ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ
~ ଵିସ୍ମୃତ ଓଡ଼ିଆ ଶିଶୁପତ୍ରିକା ଜହ୍ନମାମୁଁ ~
ଆଜି ଜହ୍ନମାମୁଁ କହିଲେ ସମସ୍ତଙ୍କର ମନେ ପଡି଼ଯାଏ ଚକ୍ରପାଣି ଓ ବି. ନାଗିରେଡ୍ଡିଙ୍କ କ୍ଲାସିକ ଭାରତୀୟ ମାସିକ ପତ୍ରିକା । ଏହି ଜହ୍ନମାମୁଁ ପତ୍ରିକାକୁ ଅଶି ନବେ ଦଶକର କିଶୋର ବାଳକ ଭଲ ଭାବରେ ଜାଣିଛନ୍ତି ।
ଭାରତୀୟ କ୍ଲାସିକ କମିକ୍ସ ଜହ୍ନମାମୁଁର ନାମ ପ୍ରଥମେ ଜହ୍ନମାମୁଁ ନୁହେଁ ଅମ୍ବୁଲିମାମା ଥିଲା । ଜୁଲାଇ ୧୯୪୭ରେ ପ୍ରଥମେ ଏହା ତାମିଲ ଓ ତେଲୁଗୁ ଭାଷାରେ ପ୍ରକାଶିତ ହୋଇଥିଲା । ତହୁଁ ଜୁଲାଇ ୧୯୪୯ରେ କନ୍ନଡ଼, ଅଗଷ୍ଟ ୧୯୪୯ରେ ହିନ୍ଦୀ (ଚନ୍ଦାମାମା), ଏପ୍ରିଲ ୧୯୫୨ରେ ମରାଠୀ (ଚନ୍ଦୋବା) ଓ ମଳୟାଳ଼ମ (ଅମ୍ବିଳି ଅମ୍ମାଵଣ),୧୯୫୪ରେ ଗୁଜରାଟୀ, ୧୯୫୫ରେ ଇଂରାଜୀ, ୧୯୫୬ରେ ସିନ୍ଧୀ ଓ ଓଡ଼ିଆ, ଅଗଷ୍ଟ ୧୯୭୨ରେ ବଙ୍ଗାଳୀ (ଚାଦମାମା), ୧୯୭୪ରେ ପଞ୍ଜାବୀ,୧୯୭୬ରେ ଅହମିଆ, ୧୯୭୮ରେ ସିଂହଳୀ, ୧୯୮୪ରେ ସଂସ୍କୃତ ଏଵଂ ୨୦୦୪ରେ ସାନ୍ତାଳୀ ଭାଷାରେ ଏହାର ସଂସ୍କରଣ ପ୍ରକାଶନ ଆରମ୍ଭ ହୋଇଥିଲା।
୨୦୦୪ ବେଳକୁ ଏହା ବାରଗୋଟି ଭାଷାରେ ପ୍ରକାଶିତ ହେଉଥିଲା । ତେବେ ୨୦୦୭ ମସିହାରେ ଚନ୍ଦାମାମାକୁ ମୁମ୍ବାଇରେ ଅବସ୍ଥାପିତ ସଫ୍ଟୱେର ସେବା ପ୍ରଦାନକାରୀ କମ୍ପାନୀ ଜିଓଡେସିକ କିଣି ନେଇଥିଲା । ସେ ସେହି ୬୦ ବର୍ଷ ପୁରୁଣା ପତ୍ରିକାକୁ ଡିଜିଟାଲ ଯୁଗରେ ନେଵା ପାଇଁ ଯୋଜନା କରିଥିଲା । କିନ୍ତୁ ଜିଓଡେସିକ ନିଜେ ଉଲ୍ଲେଖନୀୟ ଋଣ କରି ଦେଵାଳିଆ ଘୋଷିତ ହୋଇ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଭରଣା ପାଇଁ ଆଦେଶ ପାଇଵା ପରେ ପତ୍ରିକା ପ୍ରକାଶନ ବର୍ତ୍ତମାନ ବନ୍ଦ ହୋଇଗଲା ।
ତେବେ ବହୁତ କମ୍ ଓଡ଼ିଆ ଜାଣିଥିବେ ଯେ, ତେଲୁଗୁଭାଷୀ ବି. ନାଗିରେଡ୍ଡି ଓ ଚକ୍ରପାଣିଙ୍କ ଦ୍ଵାରା ଜହ୍ନମାମୁଁ ନାମରେ ୧୯୪୭ରେ ପତ୍ରିକା ପ୍ରକାଶନର ବହୁତ ପୂର୍ଵରୁ ଏହି ଓଡ଼ିଶାରେ ଏ ନାମରେ ଗୋଟିଏ ଶିଶୁପତ୍ରିକା ପ୍ରକାଶିତ ହେଉଥିଲା । ୧୯୩୨-୩୩ ମସିହାରେ ଏହି ଓଡ଼ିଆ ଶିଶୁପତ୍ରିକାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା ଏଵଂ ବାଳକୃଷ୍ଣ କର ଏହାର ସମ୍ପାଦକ ଥିଲେ।
ବି. ନାଗିରେଡ୍ଡି ଓ ଚକ୍ରପାଣିଙ୍କ ଜହ୍ନମାମୁଁ ପତ୍ରିକାରେ ମୁଖ୍ୟତଃ ଗଳ୍ପ ଓ ଚିତ୍ର ତଥା ଅଳ୍ପ ତଥ୍ୟାତ୍ମକ ଲେଖା ରହୁଥିଲା ବେଳେ ୧୯୩୨ରେ ପ୍ରକାଶିତ ହେଉଥିଵା ଓଡ଼ିଆ ଜହ୍ନମାମୁଁ ଶିଶୁପତ୍ରିକାରେ କଵିତା, ଗପ, ପ୍ରବନ୍ଧ, ଵିଜ୍ଞାନ କଥା, ଗୋଲକଧନ୍ଦା, ରଙ୍ଗରସ ଆଦି ଵିଭାଗ ରହୁଥିଲା। ଅଚ୍ୟୁତାନନ୍ଦ ମିଶ୍ର, ଉପେନ୍ଦ୍ର ତ୍ରିପାଠୀ, ଭଗବାନ ପତି, କୃଷ୍ଣଚନ୍ଦ୍ର କର, କୁଞ୍ଜବିହାରୀ ଦାଶ, ଜଳନ୍ଧର ଦେଵ, ଗୋପାଳଚନ୍ଦ୍ର ପଟ୍ଟନାୟକ, ରାଧାଚରଣ ପଣ୍ଡା, ଯୋଗେଶ ମିତ୍ର ଆଦି ଏହି ଓଡ଼ିଆ ଶିଶୁପତ୍ରିକାର ମୁଖ୍ୟ ଲେଖକ ଥିଲେ। ଦଶବର୍ଷ ପରେ କୌଣସି କାରଣରୁ ଏଇ ଓଡ଼ିଆ ଶିଶୁପତ୍ରିକା ବନ୍ଦ ହୋଇଯାଇଥିଲା।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago