ଗବେଷଣା: ଶିଶିର ସାହୁ ମନୋଜ
ଆମ ଢଗଢମାଳି ! ଆମ ଭାଷା ସାହିତ୍ୟର ଅମୁଲ୍ୟ ବିଭବ !
“ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ
ଦରିଅା ପାଣିତ ଲୁଣିଅା
କିଏ ଅକଳଙ୍କୀ ରହିଛି ଏଡେଲୋ
ହୋଇକି ଅନ୍ଧାରକଣିଅା ।”
ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଟିବା ଅସମ୍ଭବ। ଏହା ଅାଲୋକ ପ୍ରଦାନ କରି ଅନ୍ଧକାରକୁ ଦୂରୀଭୂତ କରିଥାଏ, କିନ୍ତୁ ଏହାର ତେଜ ପ୍ରଖର ଯାହାକୁ ସହ୍ୟ କରିବା କଷ୍ଟକର। ସେହିପରି ଦରିଅା ବିଶାଳ ଅଥଚ ଏହାର ଜଳ ଲବଣାକ୍ତ। ଯେଉଁଠି ଗୁଣ ସେଇଠି ଖୁଣ। ଈଶ୍ୱର କାହାକୁ ସବୁ ଭଲ ଦେଇ ନ ଥାନ୍ତି। ସୁନ୍ଦରପଣରେ କେଉଁଠି ନା କେଉଁଠି ଶୂନ୍ୟସ୍ଥାନ ରହିଥାଏ। ଏପରିସ୍ଥଳେ ମଣିଷ ନିଜକୁ ନିଟୋଳ ପବିତ୍ର ତଥା ସର୍ବଗୁଣ ସମ୍ପନ୍ନ ମନେକରିବା ବୋକାମୀ ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।
“ଚେତିଲା ନାରୀ ସୁଖପାଏ
ନ ଚେତିଲା ନାରୀ ଘରୁ ଯାଏ ।”
ଯେଉଁ ଗୃହିଣୀ ପାରିବାରିକ ବନ୍ଧନୀ ମଧ୍ୟରେ ବାନ୍ଧିହୋଇ ରହିଥାଏ, ସେ ପରିବାରର ଅଭାବ ଅସୁବିଧା ସହିତ ଜଡ଼ିତ ହୋଇ ତାହାର ସମାଧାନ ବା ସୁଧାର ଅାଣିବାରେ ଅଭିଜ୍ଞତା ଅର୍ଜନ କରିଥାଏ। ସ୍ୱାମୀ, ସନ୍ତାନ ତଥା ପରବାରର ଅନ୍ୟ ସଦସ୍ୟଙ୍କ ମନ ଜାଣି ସେମାନଙ୍କ ମନ ମୁତାବକ ସନ୍ତୁଷ୍ଟ କରି ନିଜ ହାତମୁଠାରେ ରଖି ଘର ଚଳାଇଥାଏ। ଯିଏ ନିଜ ଭୁଲ୍ରୁ ଶିକ୍ଷାଲାଭ କରେ ବା ନିଜ ଭୁଲ୍କୁ ସଂଶୋଧନ କରି ନିଜକୁ ସଜାଡ଼ିନିଏ ସିଏ ହିଁ ସବୁଥିରେ ସଫଳ ହୋଇଥାଏ।ବାସ୍ତବପକ୍ଷରେ ଏପରି ନାରୀ ହିଁ ଘର ପରିବାର ଚଳାଇବାକୁ ସମର୍ଥ ହୋଇପାରଥାନ୍ତି । କିନ୍ତୁ ଯିଏ ଏସବୁଠୁ ଦୂରେଇ ରହିଥାଏ ସିଏ ଅଯୋଗ୍ୟ ବୋଲି ବିବେଚିତ ହେଉଥିବା ଅର୍ଥରେ ଏଭଳି ଢଗ ପ୍ରକାଶ କରାଯାଇଛି ।
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…