ଲେଖା: ଅରବିନ୍ଦ ମହାନ୍ତି
ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ ଏହି ଦିନ ଅନୁଷ୍ଠିତ ହୋଇଥିଲା ଏବଂ ଦ୍ଵାପର ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କ ମଧ୍ୟ ଏହି ଦିନ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ଏହି ତିଥି ଏତେ ପବିତ୍ର ଯେ ବର୍ତ୍ତମାନର କଳିଯୁଗରେ ଆମେ ପାଳନ କରୁଥିବା ‘ସମ୍ବତ’ ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକର ସ୍ମୃତି ସ୍ୱରୂପ ଅଟେ। ଏହା ମଧ୍ୟ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ବିଶେଷ ଭାବେ ପାଳନ ହେଉଥିବାରୁ ଏହାକୁ ତେଲୁଗୁ ନବବର୍ଷ (ଉଗାଦି- ଯୁଗ ଆରମ୍ଭ) ଭାବେ ମଧ୍ୟ ଜଣାଯାଏ।
ଉତ୍କଳରେ ଚୈତ୍ର ପ୍ରତିପଦ ପାଳନର ପରମ୍ପରା ବିଶେଷ ଦେଖିବାକୁ ମିଳେନାହିଁ, କେବଳ ଏହା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ ଭାବେ ଏଠାରେ ପରିଚିତ। ଯେହେତୁ ସୂର୍ଯ୍ୟ ମାସ ଗଣନାରେ ମେଷ ମାସ ପ୍ରଥମ ତେଣୁ ଏହି ଦିନକୁ ଉତ୍କଳୀୟ ନବବର୍ଷ ଭାବେ ପାଳନ କରାଯାଏ।
~ ବାସନ୍ତୀ ଦୁର୍ଗାପୂଜା ~
ବାସନ୍ତୀ ଦୁର୍ଗାପୂଜା ମହାଶକ୍ତିଙ୍କ ଆବାହନର ପର୍ବ। ରାଜା ସୁରଥ ଓ ସମାଧି ବୈଶ୍ୟଙ୍କ ଦ୍ୱାରା ପ୍ରଥମ କରି ମୁଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ଆଶ୍ୱିନରେ ଷୋଳ ପୂଜା ହେଉଥିବା ବେଳେ ଚୈତ୍ରରେ ଏହା ନବଦିନାତ୍ମକ ପୂଜା ଭାବେ ପରିଚିତ। ବିଭିନ୍ନ ଦେବୀ ପୀଠ ଓ ମୁଣ୍ମୟୀ ମଣ୍ଡପ ମାନଙ୍କରେ ଏହା ବହୁ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଏ। ଏହାସହ ଦେବୀଙ୍କ ନବଦିନ ଧରି ବିଭିନ୍ନ ବେଶ ଏହି ପୂଜାର ମହତ୍ତ୍ୱ ଆହୁରି ବଢ଼ାଇ ଦେଇଥାଏ। କେବଳ ଦେବୀ ପୂଜା ଏହି ନବଦିନର ବିଶେଷତ୍ୱ ନୁହେଁ। ଏହା ଶୈବ, ଶାକ୍ତ, ବୈଷ୍ଣବ ଓ ସୌର ପରମ୍ପରାର ବିଶେଷ ଦିନ। ପୁରୀରେ ବିଜେ କୋଣାର୍କ ସୂର୍ଯ୍ୟ ନାରାୟଣଙ୍କ ଚୈତ୍ର ଶୁକ୍ଳ ଷଷ୍ଠୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ଶୁକ୍ଳ ଅଷ୍ଟମୀ ଯାହା ଅଶୋକାଷ୍ଟମୀ ନାମେ ପରିଚିତ ଏହିଦିନ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଦେବଦଳନ (ଲୋକାଚାରରେ ରୁକୁଣା) ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ଶୁକ୍ଳ ନବମୀ ଯାହା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସ ଭାବେ ସମଗ୍ର ଭୂମଣ୍ଡଳରେ ପ୍ରସିଦ୍ଧି ଲାଭ କରିଅଛି। ଏହିପରି ନାନାଦି ପର୍ବ ଓ ଉତ୍ସବରେ ଚୈତ୍ର ମାସ ସୁସମୃଦ୍ଧ ହୋଇଅଛି।
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago