ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀ ଓ ଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’ କୁହାଯାଏ ।
କିମ୍ବଦନ୍ତୀ ଅନୁସାରେ ଜୟପୁର ରାଜ୍ୟର ମହାରାଜା ଵିଶ୍ବମ୍ବର ଦେଵ(ଦ୍ୱିତୀୟ)ଙ୍କ ପ୍ରଥମ ରାଣୀ ଝଞ୍ଜାବତୀ ଦେଵୀ ଏହି ଗୋରିଆ ଗାଡ଼ରେ ବା ନଦୀରେ ସ୍ନାନ କରୁଥିଵାଵେଳେ ଉପର ମୁଣ୍ଡରେ ହଠାତ୍ ପ୍ରଵଳ ଵର୍ଷା ହୋଇ ଵନ୍ୟା ଆସିଵାରୁ ସେ ଏଠାରେ ସଲିଳ ସମାଧି ନେଇଥିଲେ ଓ ତାଙ୍କ ନାମ ଅନୁସାରେ ଏହି ନଦୀଟିର ନାମ ରଖାଯାଇଥିଲା ଝଞ୍ଜାଵତୀ ।
ସେହିପରି ପଟାଙ୍ଗି ଅଞ୍ଚଳରେ ଅନ୍ୟ ଏକ ନଦୀର ନାମ ମେରୁଗାଡ଼ ରହିଥିଵା ବେଳେ କୁନ୍ଦ୍ରା ଅଞ୍ଚଳର ଏକ ନଦୀ ଵେଷ୍ଟିତ ଗ୍ରାମର ନାମ ରହିଛି ‘ଗାଡ଼ଗୁଣ୍ଡାଳ’ । ଏହି ଗ୍ରାମଟିକୁ ଚାରିଆଡୁ ନାଳ ଓ ନଦୀ ଗୁଡ଼େଇ ରଖିଥିଵାରୁ ଏହାକୁ ଗାଡ଼ଗୁଣ୍ଡାଳ ନାମରେ ନାମିତ କରାଯାଇଛି ।
କିନ୍ତୁ ଗାଡ଼ ଶବ୍ଦଟି ତ ପ୍ରଚଳିତ କଥିତ ଭାଷାରେ ଗର୍ତ୍ତ ଅର୍ଥରେ ବହୁଳ ଭାବେ ଵ୍ୟଵହୃତ ତାହେଲେ ଗାଡ଼ ଶବ୍ଦକୁ ନଦୀ ଅର୍ଥରେ କାହିଁକି ଵ୍ୟଵହାର କରାଗଲା ?
କାରଣ ଏହି ଅଞ୍ଚଳରେ ଲୋକମାନେ ପୂର୍ଵେ ଵିଶ୍ଵାସ କରୁଥିଲେ ଯେ ପ୍ରତିଟି ନଦୀ ଏକ ଗର୍ତ୍ତରୁ ଜନ୍ମ ନେଇଥାଏ । ପୁଣି ପ୍ରତିଟି ନଦୀର ଉତ୍ପତ୍ତିସ୍ଥଳ କୌଣସି ପାହାଡ଼ ଖୋଲରୁ ବାହାରିଥିଵା ନାଳ ଵା ଝରଣା ଏବଂ ଏହା ଉଚ୍ଚଭୂମିରୁ ନିମ୍ନଭୂମିକୁ ଗଡ଼ିଗଲା ବେଳେ ଗଭୀରଗାଡ଼ ସୃଷ୍ଟି କରି ଆଗକୁ ବହିଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଆଧାରକରି ନଈକୁ ଗାଡ଼ ବୋଲି କହିଥାନ୍ତି । ସେହିପରି ଢେଙ୍କାନାଳରେ ନଦୀକୁ କେହି କେହି ଧାର କହିଥାନ୍ତି । ଓଡ଼ିଶାରେ ନଈ ଵା ନଦୀ ଶବ୍ଦର ଏହିପରି ଅନେକ ଦେଶଜ ପ୍ରତିଶବ୍ଦ ଚଳୁଥାଇପାରେ ।
(ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ, ଚିତ୍ର ଉତ୍ସ: ଅନ୍ତର୍ଜାଲ)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago