ଲେଖା: ଦେଵ ତ୍ରିପାଠୀ

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ପବିତ୍ର ଚଇତିଘୋଡ଼ା ମେଳଣ ଉତ୍ସବ ପାଳିତ ହୋଇଆସୁଛି । ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ କୈବର୍ତ୍ତ ସମ୍ପ୍ରଦାୟ ମାନି ପାଳନ କରିଆସୁଥିବା ଏହି ପୂଜା ଅନୁଷ୍ଠିତ ହୁଏ ଏକ ନିଆରା ଢଙ୍ଗରେ ।

କିମ୍ବଦନ୍ତୀ ଅନୁସାରେ, କୈବର୍ତ୍ତ ସମ୍ପ୍ରଦାୟର ଲୋକେ ସମୁଦ୍ରକୁ ମାଛ ଧରିବାକୁ ଯିବା ପୂର୍ବରୁ ଚେତ୍ରମାସ ପୂର୍ଣ୍ଣିମା ତିଥିରେ ମା’ ବାସୁଳୀଙ୍କ ଆଗରେ ଘୋଡାନାଚ ଆରମ୍ଭ କରିଥା’ନ୍ତି । ଏହି ପର୍ବ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠରୁ ଆରମ୍ଭ ହୋଇଥିବାର ବିଶ୍ୱାସ କରାଯାଏ । ବର୍ଷର ଏହି ତିନି ଦିନ କୈବର୍ତ୍ତମାନେ ମାଛମାରିବା ବନ୍ଦକରି ସପ୍ତାହବ୍ୟାପୀ ଘରେ ଘରେ ମା’ ବାସୁଳୀଙ୍କୁ ପୂଜା କରିଥା’ନ୍ତି ।

ପୂର୍ଣ୍ଣିମା ଦିନ ଏକ ଶୁଭମୁହୂର୍ତ୍ତରେ ସାଳନ୍ଦୀନଦୀରୁ ମାଟି ଅଣାଯାଇ ସେଥିରେ ଡଙ୍ଗା ତିଆରି କରି ପୂଜା କରାଯାଏ, ମା’ ବାସୁଳୀଙ୍କୁ ଜୀବନ୍ୟାସ ଦିଆଯାଇ ତାଙ୍କ ନବବସ୍ତ୍ର ଓ ଝାଲେରୀରେ ଘୋଡାକୁ ସଜାଯାଇଥାଏ । ପରେ ପରେ ପ୍ରତି ପରିବାରର ସ୍ତ୍ରୀଲୋକେ ଝୁଣା, ପଣା ଦେଇ ମା’ ବାସୁଳୀଙ୍କୁ ପୂଜାର୍ଚ୍ଚନା କରି ଘୋଡ଼ାନାଚ ଆରମ୍ଭ କରିଥା’ନ୍ତି ।


ଭଦ୍ରକର ଶୁଶୁଆ, ବେଲଦା, ତାଳପଦା, ଆହରପଦା, ଗୋପପୁର, ଗୁଆମାଳ ଭଳି ଅଞ୍ଚଳର ବିଭିନ୍ନ ଘୋଡାନାଚ ଦଳ ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ ପୂଜା କରୁଥିବାରୁ ତାଙ୍କ ଆଜ୍ଞାମାଳ ପାଇବା ପାଇଁ ଏହି ପୀଠର ଚଇତିଘୋଡ଼ା ମେଳଣ ପଦାରେ ଭିଡ଼ ଜମାନ୍ତି ।

ପୂର୍ଣ୍ଣିମା ତିଥିର ରାତି ୮ଟା ସମୟରେ ଏହି ୭/୮ ଜଣିଆ ଘୋଡାନାଚ ଦଳ ନିଜ ନିଜ ସାହିରୁ ଶୋଭାଯାତ୍ରାରେ ବାହାରିଥାନ୍ତି । ଭିନ୍ନ ସ୍ବାଦର ବାଦ୍ୟ ସହିତ ଓଡିଆ ସଂସ୍କୃତିର ବହୁ ପ୍ରାଚୀନ ଚଇତିଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଦୃଶ୍ୟ ସହିତ ଆତସବାଜିର ବର୍ଣ୍ଣାଳୀ ଦର୍ଶକଙ୍କୁ ବିମୋହିତ କରିଥାଏ । ଏଭଳି ଘୋଡାନାଚ ସହିତ ଆତସବାଜି ପ୍ରଦର୍ଶନ ଏହି ପୀଠର ଏକ ନିଆରା ପରମ୍ପରା । ରାତି ୧୧ଟା ବେଳକୁ ପୀଠର ଘୋଡ଼ା ଆସ୍ଥାନ ମଣ୍ଡପରେ ପହଞ୍ଚିବା ପରେ ସାରାରାତି ଉତ୍ସବ ଚାଲୁଥାଏ । ପରଦିନ ୨ଟା ବେଳକୁ ପ୍ରସାଦସେବନ ପରେ ଅପରାହ୍ନ ୪ଟା ବେଳକୁ ଘୋଡ଼ା ଦାଣ୍ଡିଆ ହୁଏ ଏବଂ ପ୍ରତ୍ୟେକ ଦଳ ଆଜ୍ଞାମାଳ ନେଇ ଘରକୁ ଫେରିଥା’ନ୍ତି ।

ଏହି ଅନନ୍ୟ ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସହିତ ସ୍ଥାନୀୟ ପ୍ରଶାସନର ଆନ୍ତରିକ ସହଯୋଗ ଓ ଦାୟିତ୍ବ ବହନ ଏହି ଉତ୍ସବକୁ କରିଦିଏ ଅଧିକ ପ୍ରାଣବନ୍ତ ।

Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago