ଲେଖା: ଅରବିନ୍ଦ ମହାନ୍ତି
ବହୁ ପୁରାତନ କଥା। ଦିନେ ଏ ସୃଷ୍ଟି ଅନାବୃଷ୍ଟି ଓ ମରୁଡିରେ ପ୍ରପୀଡିତ ଥିଲା। ସମଗ୍ର ଜୀବ ଜଗତ ଖାଦ୍ୟ ଅଭାବରୁ କଷ୍ଟରେ ଥରହର ହେଲେ। ସେହି ସମୟରେ ଏହି କଷ୍ଟରୁ ମୁକ୍ତି ପାଇବା ଲାଗି ଦେବତା, ଋଷିଗଣ ସହିତେ ସମସ୍ତ ପୃଥିବୀବାସୀ ଆଦ୍ୟାଶକ୍ତିଙ୍କୁ ସୁମରଣା କଲେ। ଏହି ସ୍ତୁତିରେ ପ୍ରସନ୍ନ ହୋଇ ମହାମାୟୀ ଶାକାମ୍ବରୀ ରୂପ ଧାରଣ କଲେ। ଦେବୀଙ୍କ ଶରୀରରୁ ଶସ୍ୟ, ଫଳ ପୁଷ୍ପାଦି ମାନ ସୃଷ୍ଟି ହୋଇ ସଂସାର ପରିପୂର୍ଣ୍ଣ ହେଲା। ଲୋକ ମାନେ ସୁଖରେ କାଳତିପାତ କରିବାକୁ ଆରମ୍ଭ କଲେ।
କିନ୍ତୁ କିଛି ଦିନ ଅନ୍ତେ ଏକ ମହିଷ ରୂପୀ ରାକ୍ଷସ (ମହିଷାସୁର ନୁହେଁ) ପାତଳପୁରରୁ ଆସି ଶସ୍ୟ ଯାକ ସବୁ ଖାଇ ନଷ୍ଟ କରିଯାଉଥିଲା। ପୁର୍ନବାର ସଂସାର ଉପରେ ବିପଦ ମାଡ଼ି ଆସିଲା। ଏହି ବିପଦରୁ ଉଦ୍ଧାର କରିବା ପାଈଁ ମା’ ପରମେଶ୍ୱରୀ ଦ୍ଵିଭୁଜା ସ୍ଵରୂପ ଧାରଣ କଲେ। ସେଇ ମହିଷକୁ ବିଦାରଣ କରିବା ପାଈଁ ଭୂମି ପୃଷ୍ଠରେ ବାମ ହସ୍ତେ ମହିଷର ପୁଚ୍ଛକୁ ଆକର୍ଷଣ କରି ଦକ୍ଷିଣ ହସ୍ତରେ ମହିଷର ବକ୍ଷ ପ୍ରଦେଶରେ ଶୂଳ ବିଦ୍ଧ କଲେ। ମହିଷର ଅନ୍ତ ହେଲା ଓ ପୁଣି ସଂସାର ହସି ଉଠିଲା। ଏହି ସ୍ୱରୂପ ହେଉଛନ୍ତି ଆଦ୍ୟାଶକ୍ତି ଦେବୀ ବିରଜା।
ଆଜିର ଏଇ ପବିତ୍ର ତ୍ରିବେଣୀ ଅମାବାସ୍ୟା ମା’ ବିରଜାଙ୍କ ପବିତ୍ର ଜନ୍ମ ଦିବସ ଅଟେ। ସତ୍ୟ ଯୁଗେ ବ୍ରହ୍ମାଙ୍କ ଆବାହନରେ ଯଜ୍ଞ ଅନଳରୁ ମା’ ଜନ୍ମ ଲଭିଥିଲେ। ତେଣୁ ସେଇ ସ୍ମୃତିକୁ ମନେ ରଖିବା ପାଈଁ ବିରଜା କ୍ଷେତ୍ର ଯାଜପୁରଠାରେ ତ୍ରିବେଣୀ ଅମାବାସ୍ୟା ଦିନ ବହୁ ଆଡମ୍ବରର ସହ ଦେବୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ।
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…