ଲେଖା: ଅରବିନ୍ଦ ମହାନ୍ତି
ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ ଏହି ଦିନ ଅନୁଷ୍ଠିତ ହୋଇଥିଲା ଏବଂ ଦ୍ଵାପର ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କ ମଧ୍ୟ ଏହି ଦିନ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ଏହି ତିଥି ଏତେ ପବିତ୍ର ଯେ ବର୍ତ୍ତମାନର କଳିଯୁଗରେ ଆମେ ପାଳନ କରୁଥିବା ‘ସମ୍ବତ’ ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକର ସ୍ମୃତି ସ୍ୱରୂପ ଅଟେ। ଏହା ମଧ୍ୟ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ବିଶେଷ ଭାବେ ପାଳନ ହେଉଥିବାରୁ ଏହାକୁ ତେଲୁଗୁ ନବବର୍ଷ (ଉଗାଦି- ଯୁଗ ଆରମ୍ଭ) ଭାବେ ମଧ୍ୟ ଜଣାଯାଏ।
ଉତ୍କଳରେ ଚୈତ୍ର ପ୍ରତିପଦ ପାଳନର ପରମ୍ପରା ବିଶେଷ ଦେଖିବାକୁ ମିଳେନାହିଁ, କେବଳ ଏହା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ ଭାବେ ଏଠାରେ ପରିଚିତ। ଯେହେତୁ ସୂର୍ଯ୍ୟ ମାସ ଗଣନାରେ ମେଷ ମାସ ପ୍ରଥମ ତେଣୁ ଏହି ଦିନକୁ ଉତ୍କଳୀୟ ନବବର୍ଷ ଭାବେ ପାଳନ କରାଯାଏ।
~ ବାସନ୍ତୀ ଦୁର୍ଗାପୂଜା ~
ବାସନ୍ତୀ ଦୁର୍ଗାପୂଜା ମହାଶକ୍ତିଙ୍କ ଆବାହନର ପର୍ବ। ରାଜା ସୁରଥ ଓ ସମାଧି ବୈଶ୍ୟଙ୍କ ଦ୍ୱାରା ପ୍ରଥମ କରି ମୁଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ଆଶ୍ୱିନରେ ଷୋଳ ପୂଜା ହେଉଥିବା ବେଳେ ଚୈତ୍ରରେ ଏହା ନବଦିନାତ୍ମକ ପୂଜା ଭାବେ ପରିଚିତ। ବିଭିନ୍ନ ଦେବୀ ପୀଠ ଓ ମୁଣ୍ମୟୀ ମଣ୍ଡପ ମାନଙ୍କରେ ଏହା ବହୁ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଏ। ଏହାସହ ଦେବୀଙ୍କ ନବଦିନ ଧରି ବିଭିନ୍ନ ବେଶ ଏହି ପୂଜାର ମହତ୍ତ୍ୱ ଆହୁରି ବଢ଼ାଇ ଦେଇଥାଏ। କେବଳ ଦେବୀ ପୂଜା ଏହି ନବଦିନର ବିଶେଷତ୍ୱ ନୁହେଁ। ଏହା ଶୈବ, ଶାକ୍ତ, ବୈଷ୍ଣବ ଓ ସୌର ପରମ୍ପରାର ବିଶେଷ ଦିନ। ପୁରୀରେ ବିଜେ କୋଣାର୍କ ସୂର୍ଯ୍ୟ ନାରାୟଣଙ୍କ ଚୈତ୍ର ଶୁକ୍ଳ ଷଷ୍ଠୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ଶୁକ୍ଳ ଅଷ୍ଟମୀ ଯାହା ଅଶୋକାଷ୍ଟମୀ ନାମେ ପରିଚିତ ଏହିଦିନ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଦେବଦଳନ (ଲୋକାଚାରରେ ରୁକୁଣା) ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ଶୁକ୍ଳ ନବମୀ ଯାହା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସ ଭାବେ ସମଗ୍ର ଭୂମଣ୍ଡଳରେ ପ୍ରସିଦ୍ଧି ଲାଭ କରିଅଛି। ଏହିପରି ନାନାଦି ପର୍ବ ଓ ଉତ୍ସବରେ ଚୈତ୍ର ମାସ ସୁସମୃଦ୍ଧ ହୋଇଅଛି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago