ଭାଷା ଓ ସାହିତ୍ୟ

ଦକ୍ଷିଣଓଡ଼ିଶାର ବାକ୍ୟବୈଶିଷ୍ଟ୍ୟ

ଗବେଷଣା ଓ ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ

ସାଧାରଣତଃର ଗଞ୍ଜାମିଆ ଓ କୋରାପୁଟିଆ ଲୋକଙ୍କୁ ମାନକ ଓଡ଼ିଆ ଭାଷୀଙ୍କଠାରେ ତାତ୍ସଲ୍ୟର ପାତ୍ର ହେବାକୁ ପଡ଼େ। କେତେବେଳେ ଯଦିଓ କେହି “ମୁଁ ଖାଇବି ନାହିଁ”କୁ “ମୁଁ ଖାଇବାର ନାହିଁ” କହିଦିଅନ୍ତି, ତେବେ ଦକ୍ଷିଣ ଓଡ଼ିଶାର ଲୋକଟିକୁ ଅନେକ ହସରେ ଉଡ଼ାଇ ଦିଅନ୍ତି ।

ତେବେ ସତରେ କଣ ଦକ୍ଷିଣ ଓଡ଼ିଆ ଭାଷା “ତତ୍ତ୍ୱ ରହିତ କି ?” ଅବା ଅର୍ଥ ବୋଧଦାୟକ ନୁହଁ କି ?

ହୁଏତ ଦକ୍ଷିଣଓଡ଼ିଶାର ବାକ୍ୟବୈଶିଷ୍ଟ୍ୟ ସମ୍ବନ୍ଧରେ ଅଧିକାଂଶ ଅଜ୍ଞ !

ତେବେ ଉପରିସ୍ଥ ପ୍ରଶ୍ନର ଉତ୍ତରକୁ ସହଜ ଓ ସାବଲୀଳ କରିବା ପାଇଁ ଏହି ଛୋଟିଆ ଲେଖାଟେ ।

ଆସନ୍ତୁ ଶିଖିବା:
ରୀତିଯୁଗୀୟ ମହାନ ସାହିତ୍ୟକାର ବା କବିଗଣ ଯେପରି ଭଞ୍ଜଙ୍କ ଠୁଁ କବି ସୂର୍ଯ୍ୟଚନ୍ଦ୍ରାଦି ଦକ୍ଷିଣ ଭୂମିରେ ନିଜ କୃତି ବିସ୍ତାରି ଗଲେ । ତେବେ ସାହିତ୍ୟର ଅସ୍ଥିମଜ୍ଜା ହେଉଛି ବ୍ୟାକରଣ। ଓଡ଼ିଆ ଭାଷାର ଆଦ୍ୟ ବ୍ୟାକରଣକାର ପଣ୍ଡିତ ନନ୍ଦ ବି ଓଡିଶାର ଦକ୍ଷିଣ ଭୂମିରେ ଆବିର୍ଭାବ ହେଲେ।

ତେବେ ଆସନ୍ତୁ ବାକ୍ୟର ଗଠନ ବିଷୟରେ ଜାଣିବା . .

ସାଧାରଣତଃ ବାକ୍ୟରେ ଭବିଷ୍ୟତ ଓ ବର୍ତ୍ତମାନ କାଳିକ କ୍ରିୟା ବିଶେଷ୍ୟରେ ସମାପିକା କ୍ରିୟା ବ୍ୟବହାର ହୁଏ ।

ଉଦାହରଣ : ‘କାମ କଲେ ସିନା ହୁଏ’ । କିନ୍ତୁ ଦକ୍ଷିଣ ଓଡ଼ିଶାର ଉତ୍କୃଷ୍ଟ କାବ୍ୟସାହିତ୍ୟର ପ୍ରଭାବ ପ୍ରଚଳିତ ଭାଷା ରେ ପରିଲକ୍ଷିତ ହୁଏ। ଅର୍ଥାତ, କାଳିକ ସମାପିକା କ୍ରିୟା ପରିବର୍ତ୍ତେ କାରକର ବ୍ୟବହାର ହୁଏ। ବିଶେଷକରି ସମ୍ବନ୍ଧ କାରକର ବ୍ୟବହାର । ଉଦାହରଣ: ‘କଲେ ସିନା ହେବାର’ ।

କିଛି ଅନ୍ୟ ତୁଳନାତ୍ମକ ଉଦାହରଣ:
‘ମୋର ଆଜିକାଲି ଯା ଆସ ନାହିଁ’
ଦକ୍ଷିଣ ଓଡ଼ିଶା ଶୈଳୀ: ‘ମୋର ଆଜିକାଲି ଯିବାର ଆସିବାର ନାହିଁ’

ଏ ଭାତ ସେ ଖାଇବ
ଦକ୍ଷିଣ ଓଡ଼ିଶା ଶୈଳୀ: ଏ ଭାତ ସେ ଖାଇବାର

ତେବେ ଏହା ଯେ ପ୍ରୟୋଗସିଦ୍ଧ ଓଡ଼ିଆ ତାହା ଭିନ୍ନ ଭିନ୍ନ କବିଙ୍କ ରଚନାରୁ ଆମେ ପାଇଥାଉ
ହସି ହେବାର କଥା କୁହାକୁହି
(ଗୋପାଳକୃଷ୍ଣ)

ଗୋଡ଼ ଖସି ଖେଦ ହେବାର ଦରଦ
(କବିସୂର୍ଯ୍ୟ)

ଏଠି ସାଧାରଣ ଅର୍ଥରେ ହସି ହୁଅନ୍ତି କଥା କୁହାକୁହିକୁ ବୁଝିବା ବେଳେ ଅନ୍ୟଟିରେ ଗୋଡ଼ ଖସି ଖେଦ ହୋଇବା ଦରଦକୁ ଅର୍ଥ ନିଆଯାଏ ।

ଆମ ନିଜସ୍ୱ ବହୁ ପ୍ରସିଦ୍ଧ ଓଡ଼ିଶୀ ରାଗ ରାଜରାଗିଣୀ ସଙ୍ଗୀତରୁ ଏକ ପଦ:
“ବାଜୁଛି ସହି ବାଜାରେ
ତୋ ନାମେ ବ୍ରଜ ବଜାରେ
ବାଜୁଛି ।।

ଅଟ୍ଟାଳିରେ ତୁ ଥିବାର
କାନନୁ ସେ ଆସିବାର
ଅନାଅନି ଚମତ୍କାର
ଭାବନା ତୋର ତାହାର ।
ବାଜୁଛି ସହି ବାଜାରେ . . “

ଅତଏବ ଏହି ହିସାବରେ ଦକ୍ଷିଣ ଓଡ଼ିଶାର ବାକ୍ୟବୈଶିଷ୍ଟ୍ୟ ବାରି ହୋଇପଡ଼େ !

ତେବେ ଦକ୍ଷିଣଓଡ଼ିଶାର ବାକ୍ୟବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋଚନା ଏତିକିରେ ସରେନା !

© ବିଷ୍ଣୁମୋହନ ଅଧିକାରୀ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago