ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଭାରତ ଶବ୍ଦର ଚାରୋଟି ନୈରୁକ୍ତି ଥିବା ଶୁଣାଯାଏ . .
୧. ଭା+ରତ
୨. ଭରତ+ଅଣ୍
୩. ଭାରଂ+ତନ୍+ଙଃ
୪. ଭୃ+ଅତଚ୍+ଙୀପ୍

☆ଭା+ରତ☆
ଵିଦ୍ୟାଳୟରେ ଶିକ୍ଷକ ଭାରତ ଶବ୍ଦର ଵ୍ୟାଖ୍ୟା କରିବାକୁ ଯାଇ କହୁଥିଲେ
ଭା+ରତ=ଭାରତ
ଭା=ଜ୍ଞାନ, ରତ=ଅନୁରକ୍ତ, ଲିପ୍ତ, ଆସକ୍ତ

ପୁଣି

ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି, ଉଦାହରଣ ସ୍ୱରୂପ:
ନିଯୁକ୍ତ, ବ୍ୟାପୃତ, ରମଣ, ପ୍ରେମ, ପ୍ରଣୟ, ଅନୁରାଗ,
ଦେଶଜ ବିଶେଷ୍ୟ ହିସାବରେ ଆମୋଦ ପ୍ରମୋଦ, ଆସକ୍ତି;

ଶିକ୍ଷକ କହୁଥିଲେ “ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ . . ”

ତେବେ ଭାଷାକୋଷରେ ଯାଇ ଦେଖିଲୁ ‘ଭା’ ଧାତୁ ଶବ୍ଦର ଅର୍ଥ ସେଠାରେ ଦିପ୍ତି ପାଇବା ଲେଖାହୋଇଛି . .
ଏବଂ
ସଂସ୍କୃତ ଭାଃ ଶବ୍ଦର ଅର୍ଥ ସେଠାରେ, 
ଦିପ୍ତି, ପ୍ରଭା, କିରଣ, ଶୋଭା ଉଲ୍ଲେଖ ଅଛି ।

ଏହାର ଅନ୍ୟ ଏକ ବ୍ୟାଖ୍ୟା ଏହିପରି ହୋଇପାରିବ:
ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ବା ପ୍ରଭାର ଆସକ୍ତ

ଆଉରି . .
“କୌଣସି ଦେଶରପ୍ରଭା, ଦିପ୍ତି, କିରଣ ବା ଶୋଭା ସେ ଦେଶର ଜନତା – ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ସମ୍ଭବପର ହୋଇଥାଏ ।”

☆ଭରତ+ଅଣ୍☆ ଭରତ+ଅଣ୍[ଅ]
ଅର୍ଥାତ୍ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ଭାରତଵର୍ଷ ଅଟେ । ପୁରାଣ କହେ, ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ହିଁ ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ  ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ, ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ, ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।

☆ଭାରଂ+ତନ୍+ଙଃ☆
କଳ୍ପଦ୍ରୁମ ଶବ୍ଦକୋଷ କୁହେ, भारं+तन् + डः=ଭାରତ
ସେଠାରେ ବ୍ୟାଖ୍ୟା କରି କୁହାଯାଇଛି, “वेदादिशास्त्रेभ्योऽपि सारांशं तनोति” ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ ! ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିବା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । 

ହିନ୍ଦୀ ଶବ୍ଦ ସାଗରରେ ଉପରୋକ୍ତ ନୈରୁକ୍ତି ବ୍ୟାଖ୍ୟାକୁ ସହଜରେ ଭାର+ତ=ଭାରତ କୁହାଯାଇଛି। ଏହି ନୈରୁକ୍ତି ବ୍ୟାଖ୍ୟାରୁ ମିଳୁଥିବା ଭାର ଶବ୍ଦର ନୈରୁକ୍ତି 
ଭୃ ଧାତୁ + ଭାବ.ଅ 
ଭୃ ଧାତୁର ଦୁଇଟି ଅର୍ଥ ହେଲା
■ ଧାରଣ କରିବା
■ ପାଳନ ପୋଷଣ କରିବା

ତେଣୁ ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନୈରୁକ୍ତି ଵ୍ୟାଖ୍ୟା ଆଡକୁ ଇଙ୍ଗିତ କରୁଛି
↗भॄ +अतच्+ङीप् =भारत 
ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି, ଯଥା:
➡ଗୁରୁତ୍ୱ
➡ଗାମ୍ଭୀର୍ଯ୍ୟ
➡ସମୂହ
➡ଦାୟିତ୍ୱ
➡ପରିମାଣ

ଏଣୁ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ ଯେଉଁଠି ସମସ୍ତଙ୍କୁ, ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ (ଯାଉଥିଲା), ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି (ପାଉଥିଲେ), ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ବହନ ପୂର୍ବକ ସେମାନଙ୍କୁ ଅନ୍ନ, ଭୂମି ତଥା ପବନ ଦେଇ ଲାଳନପାଳନ ପୋଷଣ କରିଛି  ସେ ଦେଶ ହିଁ ଭାରତଵର୍ଷ ଅଟେ . . !

© ଶବ୍ଦ ଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago