ଉପସ୍ଥାପନା: ଶିଶିର ସାହୁ ମନୋଜ
“ମିଥ୍ୟା ମାୟା ସଂସାର କେହି ନୁହେଁ କାହାର,
ମାତିଛୁ ଘେନି ପରିବାରରେ
ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ,
ଚାହୁଁ ଚାହୁଁ ଜୀବ ଯିବ ତୋରରେ।”
ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା ।
ଉଜିର ବେଗଙ୍କର ଜନ୍ମ ୧୮୬୯ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର (ବର୍ତ୍ତମାନର ଯାଜପୁର ଜିଲ୍ଲା) ବରୁଆ ହରିପୁର ଗାଁରେ ହୋଇଥିଲା । ପରେ ତାଙ୍କ ପରିବାର କନିକା ବଡ଼ତଇଳା ଗ୍ରାମକୁ ଚାଲିଯାଇଥିଲେ । ଉଜିର ବେଗଙ୍କ ପିତା କନିକା ରାଜଭବନରେ ପ୍ରହରୀର କାର୍ଯ୍ୟ କରୁଥିଲେ ।
ବାଲ୍ୟକାଳରେ ହିଁ ଉଜିରଙ୍କର ଜଗନ୍ନାଥ ଧର୍ମ ପ୍ରତି ଆଦର ଓ ଭକ୍ତିର ମୂଳଦୁଆ ପଡି଼ଥିଲା ଏବଂ ଯୁବାବସ୍ଥାରେ ପହଞ୍ଚିବା ବେଳକୁ ସେ ଶ୍ରୀକୃଷ୍ଣ ଭକ୍ତ ହେଇଯାଇଥିଲେ ।
ତାପରେ ସେ ତାଙ୍କର ଭଗବତ ପ୍ରେମକୁ ନନ୍ଦ ଉତ୍ସବ ନାମକ ନୃତ୍ୟନାଟିକା ଲେଖି ପ୍ରତିପାଦିତ କରିଥିଲେ । ସେ ସ୍ଵୟଂ ଜଣେ ଭଲ ଅଭିନେତା ମଧ୍ଯ ଥିଲେ । ନନ୍ଦ ଉତ୍ସବ ନାଟକରେ ସେ ସବୁବେଳେ ନନ୍ଦରାଜାର ଚରିତ୍ରରେ ଅଭିନୟ କରିଥିଲେ ।
ଐତିହାସିକ ଡଃ କୃଷ୍ଣଚନ୍ଦ୍ର ବେହେରା ଓଡ଼ିଆ ଇତିହାସ ପୁସ୍ତକ “ଓଡ଼ିଆ ସାହିତ୍ୟରେ ଇସଲାମିକ ପ୍ରଭାବ” ରେ ଉଜିର ବେଗଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି ।
ଭକ୍ତ ଉଜିର ବେଗ ନନ୍ଦ ଉତ୍ସବ ଛଡା଼ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ତଥା ବ୍ରତକଥା ମାନ ଲେଖିଯାଇଛନ୍ତି । ତନ୍ମଧ୍ୟରୁ ସୀତାବନଵାସ, ରାମଵନଵାସ, ଭକ୍ତ ସୁଦାମା ଓ ବବ୍ରୁବାହନ ଆଦି ଜଣାଶୁଣା । ତେବେ ତାଙ୍କର ସର୍ବଜନାଦୃତ କୃତି ହେଉଛି “ଖୁଦୁରୁକୁଣୀ ବ୍ରତକଥା” ଯାହା ଆଜି ବି ଓଡ଼ିଶାର ଗ୍ରାମେ ଗ୍ରାମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ପଢାଯାଏ ।
ଆଜି ଉଜିର ବେଗ ନାହାନ୍ତି ସତ କିନ୍ତୁ ତାଙ୍କ ଭକ୍ତି ତାଙ୍କର ସମସ୍ତ ରଚନା ଗୁଡି଼କ ମଧ୍ୟରେ ସଦା ଜୀଵିତ ରହିବ ।
“କୃଷ୍ଣ ପୂଜନ କର କୃଷ୍ଣ ପୂଜନ କର
କେଵଳ ଗତିମୁକ୍ତି ଦ୍ଵାରା,
ଭଣେ ଉଜିର ମୁଁ ମୂର୍ଖ ଦୁରାଚାର
କେଵଳ ନାମମାତ୍ର ସାରା”
ତଥ୍ୟ ସୈାଜନ୍ୟ: ସାମାଜିକ ଗଣମାଧ୍ୟମ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…