All Rights ReservedView Non-AMP Version
  • Homepage
  • କୋଥଳି
  • ହଜିଲା ଦିନର କଥା
ହଜିଲା ଦିନର କଥା

ଚାଳଘର

 

ଲେଖା: ଅକ୍ଷୟ ଓଝା

ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି ପରିବା ଫସଲ ଲତା ଟିଏ ମାଡ଼ି ଥାଏ  ଆମ ଚାଳ ଉପରେ । ଲାଉ, କଖାରୁ, ପୋଇ, ଶିମ ଇତ୍ୟାଦି ଇତ୍ୟାଦି ।

ବର୍ଷା ଋତୁରେ ବର୍ଷା ବେଳେ ଚାଳ ଆଖିରୁ ଲୁହ ଗଡିଲା ପରି ବର୍ଷାପାଣି ବହେ । ଅଳ୍ପ ବର୍ଷାରେ ବେଳେ ବେଳେ ଟପ୍ ଟପ୍ ହେଇ ବିନ୍ଦୁ ବିନ୍ଦୁ ବର୍ଷା । ପିଣ୍ଡାରେ ବସି ଆମେ ଚାଳରୁ ଖସି ପଡୁଥିବା ବର୍ଷା ବିନ୍ଦୁର ଦୃଶ୍ୟ ଅତି ଆନନ୍ଦ ଉଠାଇ ଥାଉ । ରୋଷେଇ ଘରୁ କାଠ ଜାଳର ଚୁଲି ଧୂଆଁ ବର୍ଷା ଋତୁରେ ଏକ ବିଶେଷ ଆକର୍ଷଣ ରୂପେ ପରିଦର୍ଶିତ ହେଇ ଥାଏ । ବେଳେ ବେଳେ ସୁନେଲି କଖାରୁ ଫୁଲରେ ସଜେଇ ହେଇଥାଏ ଚାଳ ତ କେବେ କେବେ ଧଳା ଲାଉ ଫୁଲରେ କିମ୍ବା ଶିମ୍ବ ଫୁଲରେ।

ଚାଳଘର କୋଣରେ କେଉଁଠି ନା କେଉଁଠି ଚୁଳିଆ ଚଢେଇର ବସା, ବାଇ ଚଢେଇ ବସା, ଅଣ୍ଡା ଦେବା, ଶାବକ ଆସିବା ପୁଣି ବଡ଼ ହେଇ ଉଡିଯିବା ଏକ ସୁନ୍ଦର ଅନୁଭୂତି ଚାଳଘର ସହିତ ଯୋଡି ହେଇ ରହି ଥାଏ ।

ଚାଳରେ ବସି କାଉ ରାବିଲେ ବିଦେଶରୁ କିଛି ଖବର ଆସିଛି ବୋଲି କାଉକୁ ଚାଉଳ ଦେଇଥାଆନ୍ତି । ଭାଉଜ ବିଦେଶିଆ  ଭାଇଙ୍କ ଚିଠିକୁ ଅନେଇ କାଉକୁ ଚାଉଳ ଖୋଇବା ଏକ ପ୍ରାଚୀନ ଗ୍ରାମ୍ୟକଥନ ।

ଘର ଛାଆ ହେବା ଏକ ଅନନ୍ୟ ଅନୁଭବ ଚାଳଘର ବାସିନ୍ଦା ପାଇଁ । ରାତିରୁ ଘର ଛାଆଳି ଆସି ପହଂଚିଯା’ନ୍ତି । ଘରୁ କିଛି ଜିନିଷ ପତ୍ର ବାହାର କରି ଦିଆ ଯାଇଥାଏ । ଯେଉଁ ମାନଙ୍କର  ସଙ୍ଗାଘର  ସେମାନଙ୍କୁ ଘର ଭିତରୁ ଘର ଛାଇବା ବେଳେ ବେଶି କିଛି ବାହାର କରିବାକୁ ପଡିନି । ପ୍ରାୟ ଦିନ ଦୁଇଟା ପର୍ଯ୍ୟନ୍ତ ଘର ଛାଇବା କାମ ଚାଲେ ପୁଣି ଘର ଛାଅାଳି ବିଦା ହେବା ପରେ ଘରକୁ ଠିକ୍ କରୁ କରୁ ଦୁଇଦିନ ପ୍ରାୟ ଲାଗି ଯାଏ ।

ଚାଳଘର କାନ୍ଥକୁ ଓଡ଼ିଆ ପର୍ବପର୍ବାଣୀରେ ଚିତାରେ ସଜେଇବା, ବିଶେଷ କରି ଗୁରୁବାର ମାଣ ଓଷାରେ କାନ୍ଥରେ ଝୋଟିଚିତା ଘର ଅଗଣାରେ ଲକ୍ଷ୍ମୀପାଦ ମାଟି ଘରକୁ ଖୁବ୍ ମାନେ । ସକାଳୁ ସକାଳୁ ଗୋବର ପାଣିରେ କାନ୍ଥ ପିଣ୍ଡା ଲିପା ଅଗଣାର ଚୁଲି ରେ ପଲମ୍ ପିଠା, ସହିତ ଚାଳ ଘର ଆଜି ଆମ ପାଇଁଁ ଇତିହାସ ହେଇ ଯାଇଛି ।ଆଜିକାଲି ଆଉ ଚାଳଘର ଗାଆଁଗଣ୍ଡାରୁ ବିଲୁପ୍ତପ୍ରାୟ । ସେ ସମୟର ଚାଳଘର ଅନୁଭବ ଏକ ବହୁ ବିଶେଷ ଅନୁଭବ ଭଳି ଲାଗୁଥିଲା, ଯାହା ଆଜି ଆଉ ନାହିଁ ।
Spread the love
admin

Next ମାଆ ମାଆ ବୋଲି ଡାକୁଛ କି ମୋତେ  »
Previous « ଆମ ଢଗଢମାଳି
Leave a Comment
Share
Published by
admin
Tags: ଚାଳଘର
6 years ago

    Related Post

  • ତଅପୋଇ
  • ହାଣ୍ଡିଧୁଡୁ଼କା
  • ଚିଠିପତ୍ର

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L