋଳବେଦିରେ ବସି ୫୬ କୋଟି ଜୀବ ଜଗତର ମଙ୍ଗଳ କାମନା କରି ୫୬ ଘେରା ପରିକ୍ରମା କରିବେ ।
ଛପନ କୋଟି ଜୀବ ଜନ୍ତୁ, ଯହିଁ କରିଛ ଜାତ
ତୁମ୍ଭର ଭକ୍ତର ଭକ୍ତ ମୁହିଁ ଭଣେ ଦିନ ଅଚ୍ୟୁତ ।

ଦ୍ୱାଦଶ ଶତାବ୍ଦୀରେ ରାଜା ଶ୍ରୀ ଅନଙ୍ଗ ଭୀମଦେବଙ୍କ ସମୟରେ ଆରମ୍ଭ ହୋଇଥିଲା । ଦୋଳବେଦୀକୁ ଯାତ୍ରା ଗୈଡିଆ ଗୋବିନ୍ଦ ଦେବଙ୍କ ସମୟରେ ୧୪୮୩ ମସିହାରେ ଆରମ୍ଭ ହୋଇଥିଲା । ଥରେ ଏକ କାରଣ ପାଇଁ ଦୋଳବେଦୀରେ ବସିଲା ବେଳେ ଭଗବାନଙ୍କ ଭୂଜ ଖସିଗଲା ଏବଂ ବାରମ୍ବାର ଏହି ଘଟଣା ଲାଗି ରହିବା ପରେ ୧୫୬୬ ମସିହାରୁ ଦୋଳବେଦୀ ଆଉ ଦକ୍ଷିଣ ପୂର୍ବ ପଟେ ନକରି ଉତ୍ତର ପୂର୍ବ ଦିଗରେ ତିଆରି କରାଗଲା । ଏଇଠି ଚାଚେରୀ ଭୋଗ ମଧ୍ୟ ଲଗାଯାଇଥାଏ । କଷି ଆମ୍ବ, ଚଣା, ଖଇ, ସାକର, ପେଡା ଭୋଗ ଲାଗି ହୋଇଥାଏ । ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହି ଯାତ୍ରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କଥା ଅନୁସାରେ. ଦ୍ବାଦଶ ଯାତ୍ରାରୁ ତିନି ଯାତ୍ରା ସାର
ଦୋଳ, ସ୍ନାନ, ଶ୍ରୀଗୁଣ୍ଡିଚା ଯେ
ଅବଲୋକନରେ ପାତକ ସମୁହ
ଦର୍ଶକେ କରନ୍ତି ମୁନ୍ଚା ଯେ ।

୧୪୮୧ ମସିହା ପରଠାରୁ ଗଜପତି ପୁରୁଷୋତ୍ତମ ଦେବ ଏହି ଯାତ୍ରାକୁ ମହା ଆଡ଼ମ୍ବରରେ ପାଳନ କଲେ । ଏହାର ମଣ୍ଡପ ତଥା ମଣ୍ଡଳୀ ତିଆରି କରାଗଲା ।

ଛଅ ଦିନର ଏହି ପର୍ବ ଦୋଳଯାତ୍ରା ଫାଲଗୁନ ଦଶମୀରୁ ଆରମ୍ଭ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ପାଲିଙ୍କିରେ ବସାଇ ଗାଁର ପ୍ରତି ଘରକୁ ନିଆଯାଇଥାଏ । ଅବିରରେ ହୋଲି ଖେଳ ସହ ସଂକୀର୍ତ୍ତନ ମଣ୍ଡଳୀ ସହ ଢ଼ୋଲ ବାଦ୍ୟ ବୁଲିଥାଏ ପାଲିଙ୍କି ସହିତ । ପ୍ରତ୍ୟେକ ଘରୁ ଭଗବାନଙ୍କୁ ଭୋଗ କରାଯାଇଥାଏ । ଅନ୍ତିମ ଦିବସରେ ଅନେକ ଗ୍ରାମରୁ ଭଗବାନ ମାନଙ୍କୁ ଗୋଟିଏ ମେଳନ ପଡ଼ିଆରେ ଏକତ୍ରିତ କରି ଭଜନ କୀର୍ତ୍ତନ କରାଯାଏ ଏବଂ ଦୋଳିଖେଳ ହୁଏ । ଦୋଳଗୋବିନ୍ଦ ଭାବରେ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଇଥାଏ । ଭଗବାନ ଗୋବିନ୍ଦ ଏବଂ ମାତା ଶ୍ରୀ ଦେବି ଦୋଳ ବେଦିରେ ବସିଥାନ୍ତି । ଏହି ପୂର୍ଣ୍ଣିମା ଦିନ ବସନ୍ତର ଆଗମନକୁ ସ୍ଵାଗତ କରାଯାଏ ଏବଂ କେତେକ ସ୍ଥାନରେ ଏହାକୁ ବସନ୍ତ ଉତ୍ସବ ବୋଲି କୁହାଯାଏ ।

ଓଡ଼ିଶାର ସଂସ୍କୃତି ପରମ୍ପରା ତଥା ଲୋକକଳାର ଏକ ମହାନ ନିଦର୍ଶନ ରୂପେ ଦୋଳପୂର୍ଣ୍ଣିମା ପରିଚିତ । ଅନେକ ସ୍ଥାନରେ ବହୁ ଆନନ୍ଦ ହର୍ଷ ଉଲ୍ଲାସ ସହ ଏହି ପର୍ବ ପାଳନ କରାଯାଏ ।

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

23 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago