ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ
~ ଢେଙ୍କାନାଳର କଥା – ୧ ~
ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି ଓ ନାଗେନାଵସ୍ତି । ଆତିଣ୍ଡାର ପଶ୍ଚିମପାର୍ଶ୍ଵସ୍ଥ ଭୂଖଣ୍ଡରେ ଏହି ପ୍ରାଚୀନ ନାଗନା ନଗରୀ ଅଵସ୍ଥିତ । ଏକଦା ଏଠାରେ ନାଗ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା । ସମ୍ରାଟ ଶତ୍ରୁଭଞ୍ଜଙ୍କ ସମୟରେ ଏ ଅଞ୍ଚଳ ଓଡି଼ଶାର ଏକ ସମୃଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଞ୍ଚଳ ପରିଗଣିତ ହେଉଥିଲା ‌।
ଢେଙ୍କାନାଳର କଥା କହିଲେ ଅନଙ୍ଗଭୀମ ଦେଵଙ୍କ ନାମ ହିଁ ସର୍ବାଗ୍ରେ ଉଚ୍ଚାରିତ ହୁଏ । ଗଙ୍ଗବଂଶୀ ଶାସକ ଅନଙ୍ଗଭୀମ ଦେଵ ଏହି ନାଗନା ଗ୍ରାମରେ ନାଗନାଥେଶ୍ଵର ଶିଵ ମନ୍ଦିର ନିର୍ମାଣ କରିଥିଲେ । କିମ୍ବଦନ୍ତୀ କହେ ଅନଙ୍ଗଭୀମ ଦେଵ ନାଗେନା ଗ୍ରାମ ନିକଟରେ ନିଜ ନାମରେ ଭୀମପୁର ବୋଲି ଏକ ଗ୍ରାମ ସ୍ଥାପନ କରାଇଥିଲେ ଯାହା ଆଜି ଭୂଇଁପୁର ଵା ଭୀଁପୁର ଗ୍ରାମ ନାମରେ ଜଣାଶୁଣା । କେହି କେହି କୁହନ୍ତି ଅନଙ୍ଗଭୀମ ଦେଵଙ୍କ ଜନ୍ମ ଏହି ଗ୍ରାମରେ ହୋଇଥିଲା । ସେହିପରି ଅନଙ୍ଗଭୀମ ଦେଵଙ୍କ ପୁତ୍ର ଲାଙ୍ଗୁଳା ନରସିଂହଦେଵ କପିଳାସ ମନ୍ଦିର ନିର୍ମାଣ କରି ସେଵାପୂଜା ନିମିତ୍ତ ନାଗେନା ଓ ଭୀମପୁର ଵା ଭୀଁପୁର ଜନପଦ ଦାନ କରିଥିଲେ । ସେହିଦିନ ଠାରୁ ଏହି ଅଞ୍ଚଳ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନାଧୀନରେ ଅନେକ କାଳ ଯାଏଁ ଥିଲା ।
ତେବେ କାଳକ୍ରମେ କରମୂଳ ରାଜଗାଦୀରେ ଅରାଜକତାର ସୁଯୋଗ ଉଣ୍ଡି ପ୍ରାଚୀନ ନାଗବଂଶର ଜନୈକ ରାଜା ନାଗନା ସନ୍ନିକଟ ରୂପାବଳିଆ ପର୍ବତରେ ଏକ ଗିରିଦୁର୍ଗ ନିର୍ମାଣ କରି ଏହି ଅଞ୍ଚଳରେ କେତେକ ଵର୍ଷ ଶାସନ କଲେ । କରମୂଳ ରାଜ୍ୟର ରାଜା ହରିସିଂହ ଵିଦ୍ୟାଧର ସେହି ରୂପାବଳିଆ ପାର୍ବତ୍ୟ ଦୁର୍ଗସ୍ଥିତ ନାଗରାଜାଙ୍କୁ ଅଧୀନତା ସ୍ବୀକାର କରିଵାକୁ ବାର୍ତ୍ତା ପଠାଇଲେ । ନାଗରାଜା ଏହାର ପ୍ରତ୍ୟୁତ୍ତରରେ ଲେଖି ପଠେଇଲେ, “ହରିସିଂହ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି” । ସେଇଠୁ ହରିସିଂହ ରାଗି ପାଚି ଅଵିଳମ୍ବେ ରୂପାବଳିଆ ପର୍ଵତ ଘେରାଉ କଲେ । ୧୫୩୯ ଖ୍ରୀଷ୍ଟାବ୍ଦରେ ବଣସିଂହ ଗ୍ରାମ ନିକଟ ରଣ ପ୍ରାଙ୍ଗଣରେ ଦୀର୍ଘ ଛଅଦିନ କାଳ ଯୁଦ୍ଧ ଲାଗିଲା । ଫଳସ୍ଵରୂପ ଏହି ଯୁଦ୍ଧରେ ରୂପାବଳିଆର ନାଗରାଜା ପରାସ୍ତ ଓ ନିହତ ହେଲେ । ତହୁଁ ପ୍ରାଚୀନ ନାଗନା ଅଞ୍ଚଳ କରମୂଳ ସାମ୍ରାଜ୍ୟ ଭୁକ୍ତ ହେଲା ।
ଏହି ପ୍ରାଚୀନ ଓ ସମୃଦ୍ଧ ଅଞ୍ଚଳ ରାଜ୍ୟର “ଅପର ଅଙ୍ଗ” ହୋଇଥିଵାରୁ ହରି ଵିଦ୍ୟାଧର ଏ ଭୂଖଣ୍ଡଟିର ନାମ “ଅପଙ୍ଗା” ରଖିଲେ । ରୂପାବଳିଆ ନାଗରାଜା ହରିସିଂହଙ୍କୁ ବଣରେ ନୂଆ ରାଜା ହୋଇ ସିଂହପଣିଆ ଦେଖାଉଛନ୍ତି ବୋଲି କହିଥିବାରୁ କରମୂଳ ଅଧିପତି ଯୁଦ୍ଧ କ୍ଷେତ୍ରରେ ବଣସିଂହ ଓ ନୂଆପଡ଼ା ନାମରେ ଦୁଇଟି ନୂତନ ଗ୍ରାମ ସ୍ଥାପନ କରିଥିଲେ ଏଵଂ ଏହି ଦୁଇଟି ଗ୍ରାମ ଭୂଇଁପୁର ଵା ଭୀଁପୁର ଗ୍ରାମ ନିକଟରେ ଅଵସ୍ଥିତ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago