ଲେଖା: ଦେଵ ତ୍ରିପାଠୀ

ଭାରତମାଟିର ପାବ୍ଲୋ ନେରୁଦା କବି ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର ।

ପଦାର୍ଥ ବିଜ୍ଞାନର ପ୍ରଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ କବିତାର । ତେଣୁ ସେ ବିଜ୍ଞାନୀରୁ ବନିଯାଇଥିଲେ କବି ।

ଓଡ଼ିଶାର ମାଟି ଓ ମଣିଷର କଥା ତାଙ୍କ କବିତାରେ ହୁଏ ଅନୁରଣିତ ।  ନିଜ ଚାରିପାଖର ମଣିଷ, ବିଶେଷକରି ତଳସ୍ତରର ଲୋକଙ୍କ ବ୍ୟଥାକୁ ଖୁବ୍ ସମ୍ବେଦନଶୀଳ ଓ ମାନବିକତାର ଭାଷାରେ ଚିତ୍ରଣ କରନ୍ତି ସେ ।

କବିତାର ଭୋକକୁ ମେଣ୍ଟାଇବାର ପ୍ରଚେଷ୍ଟାରୁ ସେ ଦିନେ ରଚିଥିଲେ “HUNGER” I ଇ଼ଂରାଜୀସାହିତ୍ୟର ବିଶ୍ୱବ୍ୟାପୀ ବିଦଗ୍ଧ ପାଠକମଣ୍ଡଳୀ ଓ ବୁଦ୍ଧିଜୀବିମାନଙ୍କର ଆତ୍ମାକୁ ଚହଲାଇ ଦେଇଥିଲା ଏଇ ହଙ୍ଗର । ସେ ପାଇଥିଲେ ଆନ୍ତର୍ଜାତୀୟ ସ୍ୱୀକୃତି, ଅସୁମାରୀ ସମ୍ମାନ, ଓଡ଼ିଶାମାଟିକୁ କରିଥିଲେ ଧନ୍ୟ, ଆଉ ଓଡ଼ିଆଙ୍କୁ ଗୌରବାନ୍ବିତ


ପରବର୍ତ୍ତୀ ସମୟରେ ମା’ ମାଟିର ମୋହରୁ ଝରିଆସିଥିଲା ଅସଂଖ୍ୟ କବିତା, ଓଡ଼ିଆରେ, ଓଡ଼ିଆ କବିତା ଭଣ୍ଡାରକୁ ପରିପୁଷ୍ଟ କରିବା ପାଇଁ । ତାଙ୍କ ଲେଖନୀମୂନରୁ ଝରିଆସିଛି ୨୭ଟି ଇଂରାଜୀ ସଙ୍କଳନ ସହିତ ୧୬ଟି ଓଡ଼ିଆ କବିତା ସଙ୍କଳନ, ସ୍ଵଳ୍ପସଂଖ୍ୟକ ଗଳ୍ପ, ଏବଂ ଆତ୍ମଜୀବନୀ “ପାହିନି ରାତି” I ସେ ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର

କଟକ ମାଟିରେ ଜନ୍ମିତ ଏଇ ମହାନ କବିଙ୍କର କାଳଜୟୀ ସୃଷ୍ଟି ସମ୍ଭାରରେ ରହିଛି Shadow Space, Bare Face, Close the Sky -Ten by Ten, Random Descent, Relationship, A Rain of Rites, A Father’s Hours, Life Signs ଏବଂ ଆହୁରି ଅନେକ । ଓଡିଆ ସାହିତ୍ୟ ଜଗତକୁ “ପାହିନି ରାତି” (ଆତ୍ମଜୀବନୀ), “ସ୍ଵୟଂବର”, “ପ୍ରତୀକ୍ଷା”, “ସମ୍ପର୍କ”, “ବଳୀ”, “କହିବି ଗୋଟିଏ କଥା”, “ଟିକିଏ ଛାଇ”, “ଭୋର ମୋଇତ୍ର କନଫୁଲ”, “ବାୟାରାଜା”, “ଯଦି’ବା ଗପଟିଏ” ଇତ୍ୟାଦି ପ୍ରଦାନକରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସମ୍ପାଦନ କ୍ଷେତ୍ରରେ ମଧ୍ୟ ସେ ସଫଳତା ଅର୍ଜନ କରିଛନ୍ତି । କଟକରୁ ପ୍ରକାଶିତ ହେଉଥିବା ଏକ ଇଂରାଜୀ ସାହିତ୍ୟପତ୍ରିକା “ଚନ୍ଦ୍ରଭାଗା” ସେ ବହୁ ବର୍ଷ ଧରି ସମ୍ପାଦନା କରିଛନ୍ତି ।


ଅନବଦ୍ୟ ଅବଦାନ ପାଇଁ ଦେଶ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଉତ୍କଳରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାର, ଗଙ୍ଗାଧର ଜାତୀୟ ସମ୍ମାନ, କହ୍ନେୟାଲାଲ ସେଠିଆ ସମ୍ମାନ (ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପୀ ସାହିତ୍ୟକୁ ଅବଦାନ ପାଇଁ), ଜାକବ ଗ୍ଲାଡଷ୍ଟୋନ ପୁରସ୍କାର (ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ) ଇତ୍ୟାଦିରେ ସମ୍ମାନିତ କରିଛି । ଏ ମାଟିର ସାହିତ୍ୟାନୁରାଗୀ ତାଙ୍କୁ ଭାରତୀୟ ସାହିତ୍ୟର “ପାବ୍ଲୋ ନେରୁଦା” ଆଖ୍ୟା ଦେଇଛନ୍ତି ।

ଚଳିତବର୍ଷ କଟକରେ ଏକ ଭବ୍ୟ ସମାରୋହରେ କବି ମହାପାତ୍ରଙ୍କୁ କେନ୍ଦ୍ରସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଏକାଡେମୀ ଫେଲୋ ସମ୍ମାନ ପ୍ରଦାନ କରାଯାଇଛି ।

ଚିରଦିନ କବିତାମନସ୍କ ୯୧ ବର୍ଷୀୟ କବିଙ୍କ ସାହିତ୍ୟ ପଥରେ ବ୍ୟାଧି ଓ ବାର୍ଦ୍ଧକ୍ୟ କେବେ ବି ଅନ୍ତରାୟ ହୋଇ ପାରିନାହିଁ । ସେଇ ମହାନ କବିଙ୍କୁ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ନମନ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago