ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ ।
ବଙ୍ଗାଳୀଭାଷାରେ ରଵିନ୍ଦ୍ରନାଥ ଠାକୁର ଜନ ଗଣ ମନ ଲେଖିଥିଲେ ସତ କିନ୍ତୁ ତାଙ୍କର ଏ ଗୀତକୁ ଆମ ଦେଶରେ କେହି ବି ବଙ୍ଗାଳୀ ଭାଷାର ଓକାରାନ୍ତ ଉଚ୍ଚାରଣ ଶୈଳୀରେ “ଜନୋ ଗନୋ ମନୋ ଅଧିନାୟୋକୋ ଜୟୋ ହେ” ଗାଆନ୍ତି ନାହିଁ ।
ପୁଣି ହିନ୍ଦୀ ଭାଷାର ଉଚ୍ଚାରଣ ଶୈଳୀ ହଳନ୍ତଵତ୍ ହୋଇଥାଏ, ଅର୍ଥାତ ପ୍ରତ୍ୟେକ ଶବ୍ଦର ଶେଷ ଵର୍ଣ୍ଣରେ ହଳନ୍ତ ଲଗେଇ ଉଚ୍ଚାରଣ କରିଵାକୁ ହୁଏ । ଆମ ଦେଶରେ କେହି ବି ଜାତୀୟ ସଙ୍ଗୀତକୁ “ଜନ୍ ଗନ୍ ମନ୍ ଅଧିନାୟକ୍ ଜୟ ହୈ” ଗାଆନ୍ତି ନାହିଁ ।
ସାରା ଭାରତର ଲୋକଙ୍କ ଦ୍ଵାରା ଯଦି ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ଏ ଦେଶର ଜାତୀୟ ସଙ୍ଗୀତ ଗାୟନ ହେଉଅଛି ତାହେଲେ ଓଡ଼ିଆ ଭାଷାକୁ ହିନ୍ଦିଆଙ୍କ ଦ୍ଵାରା ଆଞ୍ଚଳିକ ଭାଷା ଵିଵେଚିତ କରାଯିଵା କେତେ ଦୂର ଯୁକ୍ତିଯୁକ୍ତ ?
ଆମ ଓଡ଼ିଆ ଭାଷାର ପାଦ ମଳିକୁ ବି ସରି ନୁହେଁ ହିନ୍ଦୀ ତେଣୁ ହିନ୍ଦୀ = ଦେଶଭକ୍ତି ବୋଲି ମନର ଭ୍ରମଠାରୁ ସ୍ଵାଧୀନ ହୁଅନ୍ତୁ ଓଡ଼ିଆମାନେ !
ଆମ ଓଡ଼ିଆ ଶାସ୍ତ୍ରୀୟ ଭାଷା। ସାରା ଵିଶ୍ଵରେ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ ସବୁଠାରୁ ଵୈଜ୍ଞାନିକ ଓ ଭାରତର ପୁରାତନ ଭାଷା ଆମ ଓଡ଼ିଆ ଥିଲା – ଅଛି – ରହିଵ ମଧ୍ୟ ।
© ଶିଶିର ସାହୁ ମନୋଜ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…