ଲେଖା: ଦେଵ ତ୍ରିପାଠୀ

ରାଜ୍ୟ ନ ଥାଇ ବି ସେ ଥିଲେ ରାଜା, ନିଜେ ବେଶୀ ପାଠ ନ ପଢି ମଧ୍ୟ ସେ ଜନସାଧାରଣଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି ପାଇଁ ନିଜ ଜୀବନକୁ ତିଳ ତିଳ କରି ବିତାଇଥିଲେ, ସେ ଥିଲେ ସାର୍ଥକ କର୍ମଯୋଗୀ, ନିଷ୍ଠାପର ସଂଗଠକ, ଖ୍ୟାତନାମା ସଂଗ୍ରାହକ, ସମାଜସଂସ୍କାରକ, ସାହିତ୍ୟ ପ୍ରଶଂସକ । ସେ ଥିଲେ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା । ସେ ଦାଶିଆ ଅଜା, ଦାଶରଥୀ ପଟ୍ଟନାୟକ

ସେ ଦଶ ପଇସାର ରାଜା, ଖୁଣ୍ଟାତଡ଼ା ରାଜାଦାଶିଆ ଅଜା ଭାବରେ ମଧ୍ୟ ପରିଚିତ ।

୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିବା ଓଡିଆ ଜାତିର ଚିରନମସ୍ୟ, ଗର୍ବ ଓ ଗୌରବ ଦାସିଆ ଅଜା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ି ମଧ୍ୟ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରି, ପରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ ।

୧୯୦୭ରୁ ୧୯୯୭ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସୁଦୀର୍ଘ ଜୀବନପଥର ନିଃସଙ୍ଗ ଯାତ୍ରୀଟିଏ ହୋଇ ସେ ସାଧନାର ବହୁ କଠିନ ସୋପାନ ଅତିକ୍ରମ କରିଥିଲେ ।

ଦାଶରଥୀ ପଟ୍ଟନାୟକ ବହି ପଢ଼ିବା ପାଇଁ ପରଦିନ ପଢ଼ିବା ବହି ତା’ ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହିସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲାମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ହାତପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିଲେ । ଏଥିପାଇଁ ସେ ପରିଚିତ ହୋଇଥିଲେ “ଦଶ ପଇସାର ରାଜା” ଭାବରେ ।

ନିଜର ସଂଗୃହିତ ଜିନିଷସବୁକୁ ନେଇ ଦାଶିଆ ଅଜା ନୟାଗଡ଼ର ନୂଆଗାଁରେ ସ୍ଥାପନା କରିଥିବା ଅରବିନ୍ଦ ସଂଗ୍ରହଳାୟର ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ୬୫ ହଜାର ରକମର ପତ୍ରପତ୍ରିକା ରହିଛି । ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ ୫ଟି ଶହେ ବର୍ଷ ପୁରୁଣା ।

ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ଦାଶରଥୀ ପଟ୍ଟନାୟକ ପ୍ରତିଷ୍ଠା କରିଥିବା ବାଞ୍ଛାନିଧି ପାଠାଗାର, ଶ୍ରୀଅରବିନ୍ଦ ସଂଗ୍ରହାଳୟଯଦୁମଣି ସାହିତ୍ୟ ସଂସଦ ଆଜି ସାହିତ୍ୟିକ ଓ ଗବେଷକଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତୀକା ହୋଇପାରିଛି । ଅରବିନ୍ଦ ସଂଗ୍ରହାଳୟରେ ରହିଛି ବିଭିନ୍ନ ମହାପୁରୁଷଙ୍କ ବ୍ୟବହୃତ ବିରଳ ଆସବାବପତ୍ର, ବିଭିନ୍ନ ଗ୍ରହ ଉପଗ୍ରହରୁ ସଂଗୃହିତ ଧାତୁପଥର, ବହୁ ବିରଳ ପୁରାତନ ସାମଗ୍ରୀ, ଦେଶବିଦେଶର ବହୁ ବିରଳ ମୁଦ୍ରା, ବିଭିନ୍ନ ସଭ୍ୟତାର ଶିଳ୍ପ, ବିଭିନ୍ନ ସାମୁଦ୍ରିକ ଜୀବର ଅସ୍ଥି ଇତ୍ୟାଦି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ଦାଶିଆ ଅଜାଙ୍କ ଏ ଉଦ୍ୟମ ଓ ମହାନ ପରିକଳ୍ପନା ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତାଙ୍କର ନିଷ୍ଠାପର ସାଧନା ଓ ଅଧ୍ୟବସାୟ ତାଙ୍କୁ ବ୍ୟକ୍ତିରୁ ଅନୁଷ୍ଠାନ କୁ ଉତ୍ତୀର୍ଣ୍ଣ କରାଇଛି । ତାଙ୍କର ପଦିଏ କଥା “ମଣିଷ ଆପଣା, ଧନ ପର, ଯେତେ ପାରୁଛ ମଣିଷ ଧର” ଆଜି ବି ସେଇ ଅନାବିଳ ସ୍ନେହ, ପ୍ରେମ, ଗଭୀର ଆତ୍ମୀୟତାର ରଜ୍ଜୁରେ ବାନ୍ଧିରଖିଛି । ନିଜର ତ୍ୟାଗ, ସାହସ, ଧୈର୍ଯ୍ୟ, ଶୃଙ୍ଖଳା, କର୍ତ୍ତବ୍ୟବୋଧ ପାଇଁ ସଭିଙ୍କ ପ୍ରିୟ ଦାଶିଆ ଅଜା ଅବା ଦାଶରଥୀ ପଟ୍ଟନାୟକ ଆଜି ଚିର ଅମର ।

ସେଇ କର୍ମଯୋଗୀ ସନ୍ଥଙ୍କ ପାଦତଳେ କୋଟି ପ୍ରଣତି ଢାଳେ ଅନ୍ତରଙ୍ଗ କଳିଙ୍ଗ ।

#ପୂଜ୍ୟପୂଜା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 months ago