ଲେଖା: ଦେଵ ତ୍ରିପାଠୀ
ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ ସ୍ଥାପତ୍ୟ I ଏଠାରେ ମହାମାନ୍ୟ ଫୁଜୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଶାନ୍ତିସ୍ତୂପ ସଗର୍ବେ ଦଣ୍ଡାୟମାନ, କିନ୍ତୁ ଜଉଗଡ଼ ? ଏକ ଖାଁ ଖାଁ ବିଜନତାରେ ବୁଡ଼ି ରହିଛି ଆଜି ମଧ୍ୟ, ଯେମିତି ଥିଲା ହଜାର ବର୍ଷ ତଳେ; ଅଜଣା ଅଶୁଣା !
ବ୍ରହ୍ମପୁର ମହାନଗରର ୩୫କି.ମି. ଦୂର ଏବଂ ପୁରୁଷୋତ୍ତମପୁର ନିକଟସ୍ଥ ମାଳତୀ ପର୍ବତମାଳା କୋଳରେ ଅବସ୍ଥିତ ଜଉଗଡ଼ ଓ ଖୋଦିତ ଅଶୋକଙ୍କ ଶିଳାଲେଖ ବହୁ ଐତିହାସିକ ଗୁରୁତ୍ୱ ବହନକରେ I
ଶୁଣାଯାଏ ପ୍ରାୟ ଷଷ୍ଠ ଶତାବ୍ଦୀର ଜଣେ ରାଜା ଯୁଦ୍ଧରେ ଜୟଲାଭ ପରେ ବିଜୟସ୍ମାରକୀ ଭାବେ ଗଢିଥିଲେ ଏକ ଦୁର୍ଗ ଏବଂ ନାମ ରଖିଥିଲେ ‘ଜୟକଟକ’ ବା ‘ଜୟଗଡ’, କାଳକ୍ରମେ ଜୟଗଡ ଅପଭ୍ରଂଶ ହୋଇଛି ଜଉଗଡ଼ରେ । ତେବେ ୧୮୭୪ରୁ ୧୮୮୦ ମଧ୍ୟରେ ଏଠାକୁ ପରିଦର୍ଶନରେ ଆସିଥିବା ବିଖ୍ୟାତ ପ୍ରତ୍ନତତ୍ତ୍ଵ ବିଶାରଦ J V Belgareଙ୍କ ମତରେ ଏ ସ୍ଥାନର ପ୍ରକୃତ ନାମ ଥିଲା ‘ଜଗତ’, ସେଥିରୁ ଜଗତଗଡ ଓ ପୁଣି ଜଉଗଡ ।
ଆହୁରି ମଧ୍ୟ ଚମତ୍କାର କିମ୍ବଦନ୍ତୀ ଶୁଣିବାକୁ ମିଳେ ଜଉଗଡ଼ ସମ୍ବନ୍ଧରେ । ଏହି ଦୁର୍ଗର ନିର୍ମାତା ଥିଲେ ରାଜା ରାଜକେଶରୀ । ସେ ଏହି ପାହାଡ଼ ଉପରେ ଲାଖ ବା ଜଉରେ ତିଆରି କଲେ ଦୁର୍ଗଟିଏ ଏବଂ ନାମକରଣ କଲେ ଜଉଗଡ଼ । ଉଦ୍ଦେଶ୍ୟ ଥିଲା କେହି ଦୁର୍ଗ ଆକ୍ରମଣ କରି ଗୁଳିଗୋଳା ବର୍ଷଣ କଲେ ସେସବୁ ଦାଉରୁ ରକ୍ଷା ପାଇବ ଦୁର୍ଗ ।
ସତକୁ ସତ ପଡୋଶୀ ରାଜ୍ୟର ଆକ୍ରମଣରେ ଶତୃର ଗୁଳିଗୋଳା ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା ଜଉଗଡ଼ ପାଖରେ । ତେବେ ଜଣେ ଗଉଡୁଣୀର ତାତ୍ସଲ୍ୟଭରା ସୂଚନାରୁ ଦୁର୍ଗଟି ଜଉରେ ତିଆରି ବୋଲି ଜାଣି ଅଗ୍ନିସଂଯୋଗ କରିଦେବାରୁ ଏହି ଭବ୍ୟ ଦୁର୍ଗର ହୋଇଥିଲା ଅକାଳ ପତନ ।
ପାହାଡଘେରା ଐତିହାସିକ ଜଉଗଡ଼ର ନିର୍ଜନ ସ୍ଥାନରେ ଠିଆହେଲେ ମନରେ ଆସେ ଏକ ଅପୂର୍ବ ପୁଲକ । ସୁଲୁସୁଲିଆ ବାଆ ଆସି ଛୁଇଁ ଦେଲେ ମନେହୁଏ ଅତୀତ ଆସି ଯେମିତି କ’ଣ କହିଯାଉଛି ଚୁପିଚୁପି । ଅଭୁଲା ଅନୁଭୂତି ନେଇ ଫେରେ ଦେଖଣାହାରୀ । ତଥାପି ଲୋକଲୋନର ଅନ୍ତରାଳରେ ଏଠି ନିରବତାର ରାଜୁତି, ଏଠାକାର ପ୍ରାଚୀନତମ ଆକର୍ଷଣକୁ ବଜାୟ ରଖି ପର୍ଯ୍ୟଟକଙ୍କୁ ଆକର୍ଷଣ କରାଇବାର ପ୍ରଚେଷ୍ଟାର ଅପେକ୍ଷା ରଖେ ଜଉଗଡ଼ ।
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…