ଗବେଷଣା: ଶିଶିର ସାହୁ ମନୋଜ

ଆମ ଢଗଢମାଳି ! ଆମ ଭାଷା ସାହିତ୍ୟର ଅମୁଲ୍ୟ ବିଭବ !

“ଚାନ୍ଦରେ  କଳଙ୍କ ସୂରୁଜ ଖୁଣଲୋ
ଦରିଅା  ପାଣିତ ଲୁଣିଅା
କିଏ ଅକଳଙ୍କୀ ରହିଛି ଏଡେଲୋ
ହୋଇକି ଅନ୍ଧାରକଣିଅା  ।”

ଚନ୍ଦ୍ର  ଶୀତଳତା  ପ୍ରଦାନ  କରେ,  କିନ୍ତୁ ତା’  ଦେହରେ  ଦାଗ।  ସୂର୍ଯ୍ୟ  ବିନା  ଜୀବଜଗତ ତିଷ୍ଟିବା ଅସମ୍ଭବ। ଏହା ଅାଲୋକ ପ୍ରଦାନ କରି ଅନ୍ଧକାରକୁ ଦୂରୀଭୂତ କରିଥାଏ, କିନ୍ତୁ ଏହାର  ତେଜ  ପ୍ରଖର  ଯାହାକୁ  ସହ୍ୟ  କରିବା  କଷ୍ଟକର।  ସେହିପରି  ଦରିଅା  ବିଶାଳ ଅଥଚ  ଏହାର  ଜଳ  ଲବଣାକ୍ତ।  ଯେଉଁଠି  ଗୁଣ  ସେଇଠି  ଖୁଣ।  ଈଶ୍ୱର  କାହାକୁ ସବୁ ଭଲ  ଦେଇ  ନ  ଥାନ୍ତି।  ସୁନ୍ଦରପଣରେ  କେଉଁଠି ନା  କେଉଁଠି ଶୂନ୍ୟସ୍ଥାନ  ରହିଥାଏ। ଏପରିସ୍ଥଳେ  ମଣିଷ  ନିଜକୁ  ନିଟୋଳ  ପବିତ୍ର  ତଥା  ସର୍ବଗୁଣ  ସମ୍ପନ୍ନ  ମନେକରିବା ବୋକାମୀ  ଅର୍ଥରେ  ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।

“ଚେତିଲା  ନାରୀ  ସୁଖପାଏ
ନ ଚେତିଲା  ନାରୀ  ଘରୁ ଯାଏ  ।”

ଯେଉଁ ଗୃହିଣୀ ପାରିବାରିକ ବନ୍ଧନୀ ମଧ୍ୟରେ ବାନ୍ଧିହୋଇ ରହିଥାଏ, ସେ ପରିବାରର ଅଭାବ ଅସୁବିଧା ସହିତ ଜଡ଼ିତ ହୋଇ  ତାହାର ସମାଧାନ ବା ସୁଧାର ଅାଣିବାରେ ଅଭିଜ୍ଞତା ଅର୍ଜନ କରିଥାଏ।  ସ୍ୱାମୀ, ସନ୍ତାନ ତଥା ପରବାରର ଅନ୍ୟ ସଦସ୍ୟଙ୍କ ମନ ଜାଣି ସେମାନଙ୍କ ମନ ମୁତାବକ ସନ୍ତୁଷ୍ଟ  କରି ନିଜ ହାତମୁଠାରେ ରଖି ଘର ଚଳାଇଥାଏ।  ଯିଏ ନିଜ ଭୁଲ୍‌ରୁ ଶିକ୍ଷାଲାଭ କରେ ବା ନିଜ ଭୁଲ୍‌କୁ ସଂଶୋଧନ କରି ନିଜକୁ ସଜାଡ଼ିନିଏ ସିଏ ହିଁ ସବୁଥିରେ ସଫଳ ହୋଇଥାଏ।ବାସ୍ତବପକ୍ଷରେ ଏପରି ନାରୀ ହିଁ ଘର ପରିବାର ଚଳାଇବାକୁ ସମର୍ଥ ହୋଇପାରଥାନ୍ତି । କିନ୍ତୁ ଯିଏ ଏସବୁଠୁ ଦୂରେଇ ରହିଥାଏ ସିଏ ଅଯୋଗ୍ୟ ବୋଲି ବିବେଚିତ ହେଉଥିବା  ଅର୍ଥରେ ଏଭଳି ଢଗ ପ୍ରକାଶ କରାଯାଇଛି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago