ଲେଖା: ଅରବିନ୍ଦ ମହାନ୍ତି

ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ

ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା
ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ରୂପେ ଶ୍ରୀ ମଦନମୋହନ, ଦେବୀ ଲକ୍ଷ୍ମୀଦେବୀ ସରସ୍ୱତୀ ସହିତେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ ହୁଅନ୍ତି। ଏହାଙ୍କ ସଙ୍ଗରେ ଥା’ନ୍ତି ଶ୍ରୀ ରାମକୃଷ୍ଣ ଓ ପଞ୍ଚ ମହାଦେବ ବିଜେ ହୋଇଥାନ୍ତି।

ଏକାମ୍ରରେ ଚନ୍ଦନ ଯାତ୍ରା
ଏକାମ୍ରରେ ଚନ୍ଦନ ଦୀର୍ଘ ୨୨ଦିନ ଧରି ବିନ୍ଦୁସାଗରରେ ପାଳିତ ହୋଇଥାଏ। ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ଵରୀଙ୍କ ସହ ଚନ୍ଦନ ଚାପକୁ ବିଜେ ହୋଇଥାନ୍ତି। ସଙ୍ଗରେ ପ୍ରଭୁ ବାସୁଦେବ ଓ ପ୍ରଭୁ କପିଳେଶ୍ବର ମଧ୍ୟ ବିଜେ ହୋଇଥାନ୍ତି। ଦିବା ଚାପରେ ଆଠ ଥର ଭଉଁରି କରିସାରିଲା ପରେ ମହାପ୍ରଭୁ ଚନ୍ଦନ ଚକଡାକୁ ବିଜେ ହୋଇଥାନ୍ତି। ପୁଣି ଚନ୍ଦନ ଘରେ ସ୍ନାନ, ବେଶ, ପୂଜା ଆଳତି ପରେ ରାତ୍ର ଚାପ ସାରି ଦିଅଁ ଦେଉଳକୁ ବିଜେ ହୋଇଥାନ୍ତି।


କନକପୁରରେ ଚନ୍ଦନ ଯାତ୍ରା
କନକପୁରରେ ମା’ ଶାରଳାଙ୍କ ମଧ୍ୟ ଚନ୍ଦନ ୨୧ ଦିନ ଧରି ପାଳିତ ହୋଇଥାଏ । ଠାକୁରାଣୀଙ୍କ ପ୍ରତିନିଧି ରୂପେ ଦେବୀ ଜୟଦୁର୍ଗା ଚନ୍ଦନ ପୋଖରୀକୁ ବିଜେ ହୋଇଥାନ୍ତି। ଦିବା ଚାପ ଓ ରାତ୍ର ଚାପ ପରି ୨ ଥର ଚାପ ଖେଳିଥାନ୍ତି।

ଚନ୍ଦନ ଯାତ୍ରା ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଥାଏ। ଯେମିତି କି ପ୍ରଭୁ ଅଲାରନାଥ, ସାକ୍ଷୀଗୋପାଳ, ଓଡଗାଁର ରଘୁନାଥଜୀଉଙ୍କ ଠାରେ ମଧ୍ୟ ଚନ୍ଦନ ଉତ୍ସବ ପାଳିତ ହୋଇଥାଏ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago