ଲେଖା: ଅରବିନ୍ଦ ମହାନ୍ତି

ବହୁ ପୁରାତନ କଥା। ଦିନେ ଏ ସୃଷ୍ଟି ଅନାବୃଷ୍ଟି ଓ ମରୁଡିରେ ପ୍ରପୀଡିତ ଥିଲା। ସମଗ୍ର ଜୀବ ଜଗତ ଖାଦ୍ୟ ଅଭାବରୁ କଷ୍ଟରେ ଥରହର ହେଲେ। ସେହି ସମୟରେ ଏହି କଷ୍ଟରୁ ମୁକ୍ତି ପାଇବା ଲାଗି ଦେବତା, ଋଷିଗଣ ସହିତେ ସମସ୍ତ ପୃଥିବୀବାସୀ ଆଦ୍ୟାଶକ୍ତିଙ୍କୁ ସୁମରଣା କଲେ। ଏହି ସ୍ତୁତିରେ ପ୍ରସନ୍ନ ହୋଇ ମହାମାୟୀ ଶାକାମ୍ବରୀ ରୂପ ଧାରଣ କଲେ। ଦେବୀଙ୍କ ଶରୀରରୁ ଶସ୍ୟ, ଫଳ ପୁଷ୍ପାଦି ମାନ ସୃଷ୍ଟି ହୋଇ ସଂସାର ପରିପୂର୍ଣ୍ଣ ହେଲା। ଲୋକ ମାନେ ସୁଖରେ କାଳତିପାତ କରିବାକୁ ଆରମ୍ଭ କଲେ।


କିନ୍ତୁ କିଛି ଦିନ ଅନ୍ତେ ଏକ ମହିଷ ରୂପୀ ରାକ୍ଷସ (ମହିଷାସୁର ନୁହେଁ) ପାତଳପୁରରୁ ଆସି ଶସ୍ୟ ଯାକ ସବୁ ଖାଇ  ନଷ୍ଟ କରିଯାଉଥିଲା। ପୁର୍ନବାର ସଂସାର ଉପରେ ବିପଦ ମାଡ଼ି ଆସିଲା। ଏହି ବିପଦରୁ ଉଦ୍ଧାର କରିବା ପାଈଁ ମା’ ପରମେଶ୍ୱରୀ ଦ୍ଵିଭୁଜା ସ୍ଵରୂପ ଧାରଣ କଲେ। ସେଇ ମହିଷକୁ ବିଦାରଣ କରିବା ପାଈଁ ଭୂମି ପୃଷ୍ଠରେ ବାମ ହସ୍ତେ ମହିଷର ପୁଚ୍ଛକୁ ଆକର୍ଷଣ କରି ଦକ୍ଷିଣ ହସ୍ତରେ ମହିଷର ବକ୍ଷ ପ୍ରଦେଶରେ ଶୂଳ ବିଦ୍ଧ କଲେ। ମହିଷର ଅନ୍ତ ହେଲା ଓ ପୁଣି ସଂସାର ହସି ଉଠିଲା। ଏହି ସ୍ୱରୂପ ହେଉଛନ୍ତି ଆଦ୍ୟାଶକ୍ତି ଦେବୀ ବିରଜା।

ଆଜିର ଏଇ ପବିତ୍ର ତ୍ରିବେଣୀ ଅମାବାସ୍ୟା ମା’ ବିରଜାଙ୍କ ପବିତ୍ର ଜନ୍ମ ଦିବସ ଅଟେ। ସତ୍ୟ ଯୁଗେ ବ୍ରହ୍ମାଙ୍କ ଆବାହନରେ ଯଜ୍ଞ ଅନଳରୁ ମା’ ଜନ୍ମ ଲଭିଥିଲେ। ତେଣୁ ସେଇ ସ୍ମୃତିକୁ ମନେ ରଖିବା ପାଈଁ ବିରଜା କ୍ଷେତ୍ର ଯାଜପୁରଠାରେ ତ୍ରିବେଣୀ ଅମାବାସ୍ୟା ଦିନ ବହୁ ଆଡମ୍ବରର ସହ ଦେବୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago