ଲେଖା: ମାମାପ୍ରବା ଉଗିଷୁ

କଟିକିଆଙ୍କୁ ଚିହ୍ନିବ କିପରି ? ଦହିବରା ଆଳୁଦମ୍ କହେ: ଚିହ୍ନିବାର ସରଳ ଉପାୟ ହେଲା: ସ୍ପେନ୍ ଷଣ୍ଢକୁ ନାଲି କପଡା ଦେଖଉଥିବା ଲୋକଗୁଡାକ ହିଁ କଟିକିଆ ! ସେ ନେତାଜୀ ହୁଅନ୍ତୁ ବା ଖୋକା ଭାଇ, ନିଜ ନିଜ କ୍ଷେତ୍ରରେ ସେମାନେ ନିଜ ନିଜର ଛାପ ଛାଡି ଯାଇଛନ୍ତି ! ଯାହା ଆଜିର ଯୁବପିଢିକୁ ଗର୍ବରେ ଛାତିଫୁଲେଇ ଆଗକୁ ବଢିବାକୁ, ସ୍ୱପ୍ନ ଦେଖିବାକୁ ସାହାସ ଦେଇଛି !

ସହଜେ ତ କଟିକିଆ ନିୟମ ଭାଙ୍ଗିବାରେ, ପ୍ରେମ କରିବାରେ, ଖୋରାକି ନେବାରେ, ସମୟର ଅସମୟରେ ସାହାସ ଦେଖେଇବାରେ ଢିଲା ଦିଅନ୍ତିନି ! ଖାଆନ୍ତି, ଖୁଆନ୍ତି, ମାରନ୍ତି ନହେଲେ ମରନ୍ତି କିନ୍ତୁ ଗୋଟେ କଥା ଭଲକରି କରନ୍ତି, ସେଇଟା ହେଲା: ମଲାଯାଏଁ ଜୀବନକୁ ମନଭରି ଜୀଅଁନ୍ତି !


ଏଇ ଯେମିତି ଟ୍ରେନ୍ ଲାଇନ୍’ରେ ଶୋଇ ମ୍ରୁତ୍ଯୁକୁ ଅପେକ୍ଷା କରିଥିବା ଜଣେ ଚବିଶି କ୍ଯାରେଟ୍ ଯୁବ ଗାୟକ ! ଜୀବନ ଯୁଦ୍ଧରେ ହାରିଯିବା ଅପେକ୍ଷା ବଂର ମରିଯିବା ଭଲ ଭାବି ରେଲୱେ ଟ୍ରାକ୍ ରେ ଶୋଇଛି !  ଟ୍ରେନ୍ ଆସିଲା ସତ, କିନ୍ତୁ ଆର ଟ୍ରାକ୍’ରେ ଚାଲିଗଲା, ଯୁବକ ଜଣକ ଉପରକୁ ଚାହିଁ ଜବାବ୍ ମାଗିଲା ! ଶୂନ୍ଯବାଣୀ ହେଲା: ତୁ କ୍ଷୟ ଯିବୁନି, ତୁ ଅକ୍ଷୟ ! ତୋର ଜନ୍ମ ସଂଗୀତର ବାଦଶାହା ହେବାକୁ !

ନଦୀର ନାଁ ଅଳସ କନ୍ଯା, ପୂଣ୍ଯର ନଦୀ ତୀରେ, ଯାଯାବର, ଏଇ ମୋର ଶେଷ ଗୀତ, ହାରିଯାଇଥିବା ଲୋକର କି ଅଛି ପରି ଶହଶହ ଗୀତ ଏବେବି ବାପଛେଉଣ୍ଡ ଖୋକାଭାଇଙ୍କ ବିନା ! ସେ ଯୋଗଜନ୍ମା ପରି ସଂଗୀତରେ ପରୀକ୍ଷାନିରୀକ୍ଷା କରଥିଲେ, ଯାହା ଦେଇଯାଇଥିଲେ ଏବେବି ସାରା ଓଡିଶା ଝୁରୁଛି ! ଏବେ କଟକ ସାରା ଏଲଇଡି ଲାଇଟ୍, ଜାଇକାର ରାସ୍ତା ବଳାତ୍କାର, ହାଇୱେର ନାହିଁ ନଥିବା ସୋ, କିନ୍ତୁ ସବୁ ଯେମିତି ଖାଁ ଖାଁ ! ଖୋକାଭାଇ ବିନା ! ଆଜି ଜାଣିହେଉଛି: ସ୍ମତି କାହିଁକି ପାଉଁଶ ତଳର ନିଆଁ !


ଆଜି ସେ ସ୍ୱଦେହରେ ଥିଲେ ହୁଏତ ୮୨ ବର୍ଷର ହୋଇଥାନ୍ତେ, କିନ୍ତୁ ମନରୁ କେବେ ବୁଢା ହେଇ ନଥାନ୍ତେ ! ୧୮ ବର୍ଷର ଯୁବକ ଭଳି ନିଜର  ସଂଗୀତ ତିଆରିରେ କଣ ବା ନ କରୁଥାନ୍ତେ ! ହେ ଚିରସବୁଜ ଅକ୍ଷୟ ! ତୁମ ବିନା ଏ କଟକ ଦଶରା ପାଣିଚିଆ ଲାଗୁଛି ! ଈଶ୍ୱରଙ୍କୁ କହି ସପ୍ତାହେ ଛୁଟିନେଇ ଆଉଥରେ ଆସନ୍ତନି ! ତୁମେ କଣ କଟକକୁ ଭଲପାଉଥିଲ, ଜାଣିଛ ତୁମେ ଗଲାପରେ ଏବେବି ସାରା କଟକ ଓ କଟିକିଆ କହୁଛନ୍ତି  ମି. . . . . . ଠୁ !

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago