ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ ।
ବଙ୍ଗାଳୀଭାଷାରେ ରଵିନ୍ଦ୍ରନାଥ ଠାକୁର ଜନ ଗଣ ମନ ଲେଖିଥିଲେ ସତ କିନ୍ତୁ ତାଙ୍କର ଏ ଗୀତକୁ ଆମ ଦେଶରେ କେହି ବି ବଙ୍ଗାଳୀ ଭାଷାର ଓକାରାନ୍ତ ଉଚ୍ଚାରଣ ଶୈଳୀରେ “ଜନୋ ଗନୋ ମନୋ ଅଧିନାୟୋକୋ ଜୟୋ ହେ” ଗାଆନ୍ତି ନାହିଁ ।
ପୁଣି ହିନ୍ଦୀ ଭାଷାର ଉଚ୍ଚାରଣ ଶୈଳୀ ହଳନ୍ତଵତ୍ ହୋଇଥାଏ, ଅର୍ଥାତ ପ୍ରତ୍ୟେକ ଶବ୍ଦର ଶେଷ ଵର୍ଣ୍ଣରେ ହଳନ୍ତ ଲଗେଇ ଉଚ୍ଚାରଣ କରିଵାକୁ ହୁଏ । ଆମ ଦେଶରେ କେହି ବି ଜାତୀୟ ସଙ୍ଗୀତକୁ “ଜନ୍ ଗନ୍ ମନ୍ ଅଧିନାୟକ୍ ଜୟ ହୈ” ଗାଆନ୍ତି ନାହିଁ ।
ସାରା ଭାରତର ଲୋକଙ୍କ ଦ୍ଵାରା ଯଦି ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ଏ ଦେଶର ଜାତୀୟ ସଙ୍ଗୀତ ଗାୟନ ହେଉଅଛି ତାହେଲେ ଓଡ଼ିଆ ଭାଷାକୁ ହିନ୍ଦିଆଙ୍କ ଦ୍ଵାରା ଆଞ୍ଚଳିକ ଭାଷା ଵିଵେଚିତ କରାଯିଵା କେତେ ଦୂର ଯୁକ୍ତିଯୁକ୍ତ ?
ଆମ ଓଡ଼ିଆ ଭାଷାର ପାଦ ମଳିକୁ ବି ସରି ନୁହେଁ ହିନ୍ଦୀ ତେଣୁ ହିନ୍ଦୀ = ଦେଶଭକ୍ତି ବୋଲି ମନର ଭ୍ରମଠାରୁ ସ୍ଵାଧୀନ ହୁଅନ୍ତୁ ଓଡ଼ିଆମାନେ !
ଆମ ଓଡ଼ିଆ ଶାସ୍ତ୍ରୀୟ ଭାଷା। ସାରା ଵିଶ୍ଵରେ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ ସବୁଠାରୁ ଵୈଜ୍ଞାନିକ ଓ ଭାରତର ପୁରାତନ ଭାଷା ଆମ ଓଡ଼ିଆ ଥିଲା – ଅଛି – ରହିଵ ମଧ୍ୟ ।
© ଶିଶିର ସାହୁ ମନୋଜ
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…