ସୌରଭିତ ସୃଷ୍ଟି: ବ୍ରଜନାଥ ବଡ଼ଜେନା

ତୀବ୍ର ବ୍ୟଙ୍ଗ, ଯମକ ଓ ଶ୍ଲେଷପୂର୍ଣ୍ଣ କଟାକ୍ଷ ଆଦିର ବ୍ୟଙ୍ଗକାର ବ୍ରଜନାଥ ବଡ଼ଜେନାଙ୍କ “ଛାମୁଙ୍କୁ ଚିଟାଉ” ବା “ରାଜାଙ୍କୁ ଛଳୋକ୍ତି ” କବିତା l

~ ଛାମୁଙ୍କୁ ଚିଟାଉ ~
ଗୋସେଇଁ ଛ’ ହାତୀ           ବାସରେ ରଖିଛ
              ଦେଇ ତହିଁ କେତେ ଗଣ୍ଠି,
ମୋର ଛ’ହାତୀ ବା             ସରେ ରଖିଅଛି
              ଦେଇ ତହିଁ କେତେ ଗଣ୍ଠି l ୧ ।
ଭାବାର୍ଥ: ରାଜା ନିଜ ଛ ଘର ହାତୀଙ୍କୁ ଯତ୍ନରେ ବାନ୍ଧି ରଖିଛନ୍ତି, ମୁଁ ମୋର ଛିଣ୍ଡା ଛ ହାତୀ ଲୁଗାକୁ ଗଣ୍ଠି ପକେଇ ରଖିଛି l

ପ୍ରଭୁ ସୈନ୍ଧବ           ଖୋଜୁଛ, ଛାମୁଙ୍କୁ
              ମିଳୁ ନାହିଁ ଆଛା ରୂପେ,
ମୁହିଁ ନିତିହିଁ              ସୈନ୍ଧବ ଖୋଜଇ
               ମିଳୁ ନାହିଁ ଅନୁରୂପେ l ୨ ।
ଭାବାର୍ଥ: ରାଜାଙ୍କୁ ମନ ମୁତାବକ ସୈନ୍ଧବ ଲବଣ ମିଳୁନି, ମୋ ପାଖରେ ଆଦୌ ସୈନ୍ଧବ ଲବଣ ହିଁ ନାହିଁ l

ବିଜେ ହେଲାବେଳେ    ଚନ୍ଦ୍ର ସୂର୍ଯ୍ୟ ତ୍ରାସ
              ପ୍ରଭୁଙ୍କ ଗଭାରେ ଶୋହେ,
ଘରେ ବସିଥିଲେ       ଚନ୍ଦ୍ର ସୂର୍ଯ୍ୟ ତ୍ରାସ
             ମୋ ଶିରରେ ଶୋଭା ପାଏ l ୩ ।

ଭାବାର୍ଥ: ରାଜା ବିଜେ ହେଲାବେଳେ ଚନ୍ଦ୍ର ସୂର୍ଯ୍ୟ ଛତା ତାଙ୍କ ମୁଣ୍ଡ ଉପରେ ରହେ, ମୋ ଭଙ୍ଗା କୁଡ଼ିଆରେ ଚନ୍ଦ୍ର ସୂର୍ଯ୍ୟ ମୋତେ କଷ୍ଟ ଦିଅନ୍ତି l

ଗୋସେଇଁଙ୍କ ନାଁ ଚାର ଏ ମଣ୍ଡଳ ଯାକ ଖ୍ୟାତ କରୁଛନ୍ତି,
ମୁହିଁ ନାଚାର ଏ ମଣ୍ଡଳ ଯାକରେ ମୋତେ ସମସ୍ତେ ଜାଣନ୍ତି । ୪ ।
ଭାବାର୍ଥ: ରାଜାଙ୍କ ନା ଏ ଚାରି ମଣ୍ଡଳରେ ବିଖ୍ୟାତ, ମୁଁ ମଧ୍ୟ ନାଚାର, ଉପାୟ ଶୂନ୍ୟ ବୋଲି ବିଖ୍ୟାତ l

ପ୍ରଭୁଯେ ମୁକୁତା       ସରି ମଣ୍ଡନରେ
         ବିଭୁତି ଭୂଷଣ ମୟେ,
ମୁଁ କୁତା ସରି        ମଣ୍ଡନ ହୋଇ ଅଛି
        ବିଭୁତି ଭୂଷଣ କାୟେ l ୫ ।
ଭାବାର୍ଥ: ରାଜା ମୁକ୍ତା ହାର ଓ ବିଭିନ୍ନ ସୁଗନ୍ଧରେ ମଣ୍ଡିତ, ମୁଁ କୁକୁର ପରି ଧୂଳି ଧୂସରିତ l

ଗୋସେଇଁ ତଣ୍ଡି ବାନ୍ଧି ଦେଇ ଆପଣା ମୁଲକ ସମ୍ଭାଳି ଅଛ,
ମୁଁ ତଣ୍ଡି ଦେଇ ଘର ରଖି ଅଛି, ବୁଝାଯାଉ ନୋହେ ମିଛ l ୬ ।
ଭାବାର୍ଥ: ରାଜା ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇ ଶାସନ କରୁଛନ୍ତି, ମୁଁ ନଡ଼ା ଅଭାବରୁ ତଣ୍ଡି (ତାଳପତ୍ର)ରେ ଛପର କରିଛି l

ଗୋସେଇଁ ଥିବା ଦଶ ପାଞ୍ଚ ଚାଙ୍ଗୁଡ଼ା ମୋହର ଘରେ,
ବିଚାରୁଛି ମୁହିଁ ଅଛି ଦଶ ପାଞ୍ଚ ଚାଙ୍ଗୁଡ଼ା ମୋହର ଘରେ l ୭ ।
ଭାବାର୍ଥ: ରାଜାଙ୍କ ଘରେ ପାଞ୍ଚ ଦଶ ଚାଙ୍ଗୁଡ଼ି ସୁନା ମୋହର ଅଛି, ମୋ ପାଖରେ ମଧ୍ୟ ଖାଲି ଚାଙ୍ଗୁଡ଼ି ପାଞ୍ଚ ଦଶଟି ଅଛି l

ନୂଆ ଗାଆଁ ମୋତେ        ଦିଆ ହୋଇଛି ଯେ
          ଯୁଗ ଯୁଗାନ୍ତ ପଡିଆ,
ବାଘ ପୁଅ ତହିଁ       ସାକ୍ଷାତ ଜନ୍ମାଏ
         ପ୍ରଭୁ ଜାଣୁ ଅଛ ଏହା l ୮ ।

ଛାମୁଁଏ ନିରାଶ       ହେବାରୁ ଲେଶରେ
         ପରଦେଶ ଠାଏ ଯାଇଁ,
ଗୁଣ ଥିବା ଘେନି     ଶହେ କି ପଞ୍ଚାଶ
         ସେଠାରୁ ଅର୍ଜି ଆଣଇ l ୯ ।

ରାଜାଙ୍କ କଥାନୁସାରେ ଭଣିତା ନ କରି ଦୀନକୃଷ୍ଣ କାରାରୁଦ୍ଧ, “ଛାମୁ ଯାହା ଦେଲେ ହରଷେ . .” ବ୍ୟଙ୍ଗୋକ୍ତି କରି କବି ଯଦୁମଣି ଗୁଣୀ ବିନାୟକଙ୍କ ଠାରୁ ପାଇ ଥିଲେ ଦୁଇ ବାଟି “ବିଷ୍ଠା” l କିନ୍ତୁ ପୃଷ୍ଠପୋଷକତା ଅଭାବରୁ ନିରାଶ ବ୍ରଜନାଥ ବଡ଼ଜେନା ନିର୍ଭୀକ ଭାବେ ଦଣ୍ଡ ମୁଣ୍ଡ କର୍ତ୍ତା ଢେଙ୍କାନାଳ ରାଜା ତ୍ରିଲୋଚନଙ୍କୁ ‘ଛାମୁଙ୍କୁ ଚିଟାଉ’ ବାଣୀ ଶୁଣାଇଥିଲେ l ବହୁ କୁଟୁମ୍ବୀ ଏ କବି “ପିଠି ଅଣ୍ଟା ବେକ ଲାଗି ଗଲାଣି ମୋ ପିଠି ଲେଖାରୁ କେବଳ . . ” ପରି  ଲେଖିଥିଲେ ମଧ୍ୟ ରାଜାନୁଗ୍ରହ ନ ପାଇ ଶେଷ ଜୀବନରେ ଶ୍ରୀକ୍ଷେତ୍ର ପୁରୀ ଚାଲି ଯାଇଥିଲେ l
 
ଇତିହାସରେ ଏପରି ନିର୍ଭୀକ ବ୍ୟଙ୍ଗକାର ବିରଳ l

ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ 

Spread the love
admin

Share
Published by
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

11 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago